Home ଜିଲ୍ଲା ପରିକ୍ରମା ଭଦ୍ରକ ପୌରପାଳିକାରେ ଗଠନମୂଳକ ଭୂମିକା ଲିଭାଇବ କଂଗ୍ରେସ – ନଳିନୀ

ଭଦ୍ରକ ପୌରପାଳିକାରେ ଗଠନମୂଳକ ଭୂମିକା ଲିଭାଇବ କଂଗ୍ରେସ – ନଳିନୀ

22

ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୌର ନିର୍ବାଚନରେ କଂଗ୍ରେସ ଦଳର ୬ଜଣ କାଉନସିଲର ନିର୍ବାଚିତ ହୋଇଛନ୍ତି। ସହରବାସୀ ଭଦ୍ରକ ପୌରପାଳିକାରେ କଂଗ୍ରେସ ଦଳ ଉପରେ ଭରଷା ସ୍ଥାପନ କରିଛନ୍ତି। ଦଳକୁ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ଦେଇଥିବାରୁ କଂଗ୍ରେସ ଦଳ ସହରବାସୀଙ୍କୁ କୃତଜ୍ଞତା ଜଣାଉଛୁ। ପୌରପାଳିକାର ଅଧ୍ୟକ୍ଷ ଅଥବା ଉପାଧ୍ୟକ୍ଷ କିଏ ଦଖଲ କଲା ସେଇଟା ଆମ କଂଗ୍ରେସ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ। କାରଣ ଆମେ ଘୋଡ଼ା ବେପାରରେ ବିଶ୍ୱାସ କରୁନା। କିନ୍ତୁ ଭଦ୍ରକ ସହରବାସୀ ଆମକୁ ଯେଉଁ ଦାୟିତ୍ୱ ଦେଇଛନ୍ତି ତା’କୁ ଆମେ ତୁଲାଇବୁ ବୋଲି କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ବିଧାନସଭା କ୍ଷେତ୍ରର ନେତା ନଳିନୀକାନ୍ତ ମହାନ୍ତି କହିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ: କଂଗ୍ରେସ ଭଦ୍ରକ ପୌରପାଳିକାରେ ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳର ଭୂମିକା ନିଶ୍ଚିତ ନିଭାଇବ। ପୌରପରିଷଦରେ ଦଳର ଭୂମିକା ଗଠନମୂଳକ ହେବ। ବିକାଶ ପାଇଁ ଲଢେଇ କରିବ, ବିକାଶ ହେଲେ ସହଯୋଗ କରିବ। ସହରବାସୀଙ୍କୁ ମୌଳିକ ସୁବିଧା ମିଳିବା, ସହରବାସୀଙ୍କ ଦାବିକୁ ପୌରପରିଷଦରେ ଉପସ୍ଥାପନ କରିବୁ। ସହରବାସୀଙ୍କ ହକ୍ ହାସଲ ପାଇଁ ଆଗକୁ ଆମେ ଆନ୍ଦୋଳନକୁ ଓହ୍ଲାଇବୁ। କୌଣସି ପରିସ୍ଥିତିରେ ମନମୁଖୀ ନୀତି ଅଥବା ଦୁର୍ନୀତିକୁ ବରଦାସ୍ତ କରିବୁ ନାହିଁ ବୋଲି ଆମ ଦଳର ୬ଜଣ କାଉନସିଲରଙ୍କ ଉପସ୍ଥିତିରେ ହୋଇଥିବା ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ ମହାନ୍ତି କହିଥିଲେ। ଏହି ବୈଠକରେ ୧୨ ନଂ କାଉନସିଲର ହେମନ୍ତ ସାହୁ, ୧୯ ନଂ କାଉନସିଲର ରୁକସାନା ଖାତୁନ, ୨୨ ନଂ କାଉନସିଲର ଯମୁନା ସୋରେନ, ୨୪ ନଂ କାଉନସିଲର ଜାହିର ସାହା, ୨୫ ନଂ କାଉନସିଲର ସାହିଲ କାଦରି, ୨୭ ନଂ କାଉନସିଲର ସହେଜାଦି ଦୁରେଜନାଙ୍କ ସମେତ ଟାଉନ କଂଗ୍ରେସ ସଭାପତି ଅବଦୁଲ ମୋକିତ ଖାଁ, ଜିଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ଯୁବନେତା ଇନାମୁଲ ହକ, ଉଜ୍ୱଳ ନାୟକ, ଇଲିୟାସ ଅଲ୍ଲୀ ଖାଁ, ତନୱିର ଖାନ, ସୁଲେମାନ, ଖାଁ, ଅବଦୁଲ ଫରିଦ ଖାଁ, ପଦ୍ମଲୋଚନ ବେହେରା, ବିଜୟ ବାରିକ, ରଂଜନ କୁମାର ଜେନା, ସେକ ଅହମ୍ମଦ, ସେକ ନିଆଜ, ସେକ ଇଫେତେ ଖାଁ ସମତେ ବହୁ ଆଗଧାଡିର ନେତା ଉପସ୍ଥିତ ଥିଲା। ଓ ଅନ୍ୟମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.