Home ଜିଲ୍ଲା ପରିକ୍ରମା ଭଦ୍ରକ : ପୁଅ ପାଇଁ ବାପା-ମା କଳି

ଭଦ୍ରକ : ପୁଅ ପାଇଁ ବାପା-ମା କଳି

126

ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାମି-ସ୍ତ୍ରୀ ଅଲଗା ହୋଇଯିବା ପରେ ପୁଅକୁ ନେବାକୁ ବାପା-ମାଙ୍କ କଳି ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ଶେଷରେ ଏହି ଘଟଣାରେ ହସ୍ତକ୍ଷେପ କରି ଜିଲା ଶିଶୁ ମଙ୍ଗଳ କମିଟିି ୪ ବର୍ଷର ନାବାଳକ ପୁଅକୁ ମା ଜିମାରେ ଛାଡିଛି । ଭଦ୍ରକ ଜିଲ୍ଲା ବନ୍ତ ଥାନା ଆପଣ୍ଡା ଗ୍ରାମର ଦମ୍ପତି ହେଉଛନ୍ତି ଅନୀତା ବିଶ୍ୱାଳ ଏବଂ ତାଙ୍କ ସ୍ୱାମି ଅନନ୍ତ ବିଶ୍ୱାଳ । ଗତ ପ୍ରାୟ ୮/୧୦ ବର୍ଷ ତଳେ ତାମିଲ ଝିଅ ଅନୀତାଙ୍କ ସହିତ ଅନନ୍ତଙ୍କର ବୈଦୀକମତେ ବିବାହ ହୋଇଥିଲା । ବୈବାହିକ ଜୀବନରେ ଅନୀତା ୨ ଗୋଟି ସନ୍ତାନର ମା ହୋଇଥିଲେ । ତେବେ ବିବାହର କିଛି ବର୍ଷ ପରେ ସେମାନଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଫଳରେ ବଡପୁଅ ମାନସ(୮ବର୍ଷ)କୁ ନେଇ ବାପା ଅନନ୍ତ ବନ୍ତ ରେ ରହିଥିବା ବେଳେ ସାନପୁଅ ସନ୍ତୋଷ(୪ ବର୍ଷ)କୁ ନେଇ ଅନୀତା ତାମିଲନାଡୁ ଚାଲି ଯାଇଥିଲେ । ତାମିଲନାଡୁରେ ରହୁଥିବା ବେଳେ ସେଠାରେ ରହୁଥିବା ଭଦ୍ରକ ଜିଲା ଆଗରପଡା ଅଂଚଳର ବବିତା ମହାପାତ୍ର ଙ୍କ ସହ ସଂର୍ପକ ସ୍ଥାପିତ ହୋଇଥିଲା । ଧର୍ମ କର୍ମ ସଂର୍ପକରେ ଅନୀତାଙ୍କ ପୀଉସୀ କୁହାଯାଉଥିବା ବବିତା ଗତ କିଛିଦିନ ତଳେ ନିଜଘର ଆଗରପଡା ଆସିଥିବା ବେଳେ ତାଙ୍କ ସହିତ ଅନୀତାଙ୍କ ସାନପୁଅ ସନ୍ତୋଷ ଆଗରପଡା ଆସିଥିଲେ । ତେବେ ଏହି ଖବର ପାଇବା ପରେ ସନ୍ତୋଷର ବାପା ଜୋରଜବରଦସ୍ତ ସନ୍ତୋଷକୁ ନିଜ ଘରକୁ ନେଇ ଆସିଥିଲେ ।

ଏହି ଖବର ପାଇ ଭଦ୍ରକ ଚାଇଲ୍ଡ ଲାଇନ ସଦସ୍ୟ ମାନେ ଶିଶୁ ଟିକୁ ଉଦ୍ଧାର କରି ଜିଲା ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରିଥିଲେ । ଶିଶୁ ମଙ୍ଗଳ କମିଟି ଘଟଣା ସଂର୍ପକରେ ଅବଗତ ହୋଇ ତାର ନିଜ ଜନ୍ମକଲା ମା ଆସିବା ଯାଏ ୩ ଦିନ ପାଇଁ ଶିଶୁ ସହିତ ତାର ମୁହଁ ଡକା ପୀଉସୀଙ୍କୁ ଭଦ୍ରକ ଆଶିଆନା ଅସ୍ଥାଇ ଆଶ୍ରୟ ସ୍ତଳରେ ରଖିଥିଲେ । ପିଲାଟିର ନିଜ ମା ଅନୀତା ତାମିଲନାଡୁରୁ ଫେରିବା ପରେ ଉଭୟ ମା ଏବଂ ଛୁଆଙ୍କୁ ସିଡବ୍ଲୁସି ରେ ହାଜର କରାଯାଇଥିଲା । ସିଡବ୍ଲୁସି ମାମଲାର ବିଚାର କରି ମା ଅନୀତାଙ୍କ ହାତରେ ନାବଳକ ପୁଅକୁ ହସ୍ତାନ୍ତର କରିଥିଲେ । ତେବେ ଏହି ଘଟଣାକୁ ବିରୋଧ କରି ଅନୀତାଙ୍କ ସ୍ୱାମି ଅନୀତାଙ୍କ ହାତରୁ ପିଲାକୁ ଛଡେି ନେବାକୁ ଧମକ ଚମକ କରିବା ଯୋଗୁ ଅନୀତା ଏବଂ ତାଙ୍କ ଶିଶୁ ପୁତ୍ରକୁ ସୁରକ୍ଷା ଦେବା ସକାସେ ଆସିଆନା ସଂଯୋଜକ ସେଖ ରିଆଜ ପୋଲିସ ନେଇ ଘଟଣା ସ୍ତଳରେ ପହଁଚି ମହିଳା ଏବଂ ତାଙ୍କ ଶିଶୁପୁତ୍ରଙ୍କୁ ଉଦ୍ଧାର କରି ଆସିଆନା ଆଣିଥିଲେ । ପରେ ଅନୀତାଙ୍କ ନିକଟ ସଂର୍ପକୀୟ ଲୋକମାନେ ପହଁଚି ଆସିଆନାରେ କାଗଜପତ୍ର ଦାଖଲ କରି ଅନୀତା ଏବ ତାଙ୍କ ଶିଶୁପୁତ୍ରଙ୍କୁ ସେମାନଙ୍କ ହେପାଜତରେ ବାଲେଶ୍ୱର ଜିଲାର ଖଇରା ଅଂଚଳକୁ ନେଇ ଯାଇଥିବା ଜଣାପଡିଛି । ସେଠାରୁ ସେମାନଙ୍କୁ ପୁର୍ଣ୍ଣ ସୁରକ୍ଷା ମଧ୍ୟରେ ଅନୀତାଙ୍କ ବାପଘର ତାମିଲନାଡୁ ପଠାଇ ଦିଆଯିବ ବୋଲି ଆସିଆନା ପକ୍ଷରୁ ସୁଚନା ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.