Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀର ବିଭିନ୍ନ ସ୍ଥାନରେ ଚଇତିି ଦୁର୍ଗାପୂଜା

ଭଣ୍ଡାରିପୋଖରୀର ବିଭିନ୍ନ ସ୍ଥାନରେ ଚଇତିି ଦୁର୍ଗାପୂଜା

32

ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀର ବିଭିନ୍ନ ସ୍ଥାନରେ ମା’ ବାସନ୍ତୀ ଦୁର୍ଗାଙ୍କ ଚଇତି ପୂଜା କୋଭିଡ କଟକଣା ମଧ୍ୟରେ ବିଲ୍ୱଅଧିବାସ ଠାରୁ ଆରମ୍ଭ ହେଉଛି । ସୋମବାର ମହାସପ୍ତମୀ ଓ ମଙ୍ଗଳବାର ମା’ଙ୍କ ମହାଷ୍ଟମୀ ପୂଜା ଭଣ୍ଡାରିପୋଖରୀବଜାର, ବାରିକପୁର, କହରାପୋଖରୀ, ଜଗନ୍ନାଥପ୍ରସାଦ, ମଞ୍ଜୁରୀ, ପରମାନନ୍ଦପୁର ସମେତ ବିଭିନ୍ନ ସ୍ଥାନରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେଉଛି । ଭଣ୍ଡାରିପୋଖରୀ ବସ୍‌ଷ୍ଟାଣ୍ଡ ମଣ୍ଡପରେ କାରିଗର ମହେନ୍ଦ୍ର ସାହୁଙ୍କ ଦ୍ୱାରା ଗଢାଯାଇଥିବା ମା’ ଙ୍କ ମୃଣ୍ମୟ ମୁର୍ତ୍ତିକୁ ପୂଜକ ନରନାରୟଣ ମିଶ୍ର ଓ ସାଥୀ ବିଧିମତେ ପୂଜାକରୁଛନ୍ତି । ସଂପୃକ୍ତ ମା’ବାସନ୍ତି ଦୁର୍ଗା କମିଟି ପକ୍ଷରୁ ଅଖିଳ ବିହାରୀ ସାହୁ, ସଦସ୍ୟ ଗଗନ ବିହାରୀ ନାୟକ, ସୁଶାନ୍ତ ବିଶ୍ୱାଳ, ପ୍ରଦୀପ ସେନାପତି ପ୍ରମୁଖ ପୂଜାକାର୍ଯ୍ୟ ପରିଚାଳନାରେ ସହାୟତା କରୁଛନ୍ତି । ସେହିପରି ବାରିକପୁର ମା’ ବାସନ୍ତୀ ଦୁର୍ଗା ଶାନ୍ତି କମିଟି ପରିଚାଳନାରେ କଲେଜପଡିଆ ସ୍ଥାୟୀ ପୂଜାମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିର ପୂଜା ପୂଜକ ପୀତବାସ ପଣ୍ଡା ଓ ସାଥିଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି । ବିଗତ ୧୯୬୮ ମସିହାରୁ ପ୍ରତିବର୍ଷ ଏହି ମଣ୍ଡପରେ ମା’ ଙ୍କ ପୂଜା ଅନୁଷ୍ଠିତ ହୋଇଆସୁଛି । ସ୍ଥାନୀୟ ବଜାରର ବ୍ୟବସାୟୀ, ଆଖପାଖ ଗ୍ରାମବାସୀ, ଶ୍ରଦ୍ଧାଳୁଙ୍କ ସହଯୋଗରେ ଏହି ପୂଜା ଅନୁଷ୍ଠିତ ହୋଇଥାଏ ।

ହଶହରା ପାଳନ ପରେ ମୃଣ୍ମୟୀ ମୂର୍ତ୍ତିକୁ ରେବ ନଦୀରେ ବିସର୍ଜନ ଦିଆଯିବ ବୋଲି କମିଟି ସୂତ୍ରରୁ ପ୍ରକାଶ । ଅନୁରୁପ ଭାବେ ଭଣ୍ଡାରିପୋଖରୀର ଆଦ୍ୟ ବାସନ୍ତୀ ଦୁର୍ଗା ଭାବେ ପରିଚିତ କହରାପୋଖରୀଠାରେ ଦୀର୍ଘ ୭୭ ବର୍ଷ ହେବ ମା’ ଙ୍କ ପୂଜା ପାଳିତ ହେଉଛି । କାରିଗର ମହେନ୍ଦ୍ର ସାହୁଙ୍କ ନିର୍ମିତ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପୂଜକ କାର୍ତ୍ତିକ ଚନ୍ଦ୍ର ପଣ୍ଡା ଓ ଗୋବର୍ଦ୍ଧନ ପଣ୍ଡାଙ୍କ ପୂଜା କରୁଛନ୍ତି । ଏହି ମଣ୍ଡପରେ ପ୍ରତ୍ୟହ ଭକ୍ତମାନଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା ଚାଲୁରହିଛି । ଏଠାରେ ମା’ଙ୍କ ପୂଜା ପାଇଁ ଚାନ୍ଦା ଆଦାୟ ନିଷିଦ୍ଧ କରାଯାଇ ମା’ଙ୍କ ନିଜସ୍ୱ ଆୟରୁ ପୂଜା କାର୍ଯ୍ୟ ସମ୍ପାଦନ କରାଯାଇଥାଏ ବୋଲି ସଂପୃକ୍ତ କମିଟିର ପୁରୋଧା ଡମ୍ବରୁଧର ବେହେରା ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଭରତ ଚନ୍ଦ୍ର ନାୟକ, କାହ୍ନୁଚରଣ ବେହେରା, ହରିହର ପାତ୍ର, ନାରାୟଣ ଚନ୍ଦ୍ର ପାତ୍ର, ପ୍ରମୁଖ ଗ୍ରାମବାସୀ ଏହି ପୂଜାକାର୍ଯ୍ୟ ପରିଚାଳନାରେ ସହଯୋଗ କରୁଛନ୍ତି । ମଞ୍ଜୁରୀଠାରେ ମା’ଙ୍କ ପୂଜା ପ୍ରାୟ ୪୬ବର୍ଷ ଧରି ଅନୁଷ୍ଠିତ ହେଉଛି । କମିଟିର ସଭାପତି ଅକ୍ଷୟ କୁମାର ସେଠୀ, ଗଦାଧର ମିଶ୍ର, ଶରତ ଚନ୍ଦ୍ର ମହାନ୍ତି, ଘନଶ୍ୟାମ ବେଉରିଆ ପ୍ରମୁଖଙ୍କ ସଂଚାଳନାରେ ପୂଜାବିଧି ଚାଲୁ ରହିଛି । ପରମାନନ୍ଦପୁରରେ ଗତ ପଚାଶ ବର୍ଷ ଧରି ପୂଜା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ପୂଜାକୁ ପୂଜକ ଗଜେନ୍ଦ୍ର ମିଶ୍ର, ପରମାନନ୍ଦ ମିଶ୍ର ପ୍ରମୁଖ ପୂଜା କରୁଛନ୍ତି । ଜଗନ୍ନାଥପ୍ରସାଦ ଗ୍ରାମରେ ୧୯୫୮ ମସିହାରେ ସ୍ଥାନୀୟ ପୋଷ୍ଟମାଷ୍ଟର ଶେଖ୍ ସନାଓଲ୍ଲା ଖାଁଙ୍କ ଦ୍ୱାରା ପ୍ରତିଷ୍ଠିତ ଚଇତି ଦୁର୍ଗାଙ୍କୁ ପୂଜକ ଅଚ୍ୟୁତାନନ୍ଦ ମିଶ୍ର ବିଧିମତେ ପୂଜା କାର୍ଯ୍ୟ ତୁଲାଉଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.