Home ଜିଲ୍ଲା ପରିକ୍ରମା ଭଦ୍ରକ : ନୂତନ କରୋନା ଆକ୍ରାନ୍ତ ୫୧ ଚିହ୍ନଟ

ଭଦ୍ରକ : ନୂତନ କରୋନା ଆକ୍ରାନ୍ତ ୫୧ ଚିହ୍ନଟ

29

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଆଉ ନୂଆ ୫୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏ ପର୍ଯ୍ୟନ୍ତ ମୋଟ ୩ଲକ୍ଷ ୨୮ହଜାର ୬୪୬ଜଣଙ୍କ ନମୁନା ପରୀକ୍ଷା ପରେ ମୋଟ ୭ ହଜାର ୯୦୨ ପଜିଟିଭ୍ କେସ୍ ବାହାରିଛି । ସେମାନଙ୍କ ମଧ୍ୟରୁ ୭ ହଜାର ୫୫୧ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୩୨୬ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକ ବ୍ଲକ କଲେଇ ପଞ୍ଚାୟତର ବିଭୁତିନଗର ଅଞ୍ଚଳର ଜଣେ ଆକ୍ରାନ୍ତ କଟକ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ବେଳେ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବାସୁଦେବପୁର ବ୍ଳକର ଚିରଳ ଗ୍ରାମରୁ ୩ଜଣ, ବ୍ରାହ୍ମଣୀଗାଁ ଗ୍ରାମରୁ ଜଣେ, ବାସୁଦେବପୁର ପୌରପାଳିକାର ୨୦ନଂ ୱାର୍ଡରୁ ଜଣେ, ୧୧ ନଂ ୱାର୍ଡରୁ ଜଣେ, ଭଦ୍ରକ ବ୍ଲକ ଅନ୍ତର୍ଗତ ଅଣ୍ଢେଇପଲ୍ଲୀ ଗ୍ରାମରୁ ଜଣେ, ବିଷ୍ଣୁପୁରବିନ୍ଧା ଗ୍ରାମରୁ ୨ଜଣ, ଗେଲପୁରରୁ ଜଣେ, ରାନ୍ଦିଆରୁ ଜଣେ, ତୋରଣପଦା ଗ୍ରାମରୁ ଜଣେ, ଭଦ୍ରକ ପୌରପାଳିକାର ୧୧ ନଂ ୱାର୍ଡରୁ ଜଣେ, ୫ ନଂ ୱାର୍ଡ ଚରମ୍ପାରୁ ଜଣେ, ୬ ନଂ ୱାର୍ଡ ବାଇପାସ୍‌ରୁ ୨ଜଣ, ୮ ନଂ ୱାର୍ଡ ବାଗୁରାଇରୁ ୨ଜଣ, ୧୦ ନଂ ୱାର୍ଡରୁ ୨ଜଣ, ୯ ନଂ ୱାର୍ଡରୁ ଜଣେ, ୧୫ ନଂ ୱାର୍ଡରୁ ଜଣେ, ଚାନ୍ଦବାଲି ବ୍ଲକ ତେନ୍ତୁଲିଡିହି ଗ୍ରାମରୁ ଜଣେ, ବିଜୟନଗର ଗ୍ରାମରୁ ଜଣେ, ଭଣ୍ଡାରିପୋଖରୀ ବ୍ଲକ ବୟାଁବନାପୁର ଗ୍ରାମରୁ ଜଣେ, କୁଲଣା ଗ୍ରାମରୁ ଜଣେ, ନେରଡା ଗ୍ରାମରୁ ୨ଜଣ, ପାଟୁଳି ଗ୍ରାମରୁ ଜଣେ, ସରୋ ଗ୍ରାମରୁ ଜଣେ, ରାମଚନ୍ଦ୍ର୍ର୍ରପୁର ଗ୍ରାମରୁ ୨ଜଣ, ସରିଫପୁର ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ସେହିଭଳି ବନ୍ତ ବ୍ଲକର ବଡମହିଷିଗୋଠ ଗ୍ରାମରୁ ୨ଜଣ, ଚାରିଗାଁ ଗ୍ରାମରୁ ଜଣେ, କେନ୍ଦୁଆପଦାରୁ ଜଣେ, ମହାନ୍ତିପଡାରୁ ୨ଜଣ, ଧାମନଗର ବ୍ଲକ ଖପରପଦା ଗ୍ରାମରୁ ଜଣେ, ଚୂଡାକୁଟି ଗ୍ରାମରୁ ୨ଜଣ, ତିହିଡ଼ି ବ୍ଳକର ସାହାପୁର ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲାରୁ କେନ୍ଦୁଝର ଜିଲ୍ଲା ହାଟଡିହି ନନ୍ଦିପଦାରୁ ଜଣେ, ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକର ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.