Home କେନ୍ଦୁଝର ବିରିଡିରେ ଅଗ୍ନିକାଣ୍ଡ, ଜଳିଗଲା ୬ବଖରା

ବିରିଡିରେ ଅଗ୍ନିକାଣ୍ଡ, ଜଳିଗଲା ୬ବଖରା

27

ହାଟଡ଼ିହି-୧୭ /୪, (ଓଡିଆପୁଅ / ବିକାଶ ବିଶ୍ୱାଳ) ଆଜି ସନ୍ଧ୍ୟା ୭ଟା ୩୦ମିନିଟ ସମୟରେ ସୁଳଣ ପଞ୍ଚାୟତ ବିରିଡି ଗ୍ରାମରେ ୬ବଖରା ଘର ଜଳିଯିବାରୁ ତିନୋଟି ପରିବାର ସର୍ବସ୍ୱାନ୍ତ ହୋଇପଡିଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଆଜି ସନ୍ଧ୍ୟାରେ ଜୟନ୍ତୀ ମହାନ୍ତିଙ୍କ ଘରେ ଅକସ୍ମାତ ଅଗ୍ନିକାଣ୍ଡ ଘଟିଥିଲା । ଚାହୁଁ ଚାହୁଁ ଏହା ପାଖରେ ଥିବା କବିତା ମହାନ୍ତି ଓ ମାମିନା ରାଉତଙ୍କ ଘରକୁ ବ୍ୟାପିଯିବା ସହିତ ୬ବଖରା ଘର ସମ୍ପୁର୍ଣ୍ଣ ଜଳିପୋଡି ଛାରଖାର ହୋଇଯାଇଥିଲା । ଅଗ୍ନିକାଣ୍ଡର ପ୍ରକୋପ ଯୋଗୁଁ କେହି ଘର ଭିତରକୁ ପସି କୌଣସି ସାମଗ୍ରୀ ଉଦ୍ଧାର କରିପାରି ନଥିଲେ । ଫଳରେ ଘରେଥିବା ଧାନ, ଚାଉଳ, ସୁନାରୁପା ସମେତ ସମସ୍ତ ଗୃହୋପକରଣ ସାମଗ୍ରୀ ପୋଡି ଛାରଖାର ହୋଇଯାଇଥିଲା । ଖବରପାଇ ହାଟଡିହି ଦମକଳ ବାହିନୀ ପହଞ୍ଚି ନିଆଁଲିଭା କାର‌୍ୟ୍ୟ ଜାରି ରଖିଛି । ଏହି ଅଗ୍ନିକାଣ୍ଡରେ ସମସ୍ତ ପରିବାରର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଭଷ୍ମୀଭୂତ ହୋଇଯାଇଥବବା ଅନୁବାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.