Home ଜିଲ୍ଲା ପରିକ୍ରମା ଭଦ୍ରକ ନିବନ୍ଧନ କାର୍ଯ୍ୟାଳୟରେ ଅଚଳାବସ୍ଥା, ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ ଓ ପ୍ରତିବାଦ ସଭା

ଭଦ୍ରକ ନିବନ୍ଧନ କାର୍ଯ୍ୟାଳୟରେ ଅଚଳାବସ୍ଥା, ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ ଓ ପ୍ରତିବାଦ ସଭା

14

ଭଦ୍ରକ, ୩୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ନିବନ୍ଧନ କାର୍ଯ୍ୟାଳୟରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ୨ବର୍ଷରୁ ଉର୍ଦ୍ଧ୍ୱ ହେବ ସ୍ଥାୟୀ ଅଧିକାରୀ ନାହାନ୍ତି । ପ୍ରତ୍ୟେକ ଦିନ ଦଲିଲ ପଞ୍ଜିକରଣ ପାଇଁ ଆସୁଥିବା କ୍ରେତା, ବିକ୍ରେତା ଓ ସାକ୍ଷୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇ ଚାଲିଛନ୍ତି । ସେମାନଙ୍କ ପାଇଁ ବସିବାକୁ ଓ ଯାନବାହାନ ରଖିବାକୁ ସ୍ଥାନ ନାହିଁ କିମ୍ବା ପାନୀୟ ଜଳ ଓ ଶୌଚାଳୟ ପରି ମୌଳିକ ସୁବିଧା ମଧ୍ୟ ନାହିଁ । ଜିଲ୍ଲାର ବିଭିନ୍ନ ବ୍ଳକରେ ଥିବା ନିବନ୍ଧନ କାର୍ଯ୍ୟାଳୟରେ କୌଣସି ୪ର୍ଥ ଶ୍ରେଣୀ କର୍ମଚାରୀ ନାହାନ୍ତି । ଭଦ୍ରକ ନିବନ୍ଧନ କାର୍ଯ୍ୟାଳୟର ନିବନ୍ଧନ ଅଧିକାରୀ ଭାବେ ଥିବା ତହସିଲଦାର ବିଭିନ୍ନ ଦଲିଲ, ଇଛାପତ୍ର, ଚୁକ୍ତିପତ୍ର, ପୌଷ୍ୟପତ୍ର ଦଲିଲକୁ ପଞ୍ଜିକୃତ ନକରି ଲୋକମାନଙ୍କୁ ଜାଣିଶୁଣି ଫେରାଇ ଦେଉଛନ୍ତି । ଉକ୍ତ କାର୍ଯ୍ୟାଳୟର କମ୍ପ୍ୟୁଟର କାର୍ଯ୍ୟ ଏକ ବେସରକାରୀ କମ୍ପାନୀ ହାତରେ ନ୍ୟସ୍ତ ରହିଛି ଓ ଉକ୍ତ କମ୍ପାନୀ ମନମାନୀ ଚଳାଇ ଲକ୍ଷାଧିକ ଟଙ୍କା ହଡ଼ପ କରି ଚାଲିଛି । ଅପରପକ୍ଷେ ସରକାରୀ କମ୍ପ୍ୟୁଟର ଖତ ଖାଉଛି । ବର୍ଷକୁ କୋଟି କୋଟି ଟଙ୍କା ଉକ୍ତ କାର୍ଯ୍ୟାଳୟ ଜରିଆରେ ରାଜସ୍ୱ ଆଦାୟ ହେଉଥିବାବେଳେ, ଲୋକମାନଙ୍କର ମୌଳିକ ସମସ୍ୟା ପ୍ରତି ସରକାର ଆଦୌ ଦୃଷ୍ଟି ଦେଉ ନାହାନ୍ତି ।

ଏ ସମସ୍ତ ଦାବି ସମୂହର ସମାଧାନ ନହେଲେ, ଯୁବମୋର୍ଚ୍ଚା ପକ୍ଷରୁ ଏହି କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରଯିବ ବୋଲି ବିଜେପି ଯୁବମୋର୍ଚ୍ଚାର ସଭାପତି ବିକାଶ ଶ୍ରେଷ୍ଠାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ବିକ୍ଷୋଭ ଓ ପ୍ରତିବାଦ ସଭାରେ ବିଜେପିର ବହୁ ନେତୃମଣ୍ଡଳୀ ଚେତାବନୀ ଦେଇଛନ୍ତି । ଉକ୍ତ ପ୍ରତିବାଦ ସଭାରେ ଭଦ୍ରକ ବିଧାନସଭାସ୍ତରୀୟ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ପ୍ରଦୀପ ନାୟକ ଯୋଗଦେଇ ସରକାରଙ୍କ ଏପରି ମନୋଭାବକୁ ତୀବ୍ର ନିନ୍ଦା କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟ ଅଶୋକ ପରିଜା, ଜିଲ୍ଲା ମହିଳା ମୋର୍ଚ୍ଚାର ସଭାନେତ୍ରୀ ହରପ୍ରିୟା ସାହୁ, ମଣ୍ଡଳ ସଭାପତି ପ୍ରଭାକର ସାମଲ, ଆଦିକନ୍ଦ ନାୟକ, ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ଦଇପୁର ସରପଞ୍ଚ ରାଜୀବ ନାୟକ, ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ମୁଖ୍ୟ ଏମଡି ସାବର ଅଲ୍ଲୀ, ଆଇଟି ସେଲ ଜିଲ୍ଲା ସଂଯୋଜକ ଶଶାଙ୍କ ଶେଖର ମିଶ୍ର, ମୋହରୀର ସଂଘର ରାଜ୍ୟ ସମ୍ପାଦକ ଉମାକାନ୍ତ ସାହୁ, ଜିଲ୍ଲା ସଂଘ ସମ୍ପାଦକ ରାମଚନ୍ଦ୍ର ନାୟକ, ସମାଜସେବୀ ଅଶୋକ ମହାନ୍ତି, ବୃଷଭାନୁ ସାହୁ, ଶଶାଙ୍କ ସାହୁ, ଶିବଶଙ୍କର ଦାସ, ନଗର ସଭାନେତ୍ରୀ ପଦ୍ମିନୀ ଦ୍ୱିବେଦୀ, ସ୍ୱର୍ଣ୍ଣଲତା ମିଶ୍ର, ରାକେଶ ମହାପାତ୍ର, ଆଲୋକ ମହାନାୟକ, ସାବିର ଦାସ, ସରୋଜ ପରିଡ଼ା, ବସନ୍ତ ବେହେରା, ଭାଗିରଥୀ ମହାକୁଡ, ପୁଷ୍ପକାନ୍ତ ସାହୁ, ସୌମ୍ୟରଂଜନ ନାୟକ, ସୁବ୍ରତ ରଂଜନ ନାୟକ, ସନ୍ତୋଷ ପରିଡ଼ା, ରବି ସିଂ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.