Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ହେଲା ୨ ଦିନ ପାଇଁ ଶଟ୍‌ଡାଉନ, ସାନିଟାଇଜେସନ ମୁଖ୍ୟ କାର୍ଯ୍ୟ

ଭଦ୍ରକ ଜିଲ୍ଲା ହେଲା ୨ ଦିନ ପାଇଁ ଶଟ୍‌ଡାଉନ, ସାନିଟାଇଜେସନ ମୁଖ୍ୟ କାର୍ଯ୍ୟ

76

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଳାର କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ଶନିବାର ଓ ରବିବାରକୁ ଶଟଡାଉନ କରାଯାଇଛି । ଅଗଷ୍ଟ ୧ ଶନିବାର ସକାଳ ୫ଟା ଠାରୁ ଅଗଷ୍ଟ ୩ ତାରିଖ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ସମଗ୍ର ଜିଲ୍ଲାକୁ ଶଟଡାଉନ କରିଛନ୍ତି । ଏହି ସମୟରେ ଜିଲ୍ଲା ତମାମ ସାନିଟାଇଜେସନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ନୂଆ କରୋନା ଆକ୍ରାନ୍ତ ଜଣେ ଚିହ୍ନଟ ହେବା ପରେ ଜିଲ୍ଳାର ମୋଟ ଆକ୍ରାନ୍ତ ସଂଖ୍ୟା ୬୦୭କୁ ବୃଦ୍ଧି ପାଇଛି । ଇତିମଧ୍ୟରେ ୨୯ଜଣ ସୁସ୍ଥ ହେବା ପରେ ସୁସ୍ଥଙ୍କ ସଂଖ୍ୟା ୫୦୭ ହୋଇଛି । ଏବେ ଆକ୍ଟିଭ୯୮ଜଣ ଅଛନ୍ତି । ଯେଉଁ ଜଣକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେ ଭଦ୍ରକ ପୌରପାଳିକାର ୯ ନଂ ୱାର୍ଡ ବନ୍ତଛକ ଆଚାର୍ଯ୍ୟନଗର ଅଞ୍ଚଳର ବୋଲି ସୂଚନା ଦିଆ ଯାଇଛି । ଅନ୍ୟପକ୍ଷରେ ଏହି ଶଟ୍‌ଡାଉନ ପାଇଁ ଭଦ୍ରକ ପୌରପାଳିକା ସମେତ ଜିଲ୍ଳାର ସମସ୍ତ ବ୍ଲକ, ପୌରପାଳିକା ଅଞ୍ଚଳରେ ମାଇକ ଦ୍ୱାରା ପ୍ରଚାର କରାଯାଇ ଲୋକଙ୍କୁ ଅବଗତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.