Home ଜିଲ୍ଲା ପରିକ୍ରମା ଭଦ୍ରକରେ ବିଶିଷ୍ଟ ସମାଜବାଦୀ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତିଙ୍କ ୩ୟ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଭଦ୍ରକରେ ବିଶିଷ୍ଟ ସମାଜବାଦୀ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତିଙ୍କ ୩ୟ ଶ୍ରାଦ୍ଧ ବାର୍ଷିକୀ ପାଳିତ

65

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସମାଜବାଦୀ, ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତିଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଭଦ୍ରକ ସହର ଅନ୍ତର୍ଗତ କୁଆଁସ ଠାରେ କୋବିଡ ନିୟମ ଅନୁଯାୟୀ ନିରାଡମ୍ବର ଭାବେ ପାଳିତ ହୋଇ ଯାଇଛି । ଗରଦପୁର ସ୍ଥିତ ଗାନ୍ଧି ଓଡ଼ିଶା ବାଳାଶ୍ରମ ଅନ୍ତେବାସୀଙ୍କ ଦ୍ୱାରା ସାଳନ୍ଦୀ ଘାଟରେ ତିଳତର୍ପଣ ଓ ସର୍ବଧର୍ମ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । ଏଥିରେ ବାଳାଶ୍ରମର ସମ୍ପାଦକ ଅଶୋକ ଦାସ, ଝରଣା ଦାସ, ଅଧୀକ୍ଷକ ହୃଷିକେଶ ମହାନ୍ତି, ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଭଦ୍ରକ ଓକିଲ ସଂଘ ପକ୍ଷରୁ ସଭା ଗୃହରେ ଥିବା ସ୍ୱର୍ଗତ ସଚ୍ଚିଦାନନ୍ଦ ମହାନ୍ତିଙ୍କର ତୈଳ ଫଟୋଚିତ୍ରରେ ଜିଲ୍ଲା ଜଜ୍‌୍ ଶିଶିର କୁମାର ରଥ ମାଲ୍ୟାର୍ପଣ କରିଥିଲେ । ଓକିଲ ସଂଘର ଅନ୍ତରୀଣ ଅଧ୍ୟକ୍ଷ ଜିତେନ୍ଦ୍ର ଦାସ, ପୂର୍ବତନ ଓକିଲ ସଂଘ ସଭାପତି ବିଷ୍ଣୁମୋହନ ମହାପାତ୍ର, ଅନ୍ତରୀଣ କମିଟି ସମ୍ପାଦକ ସନ୍ତୋଷ ନାୟକ, କୋଷାଧ୍ୟକ୍ଷ ବିଜନ ଜେନାଙ୍କ ସମେତ ଆଇନଜୀବୀ ମାନେ ସଚ୍ଚି ବାବୁଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପୂର୍ବାହ୍ନରେ ଭଦ୍ରକର କୁଆଁସ ଠାରେ ଥିବା ସଚ୍ଚିଦାନନ୍ଦ ମହାନ୍ତିଙ୍କ ସମାଧି ପୀଠରେ ଜିଲ୍ଲା ସ୍ମୃତି କମିଟି ପକ୍ଷରୁ ବରିଷ୍ଠ ସାମ୍ବାଦିକ ଅମର ନାୟକଙ୍କ ପୌରୋହିତ୍ୟରେ ନିରବ ପ୍ରାର୍ଥନା ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

 

ଏଥିରେ ବିରୋଧୀ ଦଳ ଉପନେତା ବିଧାୟକ ବିଷ୍ଣୁ ସେଠୀ, ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଶିଷ୍ଟ ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ସମାଜସେବୀ ଲଲାଟେନ୍ଦୁ ମହାନ୍ତି, ଆକାଶବାଣୀ ଓ ଦୂରଦର୍ଶନ ସମ୍ବାଦଦାତା ଅଶୋକ କୁମାର ନାୟକ, ପ୍ରଫେସର ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ, ଡକ୍ଟର ରାଧାରାଣୀ ମହାପାତ୍ର, ଡକ୍ଟର ପ୍ରଭାତ ନଳିନୀ ମହାପାତ୍ର, ଡକ୍ଟର ଉତ୍ପଳା ନାୟକ, ଶିକ୍ଷକନେତ୍ରୀ ସୁରଜିତା ନାୟକ, ଚାରୁଲତା ମହାପାତ୍ର, ଗୀତାରାଣି ଆଇଚ, ବସୁମିତ୍ରା ସାହୁ, ଶିକ୍ଷୟିତ୍ରୀ ସ୍ନେହଲତା ବେହେରା, ସମାଜସେବୀ ଅଭିଜିତ ନାୟକ, ସମାଜସେବିକା ପଲ୍ଳିଶ୍ରୀ ଦାସ, ଗାୟତ୍ରୀ ମହାନ୍ତି, କାଦମ୍ବିନୀ ମହାନ୍ତି, ଅନିମା ନାୟକ, ଶିକ୍ଷୟିତ୍ରୀ ପ୍ରଣତୀ ମଲ୍ଳିକ, ଯୁବସମାଜସେବୀ ଜ୍ୟୋତିପ୍ରକାଶ ମହାନ୍ତି, ସରିତା ମହାନ୍ତି, ଅସୀମ ମହାନ୍ତି, ଶ୍ରୀହର୍ଷ ମହାନ୍ତି, ରୋଟାରିଆନ ଅତିଶ ବେହେରା, ସାମ୍ବାଦିକ ସତ୍ୟ ଭୂଷଣ ସ୍ୱାମୀ, ସୁବ୍ରତ ପାଲ, ଦିଲିପ ନାୟକ, କିଶୋର ନାୟକ, ବୀରେନ୍ଦ୍ର ଖୁଣ୍ଟିଆ, ଆଇନଜୀବୀ ବିଷ୍ଣୁ ମୋହନ ମହାପାତ୍ର, ଗାନ୍ଧି ଓଡ଼ିଶା ବାଳାଶ୍ରମର ସମ୍ପାଦକ ଅଶୋକ ଦାସ, ହୃଷିକେଶ ମହାନ୍ତି ପ୍ରମୁଖ ଯୋଗ ଦେଇ କୋବିଡ ନିୟମ, ସାମାଜିକ ଦୂରତା ରଖି ସ୍ୱର୍ଗତ ସଚ୍ଚିଦାନନ୍ଦ ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଜଣେ ସମାଜସେବକ, ଅଧିବକ୍ତାଙ୍କ ବହୁମୁଖି ପ୍ରତିଭା, ଜୀବନାଦର୍ଶ, ସମାଜବାଦ ଏବଂ ସମାଜରେ ସଚ୍ଚି ବାବୁଙ୍କ ବଳିଷ୍ଠ ଅବଦାନ ଉପରେ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.