Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ବାଜପେୟୀଙ୍କ ଜୟନ୍ତୀ ପାଳିତ, ଅଟଳ ସମ୍ମାନ – ୨୦୨୧...

ଭଦ୍ରକ ଜିଲ୍ଲା ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ବାଜପେୟୀଙ୍କ ଜୟନ୍ତୀ ପାଳିତ, ଅଟଳ ସମ୍ମାନ – ୨୦୨୧ ପ୍ରଦାନ

31

ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କର ୯୭ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ବାଜପେୟୀଙ୍କ ଜନ୍ମ ଦିବସ ଡିସେମ୍ବର ୨୫କୁ ସୁଶାସନ ଦିବସ ଭାବରେ ପାଳନ କରାଯାଉଛି । ଏହି ଅବସରରେ ଭଦ୍ରକ ଜିଲ୍ଲା ଭାଜପା ମହିଳାମୋର୍ଚ୍ଚା ପକ୍ଷରୁ “ଅଟଳ ସମ୍ମାନ- ୨୦୨୧” ପ୍ରଦାନ କରାଯାଇଛି । ରାଜନୀତି ତଥା ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଭାଜପା ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଉଛି । ଭଦ୍ରକ, କେଦାରପୁର ଅଞ୍ଚଳର ସରସ୍ୱତୀ ସେନାପତିଙ୍କୁ ଚଳିତ ବର୍ଷ ପାଇଁ “ଅଟଳ ସମ୍ମାନ” ପ୍ରଦାନ କରାଯାଇଛି । ଭଦ୍ରକ ଜିଲ୍ଲା ମହିଳାମୋର୍ଚ୍ଚା ଅଧ୍ୟକ୍ଷା ହରପ୍ରିୟା ସାହୁଙ୍କ ସଭାପତିତ୍ୱରେ ଭଦ୍ରକାଳୀ ମଣ୍ଡଳ ସ୍ଥିତ ଗ୍ରାମଦେବୀଙ୍କ ପରିସରରେ ଏଥି ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜନୀତି ତଥା ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସରସ୍ୱତୀ ସେନାପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସରସ୍ୱତୀ ନିଜେ ଜଣେ ସ୍ୱାବଲମ୍ବୀ ମହିଳା ସହିତ ଆହୁରି କିଛି ମହିଳାଙ୍କୁ ମଧ୍ୟ ସେ ସ୍ୱାବଲମ୍ବୀ କରାଇ ପାରିଛନ୍ତି । ଏହି ଅବସରରେ ଅଧ୍ୟକ୍ଷା ହରପ୍ରିୟା ସାହୁ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ମହିଳାମୋର୍ଚ୍ଚା ନଗର ସଭାନେତ୍ରୀ ପଦ୍ମିନୀ ଦ୍ୱିବେଦୀ, ଭଦ୍ରକାଳୀ ମଣ୍ଡଳ ସାଧାରଣ ସମ୍ପାଦିକା ରୁକ୍ମିଣୀ ଘଡ଼େଇ, ଜିଲ୍ଲା ମହିଳା ମୋର୍ଚ୍ଚା ଆଇଟି ସେଲ୍ ସଂଯୋଜିକା ସ୍ୱର୍ଣ୍ଣଲତା ସାହୁଙ୍କ ସମେତ ଶତାଧିକ ମହିଳା ଯୋଗଦେଇଥିଲେ । ମଣ୍ଡଳ ସଭାପତି ନାରାୟଣ ସେନାପତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.