Home ଜିଲ୍ଲା ପରିକ୍ରମା ଭଦ୍ରକ : ଜିଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମାଣ ହେବ ଅକ୍ସିଜେନ୍ ପ୍ଲାଣ୍ଟ

ଭଦ୍ରକ : ଜିଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମାଣ ହେବ ଅକ୍ସିଜେନ୍ ପ୍ଲାଣ୍ଟ

18

ଭଦ୍ରକ, ୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାବାସୀଙ୍କ ପାଇଁ ଏବେ ଆସିଛି ଏକ ଖୁସିର ଖବର । ଜିଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମାଣ ହେବ ଅକ୍ସିଜେନ୍ ପ୍ଲାଣ୍ଟ । ଏଥିପାଇଁ ଆଜି ଭଦ୍ରକ ଜିଲାପାଳ ଜ୍ଞାନ ଦାସଙ୍କ ସହ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗର ଅଧିକାରୀମାନେ ନିର୍ମାଣସ୍ଥଳ ପରିଦର୍ଶନ କରିଛନ୍ତି । ତେବେ ଭଦ୍ରକ ଜିଲାପାଳଙ୍କ ସହ ଜାତୀୟ ରାଜପଥ ପ୍ରାଧିକରଣର ବରିଷ୍ଠ ଅଧିକାରୀ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ବୁଲି ଏହି ଅକ୍ସିଜେନ୍ ପ୍ଲାଣ୍ଟ ନିର୍ମାଣ ପାଇଁ ସ୍ଥାନ ଚୟନ କରିଛନ୍ତି । ଆସନ୍ତାକାଲି ଠାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲାପାଳ ଶ୍ରୀ ଦାସ ସୂଚନା ଦେଇଛନ୍ତି । ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଏହି ଅକ୍ସିଜେନ୍ ପ୍ଲାଣ୍ଟ ନିର୍ମାଣ ହେବାକୁ ଥିବାବେଳେ ଆଉ ମାତ୍ର କେତେଟା ଦିନ ପରେ ଅକ୍ସିଜେନ୍ ସିଲିଣ୍ଡରର ଆବଶ୍ୟକତା ରହିବ ନାହିଁ । ଏହା ନିର୍ମାଣ ହେବାକୁ ୧୫-୨୦ ଦିନ ଲାଗିବ ବୋଲି ଜିଲାପାଳ ଶ୍ରୀ ଦାସ କହିଥିବାବେଳେ ଏଥିପାଇଁ ସ୍ଥାନ ନିରୂପଣ କରାଯାଇ ଲେ ଆଉଟ୍ ମଧ୍ୟ ସରିଯାଇଛି । ଯାହାଫଳରେ ଏଠାରେ ସିଲିଣ୍ଡର ଓ ରି-ଫିଲିଂ ର ଆବଶ୍ୟକତା ନରହି ସିଧାସଳଖ ପ୍ଲାଣ୍ଟରୁ ପାଇପ୍ ଯୋଗେ ଅକ୍ସିଜେନ୍ ଯୋଗାଇ ଦିଆଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.