Home ଜିଲ୍ଲା ପରିକ୍ରମା ଭଦ୍ରକରେ ଆରମ୍ଭ ହେଲା ଲକ୍‌ଡାଉନ୍‌; ପୁଲିସ୍‌ର କଡାକଡି ଯାଞ୍ଚ

ଭଦ୍ରକରେ ଆରମ୍ଭ ହେଲା ଲକ୍‌ଡାଉନ୍‌; ପୁଲିସ୍‌ର କଡାକଡି ଯାଞ୍ଚ

10

ଭଦ୍ରକ, ୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାରେ କରୋନାର ଦ୍ୱିତୀୟ ଲହରୀର ପ୍ରଥମ ଦିନର ଲକ୍‌ଡାଉନ୍ ମଧ୍ୟ ଭଦ୍ରକରେ ବେଶ୍ ପ୍ରଭାବ ପକାଇଛି । ଆଜି ସହରର ଅପର୍ତ୍ତିବିନ୍ଧା, ବନ୍ତଛକ, ଟାଉନ୍ ହଲ ଛକ, ବାଇପାସ୍ ଛକ, ଚରମ୍ପା ଛକ, ଆରଡି ଛକ ଭଳି ବିଭିନ୍ନ ସ୍ଥାନରେ ପୁଲିସର ବାରାକେଡ୍ ସହ କଡା ପ୍ରହରା ଦେଖିବାକୁ ମିଳିôଥଲା । ପୁଲିସ୍ ଓ ପୌରପାଳିକା ସହଯୋଗରେ ସହରର ବିଭିନ୍ନ ଅଂଚଳର ବାଉଁଶ ମାଧ୍ୟମରେ ସିଲ୍ ହୋଇଥିବାବେଳେ ଯାତାୟତ ଲୋକମାନଙ୍କୁ ପୁଲିସ୍ ସତର୍କତାର ସହ ଯାଞ୍ଚ କରୁଥିବାର ଦେଖିବାକୁ ମିଳିଥିଲା । ସକାଳ ୬ ରୁ ଦିନ ୧୨ ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକୀୟ ଦୋକାନ ବଜାରକୁ ଛାଡିଦେଲେ ଅନ୍ୟ ସମସ୍ତ ଦୋକାନ ଗୁଡିକ ବନ୍ଦ ରହିଥିଲା । ଲୋକମାନେ ଚାଲି ଚାଲି ଆସି ସାମାଜିକ ଦୂରତା ବଜାୟ ରଖିବା ସହ ଦୋକାନରୁ ପରିବା, ମାଛ, ମାଂସ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିଥିଲେ । ଭଦ୍ରକ ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଓ ଜିଲାପାଳ ଡ. ଜ୍ଞାନ ଦାସଙ୍କ ନେତୃତ୍ୱରେ ସମସ୍ତ ଟିମ୍ ସହରର ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖି ସମୀକ୍ଷା କରିଥିଲେ । ଦିନ ୧୨ ଟା ପରେ ରାସ୍ତାଘାଟ ଶୂନଶାନ ହୋଇପଡିଥିବାର ଦେଖାଯାଇଥିଲା । ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.