Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାରେ ୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସକ୍ରିୟଙ୍କ ସଂଖ୍ୟା ୫ଶହ ଟପିଲା

ଭଦ୍ରକ ଜିଲାରେ ୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସକ୍ରିୟଙ୍କ ସଂଖ୍ୟା ୫ଶହ ଟପିଲା

21

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳାରୁ ୮୬ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୦ଜଣ ସୁସ୍ଥ ହୋଇଛନ୍ତି । ଫଳରେ ଜିଲ୍ଳାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୮୨୬୫ ଏବଂ ମୋଟ ସୁସ୍ଥଙ୍କ ସଂଖ୍ୟା ୭୬୯୯ । ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ଶହ ଅତିକ୍ରମ କରି ୫୪୦ରେ ପହଞ୍ଚିଛି । ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକ ବ୍ଲକ ଅଞ୍ଚଳର ୨ଜଣ କଟକ ଏସ୍‌ସିବିରୁ ଓ ୨ ଜଣ ସମ୍ ହସ୍‌ପିଟାଲରୁ ଚିହ୍ନଟ ହୋଇଛନ୍ତି । ସେହିଭଳି ଭଦ୍ରକରେ ହୋଇଥିବା ନମୁନା ପରୀକ୍ଷାରୁ ବାସୁଦେବପୁର ବ୍ଳକର କାଞ୍ଜିଖିଆ ଓ କୁଆଳି ଗ୍ରାମରୁ ଜଣେ ଲେଖାଏଁ, ଭଦ୍ରକ ବ୍ଳକର ଆମ୍ବରୋଳି, ଚରମ୍ପା, ହରିପୁର, ମଉଦା, ଓଲଙ୍ଗ, ତେନ୍ତୁଳିଗଡ଼ିଆ, ସାହାଡ଼ା ଗ୍ରାମରୁ ଜଣେ ଜଣେ ଚିହ୍ନଟ ହୋଇଥିବା ବେଳେ ଏରେଇଁ ଗ୍ରାମରୁ ୧୧ଜଣ, ନଳାଙ୍ଗ ଗ୍ରାମରୁ ୩ଜଣ, ବେଲସାହି ଗ୍ରାମରୁ ୪ଜଣ ଚିହ୍ନଟ ହୋଇଛନ୍ତି । ଭଦ୍ରକ ପୌରପାଳିକାର ୧୦ ନଂ ୱାର୍ଡ ଜଗନ୍ନାଥପୁର ଗ୍ରାମରୁ ୩ଜଣ, ୧୧ ନଂ ୱାର୍ଡ ନୂଆବଜାରରୁ ୩ଜଣ, ୧୫ ନଂ ୱାର୍ଡ କୁଆଁଶ ଗ୍ରାମରୁ ଜଣେ, ୧୩ ନଂ ୱାର୍ଡ ଅପର୍ତ୍ତିବିନ୍ଧା ଗ୍ରାମରୁ ଜଣେ, ୯ ୱାର୍ଡ ବାଗୁରାଇ ମନ୍ଦିରରୁ ଜଣେ, ଉତ୍ତରବାହିନୀ ଗ୍ରାମରୁ ଜଣେ, ୬ ନଂ ୱାର୍ଡ ନିଳାଦ୍ରିବିହାରରୁ ଜଣେ, ବାଇପାସ୍‌ରୁ ଜଣେ, ମୋଟେଲଛକ ଓ ଗୋପବନ୍ଧୁନଗରରୁ ଜଣେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଣ୍ଡାରିପୋଖରୀ ବ୍ଲକର ବିରିଡ଼ି ଗ୍ରାମରୁ ଜଣେ, ପାଟୁଳି ଗ୍ରାମରୁ ଜଣେ, ଦକ୍ଷିଣବାଡ଼ ଗ୍ରାମରୁ ଜଣେ, ରହଣିଆ ଗ୍ରାମରୁ ଜଣେ, ମଞ୍ଜୁରିରୋଡ ଗ୍ରାମରୁ ଜଣେ ଚିହ୍ନଟ ହୋଇଥିବା ବେଳେ ଧାମନଗର ଏନ୍‌ଏସିରୁ ୩ଜଣ ଚିହ୍ନଟ ହୋଇଛନ୍ତି । ଧାମନଗର ବ୍ଳକର ହାତିଆପଡ଼ା ଗ୍ରାମରୁ ଜଣେ, ବମକୁରା ଗ୍ରାମରୁ ଜଣେ, ପଳିକିରି ଗ୍ରାମରୁ ଜଣେ, ମାନକାଡ଼ିଆ ଗ୍ରାମରୁ ଜଣେ, ପତ୍ରିବିନ୍ଧା ଗ୍ରାମରୁ ଜଣେ, ନଦୀଗାଁ ଗ୍ରାମରୁ ଜଣେ, ବନ୍ଧଟିଆ ଗ୍ରାମରୁ ୩ଜଣ ଚିହ୍ନଟ ହୋଇଛନ୍ତି । ବନ୍ତ ବ୍ଲକ ବିଟିପୁର ଗ୍ରାମରୁ ଜଣେ, ଚକ୍ରାପାଢୀ ଗ୍ରାମରୁ ୨ଜଣ, ସବର ଗ୍ରାମରୁ ଜଣେ, ବଡଗଡ଼ିଆ ଗ୍ରାମରୁ ୨ଜଣ, ଅଳଉତି ଗ୍ରାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚାନ୍ଦବାଲି ବ୍ଳକର ମଉସୁଧା ଗ୍ରାମର ଜଣେ, ଶୁଖଳେଶ୍ୱର ଗ୍ରାମର ଜଣେ, ମାଧପୁର ଗ୍ରାମର ଜଣେ, କରଣପୋଖରୀ ଗ୍ରାମର ଜଣେ, ଚାନ୍ଦବାଲି ଏନ୍‌ଏସିର ୨ଜଣ, ଗୋଲାଡିହାରୁ ଜଣେ, ୩ ନଂ ୱାର୍ଡରୁ ଜଣେ ଚିହ୍ନଟ ହୋଇଛନ୍ତି । ସେହିଭଳି ତିହିଡି ବ୍ଳକର କମାରିଆ ଗ୍ରାମରୁ ଜଣେ, ତଳଗୋପବିନ୍ଧା ଗ୍ରାମରୁ ଜଣେ, ମଙ୍ଗଳପୁର ଗ୍ରାମରୁ ଜଣେ, ମଠସାହିରୁ ଜଣେ, ମହରମପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲା ଭାବେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକାରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.