Home କେନ୍ଦୁଝର ଚଉଠି ପୁର୍ବଦିନ ଝିଅକୁ ଉଠାଇ ଆଣିଲା ପୁଲିସ

ଚଉଠି ପୁର୍ବଦିନ ଝିଅକୁ ଉଠାଇ ଆଣିଲା ପୁଲିସ

277

ହାଟଡ଼ିହି, ୨୯ । ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ନନ୍ଦିପଦା ଥାନା ଅଁରା ଗ୍ରାମରେ ଜଣେ ନବ ବିବାହିତା ପତ୍ନୀଙ୍କୁ ତାଙ୍କ ବାପା, ମାଙ୍କ ଅଭିଯୋଗ କ୍ରମେ ପୁଲିସ ଉଠାଇ ଆଣି ପିତାମାତାଙ୍କୁ ହସ୍ତାନ୍ତର କରିଛି । ଖବରରୁ ଜଣାଯାିଛି ଯେ ଅଁରା ଗ୍ରାମର ଜଗନ୍ନାଥ ପଣ୍ଡା ନାକ ଜଣେ ଯୁବକ ଯାଜପୁର ଜିଲ୍ଲା ବରିଥାନା ପଣସପଡା ଗ୍ରାମର ଜଣେ ଯୁବତୀକୁ ଭଲପାଇ ଆଣି ନିମାପଡା ଜଗନ୍ନାଥ ମନ୍ଦିରରେ ବିବାହ କରିଥିଲା । ଆସନ୍ତାକାଲି ତାଙ୍କର ଚଉଠି ହେବାକୁ ଥିବାବେଳେ କୌଣସି ସୁତ୍ରରୁ ଖବରପାଇ ଝିଅର ବାପା ଓ ମା ନନ୍ଦିପଦା ଥାନାରେ ପହଞ୍ଚି ଅଭିଯୋଗ କରିବାପରେ ନନ୍ଦିପଦା ପୁଲିସ ଅଁରା ଗ୍ରାମକୁ ଯାଇ ସଂପୃକ୍ତ ଯୁବତୀକୁ ଉଠାଇ ଆଣି ତାଙ୍କ ବାପା ମାଙ୍କ ଜିମା ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.