ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍ ଗେଲପୁର ଠାରେ ୧୬ନଂ ଜାତୀୟ ରାଜପଥରୁ ଏକ ଗୋରୁ ବୋଝେଇ ଟ୍ରକ୍ ଜବତ କରିଛି । ଏବଂ ଏଥିରେ ଥିବା ୨୮ଟି ଗୋରୁଙ୍କୁ ଉଦ୍ଧାର କରି ମଇତାପୁରସ୍ଥିତ ଗୋଶାଳାରେ ଛାଡିଥିବାର ଜଣାଯାଇଛି । ସୂଚନା ଅନୁସାରେ ଯାଜପୁରରୁ ଏକ ଟ୍ରକ୍ ଓଡି-୧୯ଆର-୨୪୪୫ ଯୋଗେ ବାଲେଶ୍ୱର ଆଡକୁ ଯାଉଥିବା ଖବର ପାଇ ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନାଙ୍କ ତତ୍ତ୍ୱାବଧାନରେ ଏକ ପୁଲିସ୍ ଦଳ ଗେଲପୁର ଠାରେ ଏହି ଗାଡିକୁ ଜବତ କରି ସେଥିରୁ ଉଦ୍ଧାର ଗୋରୁଙ୍କୁ ମଇତାପୁରସ୍ଥିତ ଗୋଶାଳାରେ ଛାଡିଛନ୍ତି । ବାରମ୍ବାର ଅଭିଯୋଗ ଓ ଧରପଗଡ ପରେ ବି ଗୋରୁ ଚାଲାଣ ମାଫିଆ ସକ୍ରୀୟ ଥିବାରୁ ଏଥିପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବୀ ହେଉଛି ।