Home ଜିଲ୍ଲା ପରିକ୍ରମା ଭଦ୍ରକ କାଳୀପୂଜା ମେଳା ପାଇଁ ଦିନ ଚୂଡ଼ାନ୍ତ, ନଭେମ୍ବର ୧୮ ପର୍ଯ୍ୟନ୍ତ ମେଳା, ୧୯ ସକାଳ...

ଭଦ୍ରକ କାଳୀପୂଜା ମେଳା ପାଇଁ ଦିନ ଚୂଡ଼ାନ୍ତ, ନଭେମ୍ବର ୧୮ ପର୍ଯ୍ୟନ୍ତ ମେଳା, ୧୯ ସକାଳ ୯ଟା ସୁଦ୍ଧା ଭସାଣି

16

ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ପ୍ରସିଦ୍ଧ ଭଦ୍ରକ କାଳୀପୂଜା ଆୟୋଜନ ନେଇ ପୂର୍ବରୁ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଥିଲେ ବି ମେଳା ଆୟୋଜନ ନେଇ ଦିନ ଧାର୍ଯ୍ୟପାଇଁ ଆଜି ଦ୍ୱିତୀୟଥର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏସ.୍‌.ପି. ବରୁଣ ଗୁଣ୍ଟୁପାଲି, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ମନୋଜ ପାତ୍ର, ଡେପୁଟୀ କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଶାସନ ତରଫରୁ ପ୍ରଦତ୍ତ କାର୍ଯ୍ୟସୂଚୀ ମତେ ନଭେମ୍ବର ୧୮ ରାତି ପର୍ଯ୍ୟନ୍ତ ମେଳା ଓ ୧୯ ତାରିଖ ସକାଳ ୯ଟା ସୁଦ୍ଧା ଭସାଣି ଶେଷ କରିବା ପାଇଁ ଧାର୍ଯ୍ୟ ଦିନ ଓ ସମୟକୁ ବୈଠକରେ ସର୍ବ ସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା । ବୈଠକରେ ଉପସ୍ଥିତ ପୂଜା କମିଟିର ସଦସ୍ୟମାନେ ମେଳାପାଇଁ ଦିନେ ଅଧିକ ସମୟ ଇଚ୍ଛା କରୁଥିଲେ୍ ବି ପୋଲିସ ମୂତୟନ ଓ ଶାନ୍ତି ଶୃଙ୍ଖଳା ରକ୍ଷା କାର୍ଯ୍ୟ ନେଇ ପ୍ରଶାସନ ତରଫରୁ ଧାର୍ଯ୍ୟ ଦିନ ମଧ୍ୟରେ ମେଳା ଶେଷ କରିବାକୁ ସହଯୋଗ କରିବା ପାଇଁ କମିଟି ସଦସ୍ୟ ମାନଙ୍କୁ ଅନୁରୋଧ କରାଯାଇଥିଲା ଏବଂ ଏହି ପ୍ରସ୍ତାବକୁ ସମସ୍ତେ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.