Home ଜିଲ୍ଲା ପରିକ୍ରମା ଭଦ୍ରକ କଲେଜରେ ରକ୍ତଦାନ ଶିବିର

ଭଦ୍ରକ କଲେଜରେ ରକ୍ତଦାନ ଶିବିର

45

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଫକୀରମୋହନ ବିଶ୍ୱ ବିଦ୍ୟାଳୟର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଯାଇଛି । ଏହି ଶିବିରରେ ୮୭ ଜଣ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ-ଅଧ୍ୟାପିକା ରକ୍ତଦାନ କରି ଆୟୋଜନଟିକୁ ସଫଳ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ଭଦ୍ରକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁବୋଧ ଚନ୍ଦ୍ର ମିଶ୍ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏବଂ ଏହାକୁ ଏନଏସଏସର ସଂଯୋଜକ ପ୍ରଫେସର ଡ. ସୁଦର୍ଶନ ଦାସ ସଂଚାଳନା କରିଥିଲେ । ଏଥିରେ ଅଧ୍ୟାପକ ବସନ୍ତ କୁମାର ଜେନା, ଅଧ୍ୟାପିକା ସ୍ୱପ୍ନା ସୋନାଲିକା, ଅଧ୍ୟାପକ ପ୍ରଫୁଲ୍ଲ କୁମାର ବାରିକ ଓ ଶୁଭେନ୍ଦୁ କୁମାର ବରାଳ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.