Home ଜିଲ୍ଲା ପରିକ୍ରମା ଭଦ୍ରକ ଓକିଲ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ, ବରିଷ୍ଠ ଆଇନ୍‌ଜୀବିଙ୍କୁ ସମ୍ବର୍ଦ୍ଧିତ

ଭଦ୍ରକ ଓକିଲ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ, ବରିଷ୍ଠ ଆଇନ୍‌ଜୀବିଙ୍କୁ ସମ୍ବର୍ଦ୍ଧିତ

27

ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଓକିଲସଂଘର ବାର୍ଷିକ ଉତ୍ସବ ଭଦ୍ରକ ସହିଦ୍‌ସ୍ମୃତି ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ଓଡ଼ିଶା ହାଇକୋର୍ଟର ବିଚାରପତି ଡ଼. ବି.ଆର. ଷଡ଼ଙ୍ଗୀ ଓ ହାଇକୋର୍ଟ ବିଚାରପତି ସଞ୍ଜିବ୍ ପାଣିଗ୍ରାହୀ ଏବଂ ଭଦ୍ରକ ଜିଲ୍ଲା ଜଜ୍ ଶିଶିର କୁମାର ରଥ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଭଦ୍ରକ ଓକିଲସଂଘର ସଭାପତି ଦିଲ୍ଲୀପ୍ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଓଡ଼ିଶା ହାଇକୋର୍ଟର ବିଚାରପତି ଡ଼. ବି.ଆର. ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ସଞ୍ଜିବ୍ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଭଦ୍ରକ ଜିଲ୍ଳା ଜଜ୍ ଶିଶିର କୁମାର ରଥ ଯୋଗଦେଇଥିଲେ । ପ୍ରାରମ୍ଭରେ ଆଇନ୍‌ଜୀବୀ ରାଧାରାଣୀ ମହାପାତ୍ର ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ କରିଥିବା ବେଳେ ଆଇନ୍‌ଜୀବୀ ଅରୁଣ କୁମାର ଚାନ୍ଦ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଓକିଲ ସଂଘର ସାଧାରଣ ସଂପାଦକ ସୂର୍ଯ୍ୟକାନ୍ତ କୁଅଁର ସଂପାଦକୀୟ ପାଠକରିଥିବା ବେଳେ ବରିଷ୍ଠ ଅଧିବକ୍ତା ଦିବ୍ୟସିଂହ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ସଂଘର ମୁଖପତ୍ର ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଓକିଲାତି ପେଶାରେ ଦୀର୍ଘବର୍ଷ ସାଧନା କରିଥିବା ବହୁ ବଳିଷ୍ଠ ଅଧିବକ୍ତା ମାନଙ୍କୁ ସଂଘ ପକ୍ଷରୁ ମାନପତ୍ର ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନଙ୍କର ନାମ ପ୍ରକାଶ କରିଥିଲେ ବରିଷ୍ଠ ଆଇନ୍‌ଜୀବୀ ଦିବ୍ୟସିଂହ ନାୟକ ।ସଭାକାର୍ଯ୍ୟ ପୂର୍ବରୁ ୨୦୨୦ମସିହାରେ ଦିବ୍ୟଂଗତ ଅଧିବକ୍ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୀପ ଦାନ କରାଯିବା ସହ ନିରବ ପ୍ରାର୍ଥନା କରାଯାଇଥିଲା । ସେହି ଦିବ୍ୟଂଗତ ଅଧିବକ୍ତାଙ୍କ ନାମ ପାଠ କରିଥିଲେ ଆଇନ୍‌ଜୀବି ମନୋରଞ୍ଜନ ମହାନ୍ତି ।

ଶେଷରେ ଅଧିବକ୍ତା ଗଦାଧର ବଳ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଦ୍ୱିତୀୟ ସୋପାନରେ ଆୟୋଜିତ ଉତ୍ସବରେ ଭଦ୍ରକର ସାଂସଦ ମଞ୍ଜୁଲତା ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ଭଦ୍ରକର ବିଧାୟକ ସଂଜୀବ୍ ମଲ୍ଲିକ୍ ଯୋଗଦେଇଥିଲେ । ସମ୍ମାନୀତ ଅତିଥିଭାବେ ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଯୋଗଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବରେ ରାଜ୍ୟ ମାନବାଧିକାର ଆୟୋଗର ସଦସ୍ୟ ଅସିମ ଅମିତାଭ ଦାସଏବଂ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ମିନତୀ ବେହେରା ପ୍ରମୁଖ ଯୋଗଦେଇଥିଲେ । ଉକ୍ତ ଉତ୍ସବକୁ ସଂଘର ସଭାପତି ଦିଲ୍ଲିପ୍ କୁମାର ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ଅଧିବକ୍ତା ଗଦାଧର ବଳ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂଘର ଉପସଭାପତି ଅମିତା ଆଚାର୍ଯ୍ୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସଂଘର ସାଧାରଣ ସଂପାଦକ ସୂର୍ଯ୍ୟକାନ୍ତ କୁଅଁର ତାଙ୍କର ସମ୍ଭାଷଣ ପ୍ରଦାନ କରିଥିଲେ ଏବଂ ଶେଷରେ ଆଇନ୍‌ଜୀବୀ ସଇଲି ଅହମ୍ମଦ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଯୁବ ଆଇନ୍‌ଜୀବୀ ତଥା ସମାଜସେବୀ ରାମଚନ୍ଦ୍ର ବେହେରା ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ବେଳେ ସଂଘର ସମସ୍ତ କର୍ମକର୍ତ୍ତା ଓ ବାରର ସମସ୍ତ ସଦସ୍ୟ ଏହି ଉତ୍ସବକୁ ପରିଚାଳନା କରିଥିଲେ । ଏହି ବାର୍ଷିକ ଉତ୍ସବରେ ବାର ସମସ୍ତ ବଳିଷ୍ଠ ଓ କନିଷ୍ଠ ଆଇନ୍‌ଜୀବୀ ଯୋଗଦେଇଥିଲେ ଏବଂ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ମେଲୋଡି ପରିବେଷଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.