Home ଜିଲ୍ଲା ପରିକ୍ରମା ଭଦ୍ରକ ଓକିଲ ସଂଘର ନିର୍ବାଚନରେ ୭ ପଦବୀ ପାଇଁ ୧୮ ଜଣ ପ୍ରାର୍ଥୀ

ଭଦ୍ରକ ଓକିଲ ସଂଘର ନିର୍ବାଚନରେ ୭ ପଦବୀ ପାଇଁ ୧୮ ଜଣ ପ୍ରାର୍ଥୀ

6

ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନର ନୋମିନେସନ ପାଇଁ ଥିଲା ଶେଷଦିନ । ଓଡ଼ିଶା ରାଜ୍ୟ ବାର୍ କାଉନସିଲଙ୍କ ନିର୍ଦ୍ଦେଶ ମତେ ରାଜ୍ୟର ସବୁ ଓକିଲ ସଂଘର ନିର୍ବାଚନ ଗୋଟିଏ ଦିନରେ ଅନୁଷ୍ଠିତ ହେଉଛି । ଫଳରେ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ଥିବାବେଳେ ସଭାପତି ପଦବୀ ପାଇଁ ବରିଷ୍ଠ ଆଇନ୍‌ଜୀବୀ ବସନ୍ତ ଦାସ, ଦେବେନ୍ଦ୍ର ପଣ୍ଡା, ଧନେଶ୍ୱର ମଲ୍ଲିକ ନିଜ ନିଜର ସମର୍ଥକମାନଙ୍କ ସହ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସଂପାଦକ ପଦବୀ ପାଇଁ ପୂର୍ବଥର ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିବା କଲ୍ୟାଣ ଦାସଙ୍କ ସହ ଅନେକ ଥର ସଂପାଦକ ରହିଥିବା ସୂର୍ଯ୍ୟକାନ୍ତ କୁଅଁର, ଉପସଭାପତି ପଦବୀ ପାଇଁ ଦୀପକ କୁମାର ସାହୁ, ମନୋରଞ୍ଜନ ଦାସ, କମଳିନୀ ନାୟକ, ସହ ସଂପାଦକ ପାଇଁ ରତ୍ନାକର ବାରିକ, ଗିରିଜା ଶଙ୍କର ଦାସ, ରଂଜନ କୁମାର ପଣ୍ଡା, କୋଷାଧ୍ୟକ୍ଷ ପାଇଁ କିଶୋର ବଳ, ଉମାକାନ୍ତ ସେଠୀ, କାର୍ଯ୍ୟକାରିଣୀ ସଦସ୍ୟ ପାଇଁ ଶିଳାଦିତ୍ୟ ନାୟକ, କୌଶିକ କୁମାର ଦାସ, ସଂଜୟ ନାୟକ, ବିଶ୍ୱପ୍ରକାଶ ଦାସ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ଏହି ୪ ଜଣଙ୍କ ମଧ୍ୟରୁ ୩ ଜଣ ନିର୍ବାଚିତ ହେବେ । ସେହିଭଳି ଯୁଗ୍ମ ସଂପାଦକ ଭାବେ ନିକୁଞ୍ଜ ପୁହାଣ, ଲାଇବ୍ରେରୀ ସଂପାଦକ ଭାବେ ସୁରେନ୍ଦ୍ର କର ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ସେମାନଙ୍କ ବିରୁଦ୍ଧରେ ଅନ୍ୟ କେହି ନାମାଙ୍କନ ପତ୍ର ଦାଖଲ କରିନଥିବାରୁ ଏହି ଦୁଇଜଣଙ୍କର ବିଜୟ ସୁନିଶ୍ଚିତ । ଆସନ୍ତା ୧୪ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ପରେ ୧୬ ତାରିଖରେ ପ୍ରତ୍ୟାହାର ଓ ୧୮ ତାରିଖରେ ଚୂଡାନ୍ତ ପ୍ରାର୍ଥୀପତ୍ର ତାଲିକା ପ୍ରକାଶନ ଓ ୩୦ ତାରିଖରେ ନିର୍ବାଚନ ହେବାକୁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି ବୋଲି ନିର୍ବାଚନ ଅଧିକାରୀ ଅଧିବକ୍ତା ସନ୍ତୋଷ ନାୟକ କହିଛନ୍ତି । ତାଙ୍କୁ ସହାୟତା କରିବା ପାଇଁ ସରୋଜ ତପନ ଦାସ, ଅତିଶ କୁମାର ବେହେରା, ଲଲାଟେନ୍ଦୁ ଦୀକ୍ଷିତ, ନାରାୟଣ ମହାନ୍ତି, ଚିତ୍ତରଂଜନ ନାଥ, ବନିତା ଦତ୍ତ, ଜ୍ୟୋତିରଂଜନ ବେହୁରା ପ୍ରମୁଖ ଅତିରିକ୍ତ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.