Home କେନ୍ଦୁଝର ଭଦ୍ରକ ଆକ୍ରାନ୍ତଙ୍କ କେନ୍ଦୁଝର ଲିଙ୍କକୁ ନେଇ ଅଞ୍ଚଳବାସୀ ଭୟଭୀତ, ଏବେବି ଦୁଇ ଗ୍ରାମ ସିଲ

ଭଦ୍ରକ ଆକ୍ରାନ୍ତଙ୍କ କେନ୍ଦୁଝର ଲିଙ୍କକୁ ନେଇ ଅଞ୍ଚଳବାସୀ ଭୟଭୀତ, ଏବେବି ଦୁଇ ଗ୍ରାମ ସିଲ

493

ହାଟଡ଼ିହି, ୨୦ । ୪ : ରାଜ୍ୟରେ କିଛିଦିନ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିକମି ଯାଉଥିବାବେଳେ ହଠାତ ଆଜି ୧୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଲୋକମାନଙ୍କୁ ଭୟଭୀତ କରିଛି । ଅନ୍ୟପକ୍ଷରେ ଭଦ୍ରକ ଓ ଯାଜପୁର ଜିଲ୍ଲାର କୋରେଇ ଅଞ୍ଚଳରେ ଜଣେ ଜଣେ ରୋଗୀ ଚିହ୍ନଟ ହେବାପରେ ହାଟଡିହି ଅଞ୍ଚଳରେ ଆଲୋଡନ ଖେଳିଯାଇଛି । ପୁର୍ବରୁ ଯାଜପୁରର ୫୬ନଂ କରୋନା ଆକ୍ରାନ୍ତଙ୍କ ସଂଷ୍ପର୍ଶର୍ରେ ଆସିଥିବା ୩୬ ଜଣ ବ୍ୟକ୍ତିଙ୍କୁ ରତକଣା ଓ ହାବଳେଶ୍ୱର ଠାରେ ଆଇସୋଲେସନ ସେଣ୍ଟରରେ ରଖାଯିବା ସହିତ ସେମାନଙ୍କ ସ୍ୱାବ ପରୀକ୍ଷାପାଇଁ ପଠାଯାଇଛି । ଏବେବି ରତକଣା ଓ ହାବଳେଶ୍ୱରର ଦୁଇଟି ଗ୍ରାମକୁ ସିଲକରାଯାଇ ରଖାଯାଇଛି । କୌଣସି ବାହାର ବ୍ୟକ୍ତିଙ୍କୁ ଗାଁ ଭିତରକୁ ଛଡା ଯାଉନଥିବାବେଳେ ଗାଁ ଲୋକଙ୍କୁ ମଧ୍ୟ ବିନା ଅନୁମତିରେ ବାହାରକୁ ଛଡା ଯାଉ ନାହିଁ । ସେହିପରି କେନ୍ଦୁଝର-ଯାଜପୁର ସୀମାର ମଥୁରାପୁର ବୈତରଣୀ ପୋଲକୁ ପୁଲିସ ପକ୍ଷରୁ ଗତ ୧୫ତାରିଖ ଠାରୁ ସିଲ କରି ରଖାଯାଇଛି ।
ଆଜି ଭଦ୍ରକର କୁଶଗଡିଆ ଗ୍ରାମର ଜଣେ ଓ ଯାଜପୁରର କୋରେଇଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ପଡୋଶୀ ପଞ୍ଚାୟତ ଗୁଡିକରେ ଆତଙ୍କ ଖେଳିଯାଇଛି । ଆଇତିପୁର, ହାବଳେଶ୍ୱର, ପଞ୍ଚାୟତର ଲୋକମାନେ ଏହି ସବୁ ଅଞ୍ଚଳକୁ ଯାତାୟତ କରୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଛନକା ପସିଛି । ରତକଣା ଗ୍ରାମର ଅନ୍ୟଜଣେ ବ୍ୟକ୍ତି ଭଦ୍ରକ ଆକ୍ରାନ୍ତଙ୍କ ସହିତ କଲିକତାରୁ ଆସିଥିବା ଜଣାପଡିବାପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଆଜି ସକାଳୁ ସକାଳୁ ଖବର ଜଣାପଡିବାପରେ ଗ୍ରାମବାସୀମାନେ ଏ ସମ୍ପର୍କରେ ତୁରନ୍ତ ସ୍ଥାନୀୟ ସରପଞ୍ଚ ଓ ପୁଲିସକୁ ଜଣାଇବାପରେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଡାକ୍ତରୀଦଳ ପହଞ୍ଚି ସେମାନଙ୍କୁ ପଚରା ଉଚରା କରିବା ସହିତ ସେମାନଙ୍କୁ ହୋମକ୍ୱାରେଣ୍ଟାଇନରେ ରଖାଇଥିଲେ । ଆସନ୍ତା କାଲି ସେମାନଙ୍କ ସ୍ୱାବ ଟେଷ୍ଟ ପାଇଁ ପଠାଯିବ ବୋଲି ଆଇତିପୁର ସରପଞ୍ଚ ସୁଚନା ଦେଇଛନ୍ତି । ସେହିପରି ପୁର୍ବରୁ ଯାଜପୁରର ସାନ ତ୍ରିଲୋଚନପୁର ଗ୍ରାମର ଜଣେ କରୋନା ଆକ୍ରାନ୍ତଙ୍କ ସଂଷ୍ପର୍ଶରେ ଆସିଥିବା ୩୬ଜଣଙ୍କୁ ହାବଳେଶ୍ୱର ଓ ରତକଣା ଆଇସୋଲେସନ ସେଣ୍ଟରରେ ଗତ ୧୪ତାରିଖରୁ ରଖଯାଇଛି । ପୁଲିସ ଗାଁ ଦୁଇଟିକୁ ସମସ୍ତ ପଟୁ ସିଲକରି ଜଗି ରହିଛି । ଗାଁର ଲୋକମାନେ ଘରୁ ବାହାରକୁ ନବାହାରିବା ପାଇଁ ବାରମ୍ବାର ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି । ଅଙ୍ଗନବାଡି, ଆଶା କର୍ମୀମାନେ ଘରଘର ବୁଲି ଏନେଇ ସଚେତନ କରିବା ସହିତ ମାସ୍କ ବାନ୍ଧିବା, ନିୟମିତ ହାତ ଧୋଇବା ଓ ସାମାଜିକ ଦୁରତା ରକ୍ଷାକରି ଚଳିବାପାିଁ ପରାମର୍ଶ ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.