Home ଜିଲ୍ଲା ପରିକ୍ରମା ଭଦ୍ରକରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କମିଶନରଙ୍କ ସମୀକ୍ଷା ବୈଠକ

ଭଦ୍ରକରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କମିଶନରଙ୍କ ସମୀକ୍ଷା ବୈଠକ

16

ଭଦ୍ରକ, ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ଭାଷ୍କରଜ୍ୟୋତି ଶର୍ମା ଦିନିକିଆ ଭଦ୍ରକ ଗସ୍ତରେ ଆସି ଧାମନଗର ବ୍ଲକର ଦକ୍ଷିଣବାଡ ଠାରେ ନିର୍ମାଣ ହେଉଥିବା ଜରାନିବାସ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିବା ସଂଗେ ସଂଗେ ତୁରନ୍ତ କାର୍ଯ୍ୟ ଶେଷ କରିବାକୁ ପରାମର୍ଶ ଦେଇଥିଲେ । ପରେ ଭଦ୍ରକ ଚରମ୍ପା ସ୍ଥିତ ପ୍ରଶାନ୍ତି ଭବନ ତଥା ପୁନର୍ବାସ ସେବା ଓ ଅନୁସନ୍ଧାନ କେନ୍ଦ୍ର (ସି.ଆର୍‌.ଏସ୍‌.ଆର୍‌) ପରିଦର୍ଶନ କରି ଅନ୍ତେବାସୀଙ୍କ ସହିତ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଭଦ୍ରକ ଜିଲ୍ଳାରେ ଭିନ୍ନକ୍ଷମ ପିଲାଙ୍କ ପାଇଁ ଯେଉଁସବୁ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି ଓ ତାହାର ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ । ଉକ୍ତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଡ. ଜ୍ଞାନ ଦାସ, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନୁପମା ଘୋଷ, ଧାମନଗର ବିଡିଓ ଦୁର୍ଗା ଚରଣ ମୁର୍ମୁ, ତହସିଲଦାର ରାଧାକାନ୍ତ ବାରିକ, ସ୍ଥାନୀୟ ଅଧିକାରୀଗଣ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.