Home ଜିଲ୍ଲା ପରିକ୍ରମା ଓଁ ଶ୍ରୀ ଶ୍ରୀ ସପ୍ନେଶ୍ୱରୀ ସନ୍ତୋଷୀ ଦେବୀଙ୍କ ବିଗ୍ରହ ପ୍ରତିଷ୍ଠା ଓ ପ୍ରବେଶ ଉତ୍ସବ ଉଦ୍‌ଯାପିତ

ଓଁ ଶ୍ରୀ ଶ୍ରୀ ସପ୍ନେଶ୍ୱରୀ ସନ୍ତୋଷୀ ଦେବୀଙ୍କ ବିଗ୍ରହ ପ୍ରତିଷ୍ଠା ଓ ପ୍ରବେଶ ଉତ୍ସବ ଉଦ୍‌ଯାପିତ

48

ଭଦ୍ରକ, ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ଚୁନିଦାସ୍ଥିତ କ୍ଷେତ୍ରବାସିନୀଙ୍କ ପୀଠରେ ଚାରିଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଓଁ ଶ୍ରୀ ଶ୍ରୀ ମା’ ସପ୍ନେଶ୍ୱରୀ ସନ୍ତୋଷୀ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଶେଷ ହୋଇଛି । ଏଥି ଉପଲକ୍ଷେ ପ୍ରାତଃରେ ସମସ୍ତ ରୀତିନୀତି ଅନୁଯାୟୀ ଯଜ୍ଞ ସମାପନ ମଧ୍ୟରେ ମା’ଙ୍କୁ ହଜାର ହଜାର ଭକ୍ତଙ୍କ ଗହଣରେ ପୁରୀ ଶ୍ରୀମନ୍ଦିରର ସେବାୟତ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ତାଙ୍କର ସହଯୋଗୀ ପଣ୍ଡିତମାନଙ୍କ ବେଦଧ୍ୱନି ଓ ଶତାଧିକ ମହିଳାଙ୍କ ଶଙ୍ଖ, ହୁଳହୁଳିରେ ମା’ଙ୍କ ବିଗ୍ରହକୁ ଯଜ୍ଞସ୍ଥଳରୁ ଅଣାଯାଇ ମନ୍ଦିର ମଧ୍ୟରେ ସ୍ଥାପନା କରାଯାଇଥିଲା । ଏଥିରେ ମୁଖ୍ୟ ପୁରୋଧାର କାର୍ଯ୍ୟ ବାସନ୍ତୀଲତା ପରିଡା ଓ ପୀତାମ୍ବର ପରିଡା ଦାୟିତ୍ୱ ତୁଲାଇଥିଲେ । ଏଥିପୂର୍ବରୁ ମନ୍ଦିର ମଧ୍ୟରେ ପାଶ୍ୱର୍ ଦେବାଦେବୀଙ୍କୁ ମଧ୍ୟ ମାନସିକ ଭକ୍ତମାନେ ପୂଜାର୍ଚ୍ଚନା ସହ ଆଣି ମନ୍ଦିର ମଧ୍ୟରେ ସ୍ଥାପନା କରିଥିଲେ । ମା’ଙ୍କ ମୂର୍ତ୍ତି ସହ ସମସ୍ତ ଦେବାଦେବୀଙ୍କ ବିଗ୍ରହ ଗୁଡିକ ମୟୂରଭଂଜ ଖିଚିଙ୍ଗ୍‌ରୁ ନିର୍ମିତ ହୋଇଛି । ଆଜିର ଏହି ଉତ୍ସବରେ କେବଳ ସ୍ଥାନୀୟ ଅଂଚଳ ନୁହେଁ ଆଖପାଖ ପଂଚାୟତ ସମେତ ଧାମନଗର, ଭଣ୍ଡାରିପୋଖରୀରୁ ମଧ୍ୟ ବହୁ ଶ୍ରଦ୍ଧାଳୁ ଭକ୍ତ ଅଂଶଗ୍ରହଣ କରିଥିଲେ । ଏପରିକି କଟକ, ପୁରୀ, ବାଲେଶ୍ୱର, ମୟୂରଭଂଜ, କେନ୍ଦ୍ରାପଡା, ଯାଜପୁର, କେନ୍ଦୁଝର ଜିଲାରୁ ମଧ୍ୟ ମା’ ସନ୍ତୋଷୀ ଦେବୀଙ୍କ ବହୁ ଭକ୍ତଙ୍କ ସମାଗମ ହୋଇଥିଲା । ସନ୍ଧ୍ୟାରେ ପୁରୀର ପ୍ରସିଦ୍ଧ ଘଣ୍ଟଧ୍ୱନି ମଧ୍ୟରେ ଘଣ୍ଟୁଆଳମାନେ ମା’ଙ୍କ ମନ୍ଦିର ପରିକ୍ରମା କରିବା ପରେ ମା’ଙ୍କ ପ୍ରତିଷ୍ଠାର ସନ୍ଧ୍ୟା ଆଳତୀ ଦର୍ଶନ ପାଇଁ ଭକ୍ତମାନେ ଉତ୍ସାହିତ ହୋଇପଡିଥିବାର ଦେଖାଯାଇଥିଲା । ଏହି କରୋନା ମହାମାରୀ ସମୟରେ ସମସ୍ତ ଭକ୍ତଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖି ପୂଜାର୍ଚ୍ଚନା ଓ ଦର୍ଶନ କରିବା ପାଇଁ ମନ୍ଦିର କମିଟି ପକ୍ଷରୁ ବିହିତ ପଦକ୍ଷେପ ନିଆଯାଇଥିଲା । ଶାନ୍ତିଶୃଙ୍ଖଳାର ସହ ଚାରିଦିନ ବ୍ୟାପୀ ଏହି ଉତ୍ସବ ଶେଷରେ ଉପସ୍ଥିତ ସମସ୍ତ ଭକ୍ତ ଓ ଜନସାଧାରଣଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ କୃଷ୍ଣଚନ୍ଦ୍ର ବେହେରାଙ୍କ ସଂଚାଳନା ଓ ପଂଚାୟତ ସମିତି ଉପାଧ୍ୟକ୍ଷା ଜ୍ୟୋସ୍ନାମଂଜରୀ ରାଉତ, ସରପଞ୍ଚ ମିନାକ୍ଷୀ ପରିଡା, ଯୁବ ସମାଜସେବୀ ତୁଷାରକାନ୍ତି ପରିଡା, ଗୌରୀଗୋପାଳ ଜେନା, ସମାଜସେବୀ ନିତ୍ୟାନନ୍ଦ ବେହେରା, ରମାକାନ୍ତ ରାୟ, କ୍ଷେତ୍ରବାସୀ ହାଇସ୍କୁଲର ପ୍ରଧାନଶିକ୍ଷକ ଭୀମଚରଣ ପରିଡା, ଶିକ୍ଷାବିତ୍ ବାବୁଲା ରାଉତ, ଯୁବ ସମାଜସେବୀ ଅଭିରାମ ସାହୁ, ଅମୂଲ୍ୟ ଜେନା, ସୁନୀଲ ଲେଙ୍କା, କାହ୍ନୁଚରଣ ସାହୁ, ବନମାଳୀ ବେହେରା ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.