Home ଜିଲ୍ଲା ପରିକ୍ରମା ଭଦ୍ରକରେ ଶ୍ରମିକ କୃଷକ ସଂହତି ଦିବସ ଅବସରରେ ପ୍ରତିବାଦ ସଭା

ଭଦ୍ରକରେ ଶ୍ରମିକ କୃଷକ ସଂହତି ଦିବସ ଅବସରରେ ପ୍ରତିବାଦ ସଭା

14

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବସ୍‌ଷ୍ଟାଣ୍ଡରେ ଶ୍ରମିକ ନେତା ଦିବ୍ୟସିଂହ ନାୟକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଗତ ୧୯୮୨ ମସିହା ଜାନୁୟାରୀ ୧୯ ତାରିଖରେ ଶ୍ରମିକ କୃଷକମାନଙ୍କ ଅଧିକାର ପାଇଁ ସାଧାରଣ ଧର୍ମଘଟ ଅନୁଷ୍ଠିତ ହୋଇଥିଲା । ସେହି ଧର୍ମଘଟରେ ୧୨ ଜଣ ଶହୀଦ ହୋଇଥିଲା । ସେହି ସହିଦ ହୋଇଯାଇଥିବା ଶ୍ରମଜୀବୀମାନଙକ୍‌ୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ସଭାରେ ଗିରିଧାରୀ ନାଥ, ଚନ୍ଦ୍ରଶେଖର ନାୟକ, ନିରଂଜନ ପାଣି, ରାଧା ଦାସ, ପ୍ରଫୁଲ୍ଲ ପାଢୀ, କାଳନ୍ଦୀ ପାତ୍ର, ଭାଗବତ ସେନାପତି, ସେକ୍ ସତରୁଦ୍ଦି, ସେକ୍ କାଲୁ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ ନୀତି ଯଥା ଦରଦାମ ବୃଦ୍ଧି କରିବା, ଆଦିବାସୀ ହରିଜନ ଓ ମହିଳାମାନଙ୍କ ଉପରେ ଆକ୍ରମଣ କରି ସଂସଦରେ ବିରୋଧୀ ଦଳ ସଦସ୍ୟମାନଙ୍କୁ ସସ୍‌ପେଣ୍ଡ କରି ବିଭିନ୍ନ ବିଲ୍ ଗୃହୀତ କରିବା, ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକୁ ଆଦାନୀ, ଅମ୍ବାନୀ, ଜିନ୍ଦଲ, ବେଦାନ୍ତ କଂପାନୀକୁ ବିକ୍ରି କରିଦେବା ଭଳି ଜନବିରୋଧୀ ନୀତି ବିରୁଦ୍ଧରେ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି । ଶ୍ରମଜୀବୀମାନଙ୍କୁ ମୋଦି ସରକାର ବିପଥଗାମୀ କରାଇ ଦେଶରେ ତାଳି, ଥାଳି, ଦୀପ ଜାଳିବାକୁ ନିବେଦନ କରିଛନ୍ତି । ଧର୍ମନାମରେ ରାଜନୀତି କରିବା ପାଇଁ ମୋଦି ସରକାର ଓ ନବୀନ ପଟ୍ଟନାୟକଙ୍କ ସରକାର ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆରାଧନା ନାମରେ ଦେଶକୁ ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରିବା ବିରୋଧରେ ଦେଶବାସୀ ଏକ ହୋଇ ପ୍ରତିବାଦ କରିବା ପାଇଁ ନିବେଦନ କରିଥିଲେ ଶ୍ରମିକ ନେତା ଶ୍ରୀ ନାୟକ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.