Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣି ପୀଠର ୨ୟ ପର୍ଯ୍ୟାୟ କାର୍ଯ୍ୟ ତ୍ୱରାନିତ ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସମୀକ୍ଷା

ଆଖଣ୍ଡଳମଣି ପୀଠର ୨ୟ ପର୍ଯ୍ୟାୟ କାର୍ଯ୍ୟ ତ୍ୱରାନିତ ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସମୀକ୍ଷା

2

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଝଟକିବାରେ ଲାଗିଛି ଆଖଣ୍ଡଳମଣି ପୀଠ । ପୀଠରେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସରିଆସୁଥିବାବେଳେ ୨ୟ ପର୍ଯ୍ୟାୟ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙକ୍ ପକ୍ଷରୁ ୪୮ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ଏହି ଅର୍ଥରେ ମନ୍ଦିର ଚତୁଃପାଶ୍ୱର୍ରେ ପରିକ୍ରମା ମାର୍ଗ ସହ ଶିବପ୍ଲାଜା, ଗାଡିପାର୍କିଂ, ଶିବଗଙ୍ଗା ପୁଷ୍ପରିଣୀର ସୌନ୍ଦର୍ଯ୍ୟକରଣ, ଭୋଗମଣ୍ଡପ, ଭକ୍ତଙ୍କ ଆଶ୍ରୟସ୍ଥଳ ଆଦି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଛି । ଏହି କାର୍ଯ୍ୟର ସ୍ୱରିତ ନିମନ୍ତେ ରାଜ୍ୟ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳେଇ, ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଗୃହରାସ୍ତା ନିର୍ମାଣ ବିଭାଗର ଏସି ଦୀପକ କୁମାର ପାଣିଗ୍ରାହୀ, ଏସଡିଓ ଅମ୍ବିକା ସ୍ୱାଇଁ, ଅତିରିକ୍ତ ତହସିଲଦାର ଠାକୁର ଦାସ ନାୟକ, ରଞ୍ଜିତ ଦାସ, ଦେବାଶିଷ ରାୟ, ମନ୍ଦିର ନିର୍ବାହୀ ଅଧିକାରୀ ବିଦ୍ୟାଧର ପଲାଇ, ଆରିଟେକଚର ଅଧିକାରୀ ସ୍ୱାଗତ ପ୍ରମୁଖ ରହି ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ । ଏଥିପୂର୍ବରୁ ୫-ଟି ଅଧ୍ୟକ୍ଷ ତଥା ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କାର୍ଯ୍ୟ ସମୀକ୍ଷା କରିବା ସହ ପ୍ରସ୍ତୁତ ବ୍ଲୁ ପ୍ରିଣ୍ଟ ଦେଖିଥିଲେ । ଏହି ସମୀକ୍ଷାରେ ମନ୍ଦିର ସେବାୟତ ଅରବିନ୍ଦ ପାଢୀ, ବାବାଜୀ ଶଙ୍କର ପାଢୀ, ସୁରେନ୍ଦ୍ର ପାଢୀ, ସକରାଜିତ ପାଢୀ, ଟ୍ରଷ୍ଟବୋର୍ଡ ସଭ୍ୟ ସରୋଜ ଦାସ, ସନ୍ତୋଷ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.