Home ଜିଲ୍ଲା ପରିକ୍ରମା ଭଦ୍ରକରେ ମିଳିତ ଶ୍ରମିକ ଯୁବଛାତ୍ରଙ୍କ କନଭେନସନ

ଭଦ୍ରକରେ ମିଳିତ ଶ୍ରମିକ ଯୁବଛାତ୍ରଙ୍କ କନଭେନସନ

21

ଭଦ୍ରକ, ୧୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମଗ୍ର ଦେଶରେ ରାଷ୍ଟ୍ରାୟତ ଶିଳ୍ପ କଂପାନୀଙ୍କୁ ବିକ୍ରି କରିବା, ଡିଜେଲ, ପେଟ୍ରୋଲ, ଇନ୍ଧନର ମୂଲ୍ୟ ବୃଦ୍ଧି, ବେକାର ଯୁବକ-ଯୁବତୀମାନଙ୍କୁ କାମ ନଦେବା, କୃଷକର ଧାନ ବିକ୍ରି ହେଉନଥିବାବେଳେ ତିନିଟି କଳା କୃଷି ଆଇନ୍ ଓ ୪ଟି ଶ୍ରମ କୋର୍ଡ ଆଣିଥିବାର ପ୍ରତିବାଦ କରିବା ସହ ବ୍ୟାଙ୍କ, ବୀମା ଘରୋଇକରଣ ବନ୍ଦ କରିବା ଓ ସ୍କିମ୍ ଶ୍ରମିକମାନଙ୍କୁ ସ୍ଥାୟୀ କରିବା ସହ ଗଣତନ୍ତ୍ର ସମ୍ବିଧାନ ଓ କଥା କହିବା ଅଧିକାର ଉପରେ କେନ୍ଦ୍ର ସରକାର କଟକଣା ଆଣିଥିବାର ପ୍ରତିବାଦ କରି ଆସନ୍ତା ମାର୍ଚ୍ଚ ୨୨ ତାରିଖ ଦିନ ରାଜ୍ୟ ସମାବେଶ ଓ ଆସନ୍ତା ୨୩ ତାରିଖ ଦିନ ଭଗତ ସିଂ ସହୀଦ ଦିବସ, ୨୬ ରେ ଭାରତ ବନ୍ଦ କରିବା ଓ ମାର୍ଚ୍ଚ ୨୦ ରେ କୃଷକ ଅଭିଯାତ୍ରୀ ଦଳଙ୍କୁ ଭଦ୍ରକରେ ସ୍ୱାଗତ କରିବା ପାଇଁ ଅମୀୟ ନିଶାକର ଭବନରେ ଦିବ୍ୟସିଂହ ନାୟକ, ବିକାଶ ନାଥ ଓ ବିନୋଦ ସାହୁଙ୍କୁ ନେଇ ଏକ କନଭେନସନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଳୟ ଭୋଇ, ଚନ୍ଦ୍ରଶେଖର ନାୟକ, ମମତା ଜେନା, ନିରଂଜନ ପାଣି, ପ୍ରହ୍ଲାଦ ପତି, ସୀତା ଦାସ, ରାଧା ଦାସ, କାଳନ୍ଦୀ ପାତ୍ର, ନବ ବେହେରା, ବିଷ୍ଣୁ ଦାଶ, ଜଗନ୍ନାଥ ରାଉତ, ମହେଶ୍ୱର ନାୟକ, ରବି ନାୟକ, ପଦ୍ମିନୀ ପଣ୍ଡା, ନାରାୟଣ ପାତ୍ର, ବିନୋଦ ସାହୁ, ବାସନ୍ତ ଚିତ୍ରକର, ଶାନ୍ତିଲତା ନାୟକ, ଅଶୋକ ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.