Home ଜିଲ୍ଲା ପରିକ୍ରମା ବିଜୟା ଦଶମୀ ପାଇଁ ପ୍ରସ୍ତୁତି ବୈଠକ

ବିଜୟା ଦଶମୀ ପାଇଁ ପ୍ରସ୍ତୁତି ବୈଠକ

12

ଭଦ୍ରକ, ୧୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀରାମ ବିଜୟା ଦଶମୀ ପାଳନ ପାଇଁ ଆଜି ଅପରାହ୍ନରେ ଧାମନଗରସ୍ଥିତ ରାମ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ପରିଷଦ ସଭ୍ୟ ମନୋଜ ମଲ୍ଲିକଙ୍କ ସଭାପତିତ୍ୱରେ ବିଧାୟକ ବିଷ୍ଣୁ ସେଠୀ, ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ମାନସ ମହାନ୍ତି, ଜିଲା ପରିଷଦ ସଭ୍ୟ ସୁରଥ ସେଠୀ ଓ ଉମାମଣି ସାହୁ, ରଘୁନାଥ ସାହୁ, ମହେଶ୍ୱର ସ୍ୱାଇଁ, ଦଶରଥ ଦାସ, ଲକ୍ଷ୍ମୀଧର ପାଗଳ, କୈଳାସ ଚନ୍ଦ୍ର ମହାପାତ୍ର, ଚତୁଭୃଜ ନାୟକ, ଗଙ୍ଗାଧର ରାଉତ, ରାମଚନ୍ଦ୍ର ବେହେରା, ଅନିରୁଦ୍ଧ ଦାସ, ସନ୍ତୋଷ ଦାସ ଅଧିକାରୀ, ଶ୍ରୀକାନ୍ତ ନାୟକ, ନିମାଇଁ ନାୟକ, ଅରବିନ୍ଦ ପତି ପ୍ରମୁଖ ଯୋଗଦେଇଥିଲେ । ଧାମନଗର ଠାରେ ଶ୍ରୀରାମ ମହାଯଜ୍ଞ ସମିତି ଆନୁକୂଲ୍ୟରେ ଧରି ମହାଉତ୍ସବ ପାଳନ କରାଯିବ । ଏପ୍ରିଲ ମାସ ୪ ତାରିଖ ଦିନ ଧାମନଗର, ଜୟନଗର ଓ କଂଟାବଣିଆ ଦେଇ ଏକ ବିଶାଳ ଗଣଦୌଡ କରାଯାଇ ଗଣ ସଚେତନ କରାଯିବ । ଶ୍ରୀରାମ ନବମୀ ଅବସରରେ ୪ ଦିନ ଧରି ଅନୁଷ୍ଠିତ ଏହି ଧାର୍ମିକ କାର୍ଯ୍ୟକ୍ରମରେ ସପ୍ତମୀ ଦିନରେ ପ୍ରାୟ ଦୁଇ ହଜାର ମହିଳାଙ୍କ ଦ୍ୱାରା କଳସ ଶୋଭାଯାତ୍ରା କରାଯିବା ସହିତ ସ୍ଥାନୀୟ ଦକ୍ଷିଣବାଡ ପଡିଆ ଠାରେ ଯଜ୍ଞ ଅନୁଷ୍ଠିତ ହେବ । ଏଥିରେ ଆଧ୍ୟାମିôକ କାର୍ଯ୍ୟକ୍ରମରେ ସମାଜର ସବୁ ବର୍ଗର ଜନସାଧାରଣ ସାମିଲ ହେବାକୁ ବିଧାୟକ ଶ୍ରୀ ସେଠୀ ଅନୁରୋଧ କରିଛନ୍ତି । ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସୁରେନ୍ଦ୍ର ସେଠୀ, ପ୍ରଶାନ୍ତ ନାୟକ, ଅଜୟ ବଳ, ବୀରେନ୍ଦ୍ର ଜେନା, ଶ୍ରୀଧର ବେହେରା, ସରୋଜ ପରିଡା, ଗେଡୁ ବେହେରା, ପ୍ରମୋଦ ଆନ୍ଦିଆ, ସୁରଜ ସାହୁ, ନିରଞ୍ଜନ ବେହେରା, ବିଶ୍ୱଜିତ ସାହୁ, ଶ୍ରୀକାନ୍ତ ମଲିକ, ପ୍ରମୋଦ ସୂତାର, ବିଜୟ କୁମାର ରାମ, ସରୋଜ ସୂତାରଙ୍କ ସମେତ ଶତାଧିକ ଲୋକ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.