Home ଜିଲ୍ଲା ପରିକ୍ରମା ଭଦ୍ରକରେ ମା’ ବାଗ୍‌ଦେବୀଙ୍କ ପୂଜା ଉତ୍ସବ

ଭଦ୍ରକରେ ମା’ ବାଗ୍‌ଦେବୀଙ୍କ ପୂଜା ଉତ୍ସବ

41

ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଗ୍‌ଦେବୀ ସରସ୍ୱତୀଙ୍କର ପୂଜା ଉତ୍ସବ ଭଦ୍ରକରେ ଆଜିଠାରୁ କରୋନା କଟକଣା ଓ ନିୟମ ମଧ୍ୟରେ ଆନନ୍ଦ ଉଲ୍ଲାସର ସହ ଆରମ୍ଭ ହୋଇଛି । ଆଜି ଭଦ୍ରକ ସହରର ପ୍ରସିଦ୍ଧ ଲୋକନାଥ ମନ୍ଦିର, ଦକ୍ଷିଣେଶ୍ୱର କାଳୀ ମନ୍ଦିର, ଟେଲିଫୋନ୍ ଭବନ, ମାକ୍ରୋୱେବ ଟେକ୍‌ନୋଲୋଜି, ସ୍ୱୟଂ ଶାସିତ ମହାବିଦ୍ୟାଳୟର ବିଭିନ୍ନ ମେସ୍ ଓ ହଷ୍ଟେଲ, ରସାୟନ ବିଭାଗ, ପ୍ରଫେସନାଲ ପିଜି ଏଣ୍ଡ ୟୁଜି ଡିପାର୍ଟମେଣ୍ଟ, ସାଳନ୍ଦୀ ଆବାସିକ ମହାବିଦ୍ୟାଳୟ , ରୟାଲ ଆବାସିକ ମହାବିଦ୍ୟାଳୟ, ପ୍ରେସିଡେନ୍ସି କଲେଜ, ବିନାୟକ କଲେଜ, ଏସ୍‌ବିଡି ଇଣ୍ଟରନ୍ୟାସ୍‌ନାଲ ସ୍କୁଲ, ମହିଳା ମହାବିଦ୍ୟାଳୟ, ଜିଲାସ୍କୁଲ, ବାଗୁରାଇ ସ୍କୁଲ, ସରକାରୀ ବାଳିକା ମହାବିଦ୍ୟାଳୟ, ଏନ୍‌.ସି. ହାଇସ୍କୁଲ, ଶିଶୁ ମନ୍ଦିର, ଅସ୍ଥଳସ୍ଥିତ ଚମ୍ପିୟାନ କ୍ଲବ୍‌, ରାଜଘାଟ ଛକସ୍ଥିତ ଫ୍ରେଣ୍ଡସ୍ କ୍ଲବ୍‌, ସୂର୍ଯ୍ୟଶିଖା କ୍ଲବ୍ ସମେତ ଅପର୍ତ୍ତିବିନ୍ଧା, ମଠସାହି, ବଙ୍କସାହି, ଗବସାହି, ବାଇପାସ୍‌, ଜଗନ୍ନାଥପୁର, ପ୍ରାଚୀନଗର, ଆଚାର୍ଯ୍ୟନଗର, ବାଗୁରାଇ, ମଣିସାହି, ରାନ୍ଦିଆ, ଜାନୁଗଂଜ, ଚରମ୍ପା, ଟେଲିଫୋନ୍ ଭବନ ଭଳି ବିଭିନ୍ନ ସ୍ଥାନରେ ବାଗ୍‌ଦେବୀଙ୍କର ପୂଜା ମହାମାରୀ କରୋନା ପାଇଁ ସରକାରଙ୍କ କଟକଣା ଓ ନିୟମ ଅନୁସାରେ ପାଳିତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.