Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀର ବିଭିନ୍ନ ସ୍ଥାନରେ ମା’ ସରସ୍ୱତୀଙ୍କ ପୂଜା

ଭଣ୍ଡାରିପୋଖରୀର ବିଭିନ୍ନ ସ୍ଥାନରେ ମା’ ସରସ୍ୱତୀଙ୍କ ପୂଜା

28

ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀର ବିଭିନ୍ନ ସ୍ଥାନରେ ବିଦ୍ୟାଦାତ୍ରୀ ମା’ ବାଗଦେବୀଙ୍କୁ ଆଜି ଆବାହନ କରାଯାଇଛି । ବହୁ ବ୍ୟବସାୟ ପ୍ରତିଷ୍ଠାନ ମା’ପୂଜା ପାଳନ ଅବସରରେ ନୂତନ ବାର୍ଷିକଖାତା ପୂଜା ମଧ୍ୟ କରିଛନ୍ତି । ଭଣ୍ଡାରିପୋଖରୀ ନୋଡାଲ ହାଇସ୍କୁଲ ଓ ଖଡିସିଙ୍ଗା ନୋଡାଲ ହାଇସ୍କୁଲରେ ପ୍ରଧାନଶିକ୍ଷକ ରମାକାନ୍ତ ଲେଙ୍କାଙ୍କ ପୌରହିତ୍ୟରେ, ମଞ୍ଜୁରୀ ବଳଦେବଜୀଉ ହାଇସ୍କୁଲ ଓ ମଣିନାଥପୁର ଏନ.କେ.ପି ଉଚ୍ଚବିଦ୍ୟାପୀଠରେ ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ମହାରଣାଙ୍କ ସଂଯୋଜନାରେ, ବଳଦେବଜୀଉ ନୋଡାଲ ଉ.ପ୍ରା. ବିଦ୍ୟାଳୟରେ ପ୍ରଧାନଶିକ୍ଷୟତ୍ରୀ ମମିତା ମହାନ୍ତିଙ୍କ ସଂଯୋଜନାରେ, ଶାରଦା ବିଦ୍ୟାମନ୍ଦିରରେ ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ମହାପାତ୍ରଙ୍କ ପୌରହିତ୍ୟରେ ପୂଜାତ୍ସୋବ ଅନୁଷ୍ଠିତ ହୋଇ ପ୍ରସାଦସେବନ ହୋଇଛି । ସମ୍ପାଦକ ବିଶ୍ୱମ୍ଭର ରାଉତଙ୍କ ସଂଯୋଜନାରେ ଷୋଳମପୁର ଶିଶୁବିଦ୍ୟାମନ୍ଦିରରେ, ରହଣିଆ ସରସ୍ୱତୀ ଶିଶୁବିଦ୍ୟାମନ୍ଦିରରେ ପ୍ରଧାନାଚାର୍ଯ୍ୟ ପ୍ରଭାତ ରାଉତଙ୍କ ସଂଯୋଜନାରେ, ରାଜେନ୍ଦ୍ରପୁର ଶିଶୁମନ୍ଦିର ଆଦି ଶିକ୍ଷାନୁଷ୍ଠାନରେ ପାରମ୍ପାରିକ ଭାବେ ମା’ଙ୍କ ପୂଜା ଅନୁଷ୍ଠିତ ହୋଇଥିଲା । ଏହାସହ ବାରିକପୁର କଲେଜ, ଭଣ୍ଡାରିପୋଖରୀ ମହାବିଦ୍ୟାଳୟ, ନାଆମୀ ମହାବିଦ୍ୟାଳୟ, ମଞ୍ଜୁରୀରୋଡ ହାଇସ୍କୁଲ, ପର୍ବତୀ କନକମଞ୍ଜରୀ ସ୍କୁଲ, ସରସଦା ସାଈଦୁର୍ଗା ଟ୍ୟୁଟୋରିଆଲ, ଉତ୍କଳ କମ୍ପୁଟର ଏକାଡେମୀ ଆଦି ଅନୁଷ୍ଠାନରେ ବିଦ୍ୟାଦାୟିନୀ ମା’ ବାଗଦେବୀଙ୍କ ପୂଜାର୍ଚ୍ଚନା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.