Home ଜିଲ୍ଲା ପରିକ୍ରମା ଭଦ୍ରକରେ ଭାଜପାର ଗୃହ ସଂପର୍କ ଅଭିଯାନର ଶୁଭାରମ୍ଭ

ଭଦ୍ରକରେ ଭାଜପାର ଗୃହ ସଂପର୍କ ଅଭିଯାନର ଶୁଭାରମ୍ଭ

62

ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତିର ପ୍ରଥମ ପାଳିରେ ଗୃହ ସଂପର୍କ ଅଭିଯାନର ଶୁଭାରମ୍ଭ ଭଦ୍ରକ ବିଜେପି ଜିଲା ସଭାପତି କାଳିଆ ପାଢୀଙ୍କ ଅଧ୍ୟକ୍ଷତାରେ ଭାଜପା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କର ଗୃହ ସଂପର୍କ ଅଭିଯାନର ଆବଶ୍ୟକତା, ସଦସ୍ୟମାନେ କିପରି ଅଭିଯାନକୁ ସଫଳ କରିବେ ସେ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ମୋଦିଜୀଙ୍କ ସରକାର ଆଜିଯାଏଁ ଦୀର୍ଘ ଦୁଇବର୍ଷ ଧରି କିପରି ଭାବେ ଓ କେମିତି ଜନସାଧାରଣଙ୍କ ସେବାରେ ରହିଛି ତଥା ଓଡ଼ିଶାର ସାମାଜିକ, ଅର୍ଥନୈତିକ, ଆନୁସଙ୍ଗିକ କ୍ଷେତ୍ରରେ କିପରି ଉନ୍ନତିମୂଳକ କାର୍ଯ୍ୟକ୍ରମ କରିଛି, ତାହା ଆଲୋଚିତ ହୋଇଥିଲା । ଭାଜପାର ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଗରିବ କଲ୍ୟାଣ ଯୋଜନାରେ ଓଡ଼ିଶାର ୪ଟି ଜିଲା ଯଥା ଗଂଜାମ, ଭଦ୍ରକ, ବଲାଙ୍ଗୀର ଓ ବାଲେଶ୍ୱର ଜିଲା ଏହି ଯୋଜନାରେ ସାମିଲ ଥିବା ସୂଚନା ଦେଇଥିଲେ । ଗ୍ରାମାଞ୍ଚଳରେ ଜୀବିକା ଯୋଗାଇବାରେ ଏହି ଯୋଜନା ସହାୟକ ହେବ । ଓଡ଼ିଶା ସମେତ ୬ଟି ରାଜ୍ୟର ୧୧୬ ଗ୍ରାମୀଣ ଜିଲାରେ ଏହି ଅଭିଯାନ ଚାଲିବ । ୧୨୫ ଦିନିଆ ଅଭିଯାନରେ ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ମିଳିବା ସହ କୁଶଳୀ ଶ୍ରମିକମାନଙ୍କର ଦକ୍ଷତା ଓ ତାଲିମ୍ ଭିତ୍ତିରେ ନିଯୁକ୍ତି ମିଳିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.