Home ଜିଲ୍ଲା ପରିକ୍ରମା ଭଦ୍ରକରେ ଆଜି ଚିହ୍ନଟ ୧ ଆକ୍ରାନ୍ତ, ସୁସ୍ଥ ହେଲେ ୯ଜଣ : ୩ ପଞ୍ଚାୟତରୁ ଉଠିଲା...

ଭଦ୍ରକରେ ଆଜି ଚିହ୍ନଟ ୧ ଆକ୍ରାନ୍ତ, ସୁସ୍ଥ ହେଲେ ୯ଜଣ : ୩ ପଞ୍ଚାୟତରୁ ଉଠିଲା କଣ୍ଟେନମେଣ୍ଟ କଟକଣା

139

ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଆଉ ଜଣେ ନୂତନ କରୋନା ଆକ୍ରାନ୍ତ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଯାହାଙ୍କୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୧୭୮ରେ । ଏହା ଛଡା ଆଜି ୯ଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ସୁସ୍ଥଙ୍କ ସଂଖ୍ୟା ପହଞ୍ଚିଛି ୧୫୫ରେ । ଏବେ ଚିକିତ୍ସାଧୀନ ଅଛନ୍ତି ୨୩ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ତିହିଡି ବ୍ଲକ ତାଳପଦା ପଞ୍ଚାୟତ ଗୋପ ଗ୍ରାମର । ଏହା ପରେ ଜିଲ୍ଲାପାଳ ଡ. ଜ୍ଞାନ ଦାସ ଗୋପ ଗ୍ରାମକୁ କଣ୍ଟେନମେଣ୍ଟ ଓ ତାଳପଦା ପଞ୍ଚାୟତକୁ ବଫରଜୋନ ଭାବେ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ୧୪ ଦିନ କଟକଣା ପୂରଣ ପରେ ୩ଟି ପଞ୍ଚାୟତରୁ ଆଜି କଣ୍ଟେନମେଣ୍ଟ ଜୋନ ଓ ବଫରଜୋନ କଟକଣାକୁ ପ୍ରତ୍ୟାହାର କରାଯାଇଛି । ବଫରଜୋନ ପ୍ରତ୍ୟାହୃତ ହୋଇଥିବା ପଞ୍ଚାୟତ ଗୁଡିକ ହେଲା ଭଣ୍ଡାରିପୋଖରୀ ବ୍ଲକର ଜଳମଣ୍ଡୁଆ, ବନ୍ତ ବ୍ଲକର ପୁରୁଷଣ୍ଢ ଓ ତିହିଡି ବ୍ଲକର ଭାଟପଡା ପଞ୍ଚାୟତ । କଣ୍ଟେନମେଣ୍ଟଜୋନ ପ୍ରତ୍ୟାହୃତ ହୋଇଥିବା ଅଞ୍ଚଳ ହେଲା କରଞ୍ଜିଗୁଣୁପୁର ଗ୍ରାମ, କେ.ସି.ଭି.ଏମ୍ ହାଇସ୍କୁଲ ଆଗରପଡା ଓ ଖାଙ୍କିହାଟ ୟୁଜିଏମ୍‌ଇ ସ୍କୁଲ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.