Home ଜିଲ୍ଲା ପରିକ୍ରମା ଓଡିଶା ଉପକୂଳରେ ଅନିର୍ଦ୍ଦିର୍ିଷ୍ଟ କାଳ ପାଇଁ ମାଛ ଧରା ବନ୍ଦ : ୪ଦଫା ଦାବୀ ନେଇ...

ଓଡିଶା ଉପକୂଳରେ ଅନିର୍ଦ୍ଦିର୍ିଷ୍ଟ କାଳ ପାଇଁ ମାଛ ଧରା ବନ୍ଦ : ୪ଦଫା ଦାବୀ ନେଇ ତେଜିଲା ମତ୍ସ୍ୟଜିବୀ ମହାସଂଘ

101

ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ଗଙ୍ଗାମାତା ପ୍ରକୋଷ୍ଠରେ ଆଜି ଏକ ବୈଠକରେ ନିଷ୍ପତି ନିଆଯାଇ ସମୁଦ୍ରରେ ମାଛ ଧରା ଅନିର୍ଦିଷ୍ଟ ସମୟ ପାଇଁ ବନ୍ଦ ରଖାଗଲା ଏବଂ ସରକାର ମତ୍ସ୍ୟଜିବୀ ମହାସଂଘର ୪ଦଫା ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରୀ ରହିବ ବୋଲି ମହାସଂଘର ସଭାପତି କାମେଶ୍ୱର ନାରାୟଣ ପ୍ରହରାଜଙ୍କ ନିକଟରୁ ପ୍ରକାଶ । ଖବରରୁ ପ୍ରକାଶ କେନ୍ଦ୍ର ସରକାର ମାଛଙ୍କ ପ୍ରଜନନ ରୁତୁ ଏବଂ କଇଁଛ ମାନଙ୍କ ଅଣ୍ଡାଦାନ ପ୍ରକ୍ରିୟାକୁ ଆଖି ଆଗରେ ରଖି ଏପ୍ରିଲ ୧୫ ତାରିଖରୁ ଜୁନ ୧୪ ତାରିଖ ପର୍ଯ୍ୟନ୍ତ ମାଛଧରା ବନ୍ଦ ରଖିବା ପାଇଁ ନିର୍ଦେଶ ଦେଇଥିଲେ । ପୁନଶ୍ଚ ଏହି ନିର୍ଦେଶକୁ ପ୍ରତ୍ୟାହାର କରି ଏହି ମାଛ ଧରା ଜୁନ ୧ତାରିଖ ଠାରୁ ଆରମ୍ଭ କରାଯିବ ବୋଲି ସମସ୍ତ ରାଜ୍ୟ ସରକାର ଏବଂ ମତ୍ସ୍ୟଜିବୀ ସଂଘ ମାନଙ୍କ ଅବଗତି ନିମନ୍ତେ ଜଣାଇଥିଲେ । ଏହି ନିର୍ଦେଶ ପାଇବା ପରେ ରାଜ୍ୟରେ ଥିବା ସମସ୍ତ ମତ୍ସ୍ୟ ସଂଘ ଏବଂ ମହାସଂଘର ବିଚାର ବିମର୍ଷ ପରେ ଓଡିଶା ଉପକୂଳରେ ଅନିର୍ଦିଷ୍ଟ ସମୟ ପାଇଁ ମାଛ ଧରା ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଥିଲା । ଆଜି ପୁନଶ୍ଚ ଏକ ବୈଠକ ମହାସଂଘ ଦ୍ୱାରା ଆଦୃତ କରାଯାଇ ମହାସଂଘ ମତ୍ସ୍ୟଜିବୀ ଏବଂ ବୋଟ ମାଲିକ ମାନଙ୍କ ପାଇଁ ଏକ ୪ଦଫା ଦାବୀ ରାଜ୍ୟ ସରକାରଙ୍କ ଅବଗତି ନିମନ୍ତେ ଜଣାଇଛନ୍ତି ବୋଲି ମହାସଂଘର ସଭାପତି କାମେଶ୍ୱର ନାରାୟଣ ପ୍ରହରାଜ ମତ ରଖିଥିଲେ । ଏହି ୪ଦଫା ଦାବୀ ମଧ୍ୟରେ ବୋଟ ମାଲିକ ବୋଟ ପାଇ ବ୍ୟବହାର କରୁଥିବା ଡିଜେଲରୁ ଶୁଳ୍କ ହ୍ରାସ,ବାଲେଶ୍ୱର ନିକଟସ୍ଥ ଜଳେଶ୍ୱର ଠାରେ ୧୩ଏକର ଜମିରେ ମାଛ ବିକ୍ରୟକେନ୍ଦ୍ର ସ୍ଥାପନ, ବୋଟ ବ୍ୟବସାୟକୁ କ୍ଷୁଦ୍ର ଶିଳ୍ପର ମାନ୍ୟତା ଦେଇ ବିନା ସୁଧ ଅଥବା କମ ସୁଧରେ ରୁଣ ଯୋଗାଇବା ସହ କରୋନା ମହାମାରୀ କବଳରୁ ମତ୍ସ୍ୟଜିବୀ ମାନଙ୍କ ପାଇଁ ସମସ୍ତ ମାଛଧରା ଜେଟୀରେ ସାମୟିକ ଡାକ୍ତରୀଟିମ ଉପଲବ୍ଧ କରାଇବା ସହ ମତ୍ସ୍ୟଜିବୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଦାବୀ ଅନ୍ୟତମ ।

 

 

ଏହି ଦାବୀ ପତ୍ର ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗୀୟ ରାଷ୍‌୍ରମନ୍ତ୍ରୀ , ବିଭାଗୀୟ ଶଚିବଙ୍କୁ ପ୍ରଦାନ କରାଯାଇଥିବା ବେଳେ ଏହାର ଏକକିତା ନକଲ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅବଗତି ନିମନ୍ତେ ପ୍ରେରଣ କରାଯାଇଛି ବୋଲି ମହାସଂଘର ସଂପାଦକ ସୁମନ୍ତ ବିଶ୍ୱାଳଙ୍କ ନିକଟରୁ ପ୍ରକାଶ । ରାଜ୍ୟ ସରକାରଙ୍କ ବିଭାଗୀୟ ଶଚିବ ଏ ନେଇ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଏବଂ ଆଗାମୀ ସପ୍ତାହରେ ମହାସଂଘକୁ ଡାକି ଏ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ ବୋଲି ମହାସଂଘ ର ସଭାପତି ପ୍ରକାଶ କରିଛନ୍ତି । ଏହି ଆଲୋଚନା ପର୍ଯ୍ୟନ୍ତ ଓଡିଶା ଉପକୂଳରେ ସମସ୍ତ ମତ୍ସ୍ୟଜିବୀ ଏବଂ ବୋଟ ମାଲିକ ମାନେ ମାଛଧରା ବନ୍ଦ ରଖିବେ ବୋଲି ନିଷ୍ପତି ନିଆଯାଇଛି । ଏହି ଆଇନକୁ ଅମାନ୍ୟ କଲେ ବୋଟ ମାଲିକ ମାନଙ୍କ ପାଇଁ କଠୋର ଆର୍ଥିକ ଦଣ୍ଡ ବିଧାନ କରାଯିବା ସହ ସେମାନଙ୍କୁ ସଂଘରୁ ବିତାଡିତ କରାଯିବ ବୋଲି ଆଲୋଚନା ହୋଇଛି । ସରକାରଙ୍କ ମାଛଧରା ଆଇନ ଦିନକୁ ଦିନ ବଦଳୁଥିବା ବେଳେ କେନ୍ଦ୍ର କିମ୍ବା ରାଜ୍ୟ ସରକାର ମତ୍ସ୍ୟଜିବୀ ଏବଂ ବୋଟ ମାଲିକ ମାନଙ୍କୁ ସ୍ୱାର୍ଥକୁ ଗୁରୁତ୍ୱର ସହ ବିଚାରକୁ ନେଉ ନାହାନ୍ତି ଅନ୍ୟ ପକ୍ଷରେ ମାଛ ବ୍ୟବସାୟରୁ କେନ୍ଦ୍ର ତଥା ରାଜ୍ୟ ସରକାର ବିପୁଳ ପରିମାଣରେ ବୈଦଶିକ ମୁଦ୍ରା ହାସଲ କରିବା ସହ ଦେଶର ଅର୍ଥନିତୀକୁ ସୁଦୃଢ କରୁଥିବା ବୋଟ ମାଲିକ ତଥା ମତ୍ସ୍ୟଜିବୀ ମାନଙ୍କୁ ଅଣଦେଖା କରୁଛନ୍ତି ବୋଲି ମହାସଂଘ ର ସଭାପତି କାମେଶ୍ୱର ନାରାୟଣ ପ୍ରହରାଜ ପ୍ରତିକ୍ରିୟା ରଖିଛନ୍ତି । ଅନ୍ୟ ପକ୍ଷରେ ଆଜି ଭଳି ଦିନରେ ରାଜ୍ୟରେ ୫୦ହଜାର ମତ୍ସ୍ୟଜିବୀଙ୍କ ପରିବାର ମାଛ ଧରା ବନ୍ଦ ସାଙ୍ଗକୁ କରୋନା ମହାମାରୀ ସେମାନଙ୍କ ପରିବାର ପାଇଁ କାଳ ହୋଇ ପଡିଛି ଏବଂ ସେମାନଙ୍କ ପରିବାର ଦୁଃଖ ଏବଂ ଯାତନାରେ ସମୟ ଅତିବାହିତ କରୁଛନ୍ତି ବୋଲି ମହାସଂଘର ସଂପାଦକ ସୁମନ୍ତ ବିଶ୍ୱାଳ ନିଜର ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟ ସରକାର ଖୁବ ଶୀଘ୍ର ୫୦ହଜାର ମତ୍ସ୍ୟଜିବୀ ଏବଂ ବୋଟ ମାଲିକ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ନେବା ସହ ମାଛ ଧରା ଆରମ୍ଭ କରାଯିବା ଜରୁରୀ ବୋଲି ସାଧାରଣରେ ଚର୍ଚା ଚାଲିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.