Home ଜିଲ୍ଲା ପରିକ୍ରମା ଭଦ୍ରକରେ୧୨୪ ତମ ଜାତୀୟ କବି ବାଞ୍ଛାନିଧି ଜୟନ୍ତୀ ପାଳିତ

ଭଦ୍ରକରେ୧୨୪ ତମ ଜାତୀୟ କବି ବାଞ୍ଛାନିଧି ଜୟନ୍ତୀ ପାଳିତ

103

ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ଥିତ ବାଞ୍ଛାନିଧି ଭବନରେ ଜାତୀୟ କବି ସ୍ୱର୍ଗତ ବାଞ୍ଛାନିଧି ମହାନ୍ତିଙ୍କର ୧୨୪ତମ ଜୟନ୍ତୀ ପାଳିତ ହୋଇ ଯାଇଛି । କୋଭିଡ଼ କଟକଣାକୁ ସମ୍ମାନ ଦେଇ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ କାର୍ଯ୍ୟକ୍ରମକୁ ନିରାଡ଼ମ୍ବର ଭାବେ ସ୍ୱଳ୍ପ ସଂଖ୍ୟକ କମିଟି ସଦସ୍ୟମାନଙ୍କ ଗହଣରେ ପାଳିତ ହୋଇଛି । ଜାତୀୟ କବି ବାଞ୍ଛାପନିଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସ୍ମୃତି ସଭା କାର୍ଯ୍ୟକ୍ରମ ଚାଲୁ ରହିଥିଲା । ଲଳିତକଳା ଏକାଡ଼େମୀ ପୁରସ୍କୃତ ତଥା ବିଶିଷ୍ଟ ଚିତ୍ର ଶିଳ୍ପୀ ଅଶୋକ କୁମାର ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତିଚାରଣରେ ବକ୍ତବ୍ୟ ରଖିଥିଲେ ଚିତ୍ରଶିଳ୍ପୀ ରତିକାନ୍ତ ଦାସ, ଡ଼ାକ୍ତର ରବି ନାରାୟଣ ମହାପାତ୍ର, ଶିକ୍ଷାବିତ୍ ରତିକାନ୍ତ ବେହେରା, ନାଟ୍ୟ ନିର୍ଦ୍ଦେଶକ ଗୌରାଙ୍ଗ ଚନ୍ଦ୍ର ବାରିକ, କବିଙ୍କର ପୌତ୍ର କୃଷ୍ଣଚନ୍ଦ୍ର ମହାନ୍ତି, ଶିକ୍ଷାବିତ୍ ଲକ୍ଷ୍ମିକାନ୍ତ ବାରିକ, ଯୁବ ସମାଜସେବି ରଜତ କୁମାର ସାହୁ,ସାମ୍ବାଦିକ ଗୌରହରି ନାୟକ, ଛାତ୍ରନେତା ଶାନ୍ତନୁ କୁମାର ଦାସ, କବିଙ୍କର ବଡ଼ନାତି ଆଡ଼ଭୋକେଟ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ହରିଶ୍ଚନ୍ଦ୍ର ମହାନ୍ତି ଏବଂ ପରିବାର ବର୍ଗ । ମୁଖ୍ୟ ବକ୍ତା ଭାବେ କବିଙ୍କ ସୁପୁତ୍ର ସ୍ୱର୍ଗତ ଯତିନ୍ଦ୍ର ମୋହନ ସ୍ମୃତି ସଂସଦର ସଂମ୍ପାଦକ ପ୍ରଫେସର ଅଟଳ ବିହାରୀ ନାୟକ ତାଙ୍କର ଗବେଷଣାତ୍ମକ ନିବନ୍ଧ ବାଞ୍ଛାନିଧିଙ୍କ ଉଦ୍ଦେଶ୍ୟରେ ପାଠ କରିଥିଲେ ସର୍ବଶେଷରେ ଶିଳ୍ପୀ ରତିକାନ୍ତ ଦାସଙ୍କ ଧନ୍ୟବାଦ ଅର୍ପଣ ପରେ ସଭାପତି ମହୋଦୟ ସଭାସାଂଗର ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.