Home ଜିଲ୍ଲା ପରିକ୍ରମା ଭଦ୍ରକରୁ ମେମୁ ଟ୍ରେନ୍ ଚାଳିବା ଦାବିରେ ଘଣ୍ଟାଏ ରୋଳରୋକ

ଭଦ୍ରକରୁ ମେମୁ ଟ୍ରେନ୍ ଚାଳିବା ଦାବିରେ ଘଣ୍ଟାଏ ରୋଳରୋକ

65

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରୁ ମେମୁ ଟ୍ରେନ୍ ଚାଲିବା ଦାବିରେ ପୂର୍ବତନ ବିଧାୟକ ନରେନ ପଲାଇଙ୍କ ନେତୃତ୍ୱରେ ଉପସ୍ଥାପିତ ହୋଇଆସୁଥିବା ଦାବି ଆଜି ୬ ମାସରେ ପହଞ୍ôଚଛି। ପ୍ରତ୍ୟେକ ମାସ ପରି ଆଜି ସକାଳ ୬ଟାରେ ଭଦ୍ରକ ରେଳଷ୍ଟେସନରେ ଏକଘଣ୍ଟା ରେଳରୋକ ଓ ଧାରଣା ଚାଲୁରହିବ। ଏହି ଧାରଣା ସମାବେଶରେ ଆମ୍ଭର ଉପସ୍ଥାପିତ ଦାବିକୁ ଉଚିତ୍ ମନେକରି ଗତମାସ ୫ ତାରିଖରେ ଡିଆରଏମ୍ ଭଦ୍ରକରୁ ପୁରୀ ପର୍ଯ୍ୟନ୍ତ ଚାଲୁ କରିବା ପାଇଁ ଅନୁମୋଦନ କରିଥିବାବେଳେ ଉକ୍ତ ଅନୁମୋଦିତ ପତ୍ର ଚିଫ୍ ଟ୍ରାନ୍ସଫୋର୍ଟ ମ୍ୟାନେଜରଙ୍କୁ ପଠାଇଥିଲେ। ଗତମାସ ୧୧ ତାରିଖରେ ଉକ୍ତ ପତ୍ରକୁ ଚିଫ୍ ଟ୍ରାନ୍ସଫୋର୍ଟ ମ୍ୟାନେଜର ଅନୁମୋଦନ କରି ନୂଆଦିଲ୍ଲୀସ୍ଥିତ ପ୍ରିନସପାଲ ଏକ୍‌ଜୁକୁଟିଭ୍ ଡାଇରେକ୍ଟଙ୍କୁ ଅନୁମୋଦନ ପାଇଁ ପ୍ରେରଣ କରିଅଛନ୍ତି। ଯଥାଶୀଘ୍ର ନୂଆ ମେମୁ ଟ୍ରେନ୍‌ଟି ଭଦ୍ରକରୁ ପୁରୀ ଚାଲୁ ବୋଲି ଆଶାପୋଷଣ କରିଛୁ ବୋଲି ଶ୍ରୀ ପଲେଇ କହିଥିଲେ। ଶ୍ରୀ ପଲେଇ ଡିଆରଏମ୍ ଓ ଟ୍ରାନ୍ସପୋର୍ଟ ମ୍ୟାନେଜରଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଯେତେପର୍ଯ୍ୟନ୍ତ ମେମୁ ଟ୍ରେନ୍ ନଚାଲିଛି, ସେତେପର୍ଯ୍ୟନ୍ତ ଏହି ଧାରଣା ଓ ରେଳରୋକ ଜାରି ରହିବ ବୋଲି କହିଥିଲେ। ଏହି ଧାରଣା ଓ ରେଳରୋକରେ ବିଭୂତି ଭୂଷଣ ସାହୁ, ନର ନାରାୟଣ ଜେନା, ରମାକାନ୍ତ ବିନ୍ଧାଣୀ, ନୃସିଂହ ନାୟକ, ଅବଦୁଲ ସଲାମ, ବାବୁଲାଲ ଦାସ, କୁଟିଆ ନାୟକ, ଜଗଲା ମହାନ୍ତି, ହେମନ୍ତ ସାହୁ, ପିଣ୍ଟୁ ପରିଡା ଆପ୍ପା ରାଓ, ପ୍ରଦୀପ ଦାସ, ଦୀପକ ରାଏ, ମନୋଜ ପଣ୍ଡା, ଲକି ରାଉତ, ଗୁଡୁ ତିୱାରୀ, ପର୍ଶୁ, ରଣଜିତ୍‌, ସୁଶାନ୍ତ ଘଡେଇ, ଚନ୍ଦ୍ରଭାନୁ ପଲାଇ, କାଲୁ ଦାଦା, ପୂର୍ଣ୍ଣଚନ୍ଦ୍ର ନାୟକ, କୈଳାସ ଓଝା, ରଂଜନ ସାହୁ, ନୁର ମହମ୍ମଦ ଖାଁ, ମନୋଜ ଯତି, ପଂଚାନନ ସାହୁ, ବିଦ୍ୟାଧର ବାରିକ, ସଂଜୀବ ମହାନ୍ତି, କଲ୍ଲୋଲ ଲେଙ୍କା, ଭାସ୍କର ଚୌଧୁରୀ, ଗଗନ ରାଉଳ, ମଦନ ମହାନ୍ତି, ଗଗନ ସାମଲ, ଚିନ୍ମୟ ମଲ୍ଲିକ, ସନ୍ତୋଷ ଧଳ, ଲଲାଟ ନନ୍ଦ, ବିକ୍ରମ ପାଢୀ, ଗିରିଶ ପଣ୍ଡା, ଅନନ୍ତ ମହାପାତ୍ର, ନଦିଆ ବିହାରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.