Home ଜିଲ୍ଲା ପରିକ୍ରମା ଭଦ୍ରକରୁ ଚିହ୍ନଟ ହେଲେ ୨୩୧ ପଜିଟିଭ୍

ଭଦ୍ରକରୁ ଚିହ୍ନଟ ହେଲେ ୨୩୧ ପଜିଟିଭ୍

29

ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଆଉ ୨୩୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାଙ୍କୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୧୦ ହଜାର ୮୭୧ ଏବଂ ସୁସ୍ଥ ହୋଇଛନ୍ତି ୯୧୦୦ । ଏବେ ସକ୍ରିୟ ଆକ୍ରାନ୍ତ ଅଛନ୍ତି ୧୭୩୯ ଜଣ । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବନ୍ତ ବ୍ଲକର କୁମ୍ଭକରାଳ ଓ କାଶିପୁର ଗ୍ରାମର ୨ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ତୋଡଗାଁ, ରାମକୃଷ୍ଣପୁର, ଜି.ପି.ପୁର, ବିଟିପୁର, ଆମ୍ପୋର,ମହାନ୍ତିପଡା, ପୁରୁଷଣ୍ଢ, ରାମଚନ୍ଦ୍ରପୁର, ଟିଲୋ ଗ୍ରାମରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଅଣିଜୋ ଗ୍ରାମରୁ ୬ଜଣ, ବଡମହିଷିଗୋଠ ଗ୍ରାମରୁ ୨ଜଣ, ଆପ୍‌ତୀରା ଗ୍ରାମରୁ ୩ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ବାସୁଦେବପୁର ପୌରପାଳିକାର ୨୦ ନଂ ୱାର୍ଡ ଓ ୭ ନଂ ୱାର୍ଡରୁ ୨ଜଣ ଚିହ୍ନଟ ହୋଇଛନ୍ତି । ଚାନ୍ଦବାଲି ଏନ୍‌ଏସିର ୬ ନଂ ୱାର୍ଡରୁ ୨ଜଣ, ୭ନଂ, ୮ନଂ ଓ ୧୧ ନଂ ୱାର୍ଡରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଭଦ୍ରକ ପୌରପାଳିକାର ୧ନଂ ୱାର୍ଡ ବରାଳପୋଖରୀରୁ ୨ଜଣ, ୧୨ ନଂ ୱାର୍ଡ ବଙ୍କସାହିରୁ ଜଣେ, ୧୪ ନଂ ୱାର୍ଡ ନିଳକଣ୍ଠପୁରରୁ ଜଣେ, ୧୫ ନଂ ୱାର୍ଡ କୁଆଁସ ଗ୍ରାମରୁ ୨ଜଣ, ୨ ନଂ ୱାର୍ଡ ବରାଳପୋଖରୀରୁ ୨ଜଣ, ୫ନଂ ୱାର୍ଡ ଚରମ୍ପାରୁ ୩ଜଣ, ୬ ନଂ ୱାର୍ଡ ଡାହାଣିଗଡ଼ିଆରୁ ଜଣେ, ମୋଟେଲ ଛକରୁ ଜଣେ, ବାଇପାସ୍‌ରୁ ୮ଜଣ, ୮ ନଂ ୱାର୍ଡ ବାଗୁରାଇରୁ ୨ଜଣ, ୯ ନଂ ୱାର୍ଡ ଚାରିଘରିଆରୁ ୩ଜଣ, ୧୦ ନଂ ୱାର୍ଡ ଜଗନ୍ନାଥପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚାନ୍ଦବାଲି ବ୍ଲକର ଦୋସିଙ୍ଗାରୁ ୨ଜଣ, ନଛିପୁରରୁ ଜଣେ, ଭାଟପଡାରୁ ଜଣେ, ଭୁଇଁବୃତ୍ତିରୁ ଜଣେ, ଜି.ପି.ପୁରରୁ ୨ଜଣ, ମତୋରୁ ୪ଜଣ, ହଟପୁରରୁ ଜଣେ ଏବଂ ଓରାସାହିରୁ ୨ଜଣ ଚିହ୍ନଟ ହୋଇଛନ୍ତି । ତିହିଡ଼ି ବ୍ଲକର ନୂଆଶାସନରୁ ୩ଜଣ, ବିଶ୍ୱନାଥପୁରରୁ ୨ଜଣ, ବିଲଣାରୁ ୨ଜଣ ଓ ବୋଡକରୁ ଜଣେ ଚିହ୍ନଟ ହୋଇଛନ୍ତି ।

ଧାମନଗର ବ୍ଲକର ହାସିନପୁରରୁ ଜଣେ, ଇଚ୍ଛଦାରୁ ୪ଜଣ, ମୁସ୍ତାଫାପୁରରୁ ଜଣେ, ହସନାବାଦରୁ ୨ଜଣ, ଧୁଷୁରୀରୁ ଜଣେ, ଲୁଣିଆରୁ ଜଣେ, ମୀର୍ଘାଘାଟକୂଳରୁ ୩ଜଣ, କୁସୁମ ଗ୍ରାମରୁ ୨ଜଣ, ରଇପୁରରୁ ୨ଜଣ, ଭୁଇଁପୁରରୁ ଜଣେ, ଅର୍ଜୁନପୁରରୁ ୨ଜଣ, ବମକୁରାରୁ ଜଣେ, ଭଗବାନପୁରରୁ ଜଣେ, ଦଳାଙ୍ଗରୁ ଜଣେ, କମାରବନ୍ଧ ଗ୍ରାମରୁ ୨ଜଣ, କାଞ୍ଜିପାଳରୁ ଜଣେ, ଗୋବିନ୍ଦଗଡ଼ିଆ ଗ୍ରାମରୁ ୩ଜଣ, ଠାକୁରପାଟଣା ଗ୍ରାମରୁ ୨ଜଣ, ନୂଆପୋଖରୀ ଗ୍ରାମରୁ ଜଣେ, ଷେଣ୍ଢପୁରରୁ ୨ଜଣ ଚିହ୍ନଟ ହୋଇଛନ୍ତି । ଧାମନଗର ଏନ୍‌ଏସିର ୧୧ ନଂ ୱାର୍ଡରୁ ୨ଜଣ, ୧ ନଂ ୱାର୍ଡରୁ ୨ଜଣ ଚିହ୍ନଟ ହୋଇଛନ୍ତି । ଭଣ୍ଡାରିପୋଖରୀ ବ୍ଲକର ବୟାଁବନାପୁରରୁ ୨ଜଣ, ବାଲିପୋଖରୀ ଗ୍ରାମରୁ ଜଣେ, ଦକ୍ଷିଣବାଡ ଗ୍ରାମରୁ ୪ଜଣ, ଜଳମଣ୍ଡୁଆ ଗ୍ରାମରୁ ୪ଜଣ, ମାଳଦା, ନାଆମୀ, ବେଲଗଡ଼ିଆ, କୁମ୍ଭାରିଆ, ମଢିଆଳି, ହସନପୁର, ଡଗରପଡା ଗ୍ରାମରୁ ଜଣେ ଜଣେ, ପାଟୁଳି ଗ୍ରାମରୁ ୫ଜଣ, କୋଟଶିରା ଗ୍ରାମରୁ ୪ଜଣ, ନେଉଳିଆ ଗ୍ରାମରୁ ୨ଜଣ, ପିରିପୁର ଗ୍ରାମରୁ ୩ଜଣ, ଝୁଟଣା ଗ୍ରାମରୁ ୪ଜଣ, କୁରିଗାଁ ଗ୍ରାମରୁ ୨ଜଣ, ନେରଡା ଗ୍ରାମରୁ ୨ଜଣ, କୁଲଣା ଗ୍ରାମରୁ ୩ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ବାସୁଦେବପୁର ବ୍ଲକର ସୁଗୋ ଗ୍ରାମରୁ ୨ଜଣ, ବାଲିମୁଣ୍ଡା ଗ୍ରାମରୁ ଜଣେ, ଗୁଆଗଡିଆ ଗ୍ରାମରୁ ଜଣେ, ଗୋବିନ୍ଦପୁର ଗ୍ରାମରୁ ଜଣେ, ଆନ୍ଦୋଳା ଗ୍ରାମରୁ ଜଣେ, ଅରଣ୍ଡୁଆ ଗ୍ରାମରୁ ଜଣେ, ବାଲିମେଦ ଗ୍ରାମରୁ ଜଣେ, ବିରସରୁ ଜଣେ, ଚୁଡାମଣିରୁ ଜଣେ, ସୁଦର୍ଶନପୁରରୁ ୩ଜଣ ଚିହ୍ନଟ ହୋଇଛନ୍ତି । ଭଦ୍ରକ ବ୍ଲକର ବାଉଦପୁରରୁ ୨ଜଣ, ସାମରାଇପୁରରୁ ୭ଜଣ, ହରିପୁରରୁ ୫ଜଣ, ବାଣିତିଆରୁ ଜଣେ, ଏରଡାରୁ ୫ଜଣ, ଆମ୍ବଗଡ଼ିଆ ଗ୍ରାମରୁ ୨ଜଣ, ସାହାଡ଼ା ହରିପୁରରୁ ଜଣେ, ଅଣ୍ଢେଇପଲୀରୁ ୨ଜଣ, ଅର୍ଣ୍ଣପାଳରୁ ୨ଜଣ, ଡଗରାସାହିରୁ ଜଣେ, ଏରେଇଁରୁ ୫ଜଣ, କାଉପୁରରୁ ଜଣେ, କେଦାରପୁରରୁ ଜଣେ, ମଉଦାରୁ ଜଣେ, ଲାଙ୍ଗୁଡିରୁ ଜଣେ, ଓଲଙ୍ଗରୁ ୨ଜଣ, ଆଟୋ ଗ୍ରାମରୁ ୧୫ଜଣ ଓ ସାଲିପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲା ଭାବେ ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକରୁ ଜଣେ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.