Home ଜିଲ୍ଲା ପରିକ୍ରମା ଭଦ୍ରକରୁ ଆଜି ୭ ଆକ୍ରାନ୍ତ ଚିହ୍ନଟ

ଭଦ୍ରକରୁ ଆଜି ୭ ଆକ୍ରାନ୍ତ ଚିହ୍ନଟ

39

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲାରୁ ୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଜିଲ୍ଲାର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୬୩୧ ହୋଇଛି । ଆଜି ସୁଦ୍ଧା ଜିଲ୍ଲାରେ ମୋଟ ୧ଲକ୍ଷ୧୭ ହଜାର ୯୧୭ ନମୁନା ପରୀକ୍ଷା କରାଯାଇ ସାରିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୬ ୨୨୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ଆଉ ୩୯୪ଜଣ ଆକ୍ରାନ୍ତ ସକ୍ରିୟ ଥାଇ ଚିକିତ୍ସିତ ହେଉଛନ୍ତି । ନୂଆ ଚିହ୍ନଟ ୭ଜଣ ଆକ୍ରାନ୍ତଙ୍କ ମଧ୍ୟରେ ବାସୁଦେବପୁର ବ୍ଳକର ଜଣେ, ଭଦ୍ରକ ବ୍ଲକର ଜଣେ, ଭଦ୍ରକ ପୌରପାଳିକାର ୩ଜଣ, ତିହିଡି ବ୍ଲକର ଜଣେ ଏବଂ ଅନ୍ୟ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.