Home ଜିଲ୍ଲା ପରିକ୍ରମା ଭଦ୍ରକକୋର୍ଟ ପରିସରରେ ଉତ୍କଳଗୌରବ ମଧୁସୁଦନ ଦାସଙ୍କ ୧୭୪ତମ ଜୟନ୍ତୀ ସମାରୋହ

ଭଦ୍ରକକୋର୍ଟ ପରିସରରେ ଉତ୍କଳଗୌରବ ମଧୁସୁଦନ ଦାସଙ୍କ ୧୭୪ତମ ଜୟନ୍ତୀ ସମାରୋହ

15

ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କୋର୍ଟ ପରିସରରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ୧୭୪ତମ ଜୟନ୍ତୀ ସମାରୋହ ଭଦ୍ରକ ଓକିଲସଂଘ ପକ୍ଷରୁ କୋଭିଡ଼ ନିମୟ ଅନୁସାରେ ପାଳନ କରାଯାଇଅଛି । ଭଦ୍ରକ କଚେରୀ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଭଦ୍ରକ ଜିଲ୍ଲା ଜର୍ଜ ଶିଶିର କୁମାର ରଥ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସେହିପରି ଜିଲ୍ଲାପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ମଧୁସୁଦନ ଦାଶ, ପୌରକାର୍ଯ୍ୟ ନିର୍ବାହୀ ଅଧିକାରୀ ବିଚିତ୍ରା ନନ୍ଦ ନାୟକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା ସମେତ ବରିଷ୍ଠ ଆଇନ୍‌ଜୀବି ନିରାକାର ଜେନାଙ୍କ ସହିତ ବରିଷ୍ଠ ଓ କନିଷ୍ଠ ଆଇନ୍‌ଜୀବୀମାନେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଓକିଲସଂଘର ସଭାଗୃହ ପରିସରରେ ସାମାଜିକ ଦୂରତା ରକ୍ଷା କରିବା ସହ କୋଭିଡ଼ ନିୟମ ପାଳନ କରାଯାଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଭଦ୍ରକ ବାର୍‌ର ସଭାପତି ଦିଲ୍ଲୀପ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ବରିଷ୍ଠ ଆଇନ୍ ଜୀବୀ ନିରାକାର ଜେନା ଯୋଗଦେଇ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କର ଜୟନ୍ତୀ ଉତ୍ସବକୁ ପ୍ରତିବର୍ଷ ଆଇନଜୀବି ଦିବସ ଭାବେ ପାଳନ କରାଯାଉଅଛି ।

ଏତଦ୍ ବ୍ୟତୀତ ମଧୁବାବୁ ଥିଲେ ଖୁବ୍ ସ୍ୱାଭିମାନୀ । ଓଡ଼ିଶାକୁ ନେଇ ସେ ଖୁବ୍ ଗର୍ବ ଅନୁଭବ କରିବା ସହିତ ସ୍ୱାଭିମାନର ସହିତ ବଞ୍ôଚବାକୁ ପରାମର୍ଶ ଦେଉଥିଲେ । ସେଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର ଏବଂ ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ବୋଲି କହିଥିଲେ ।ଭଦ୍ରକ ଓକିଲ ସଂଘର ସଂପାଦକ ଜିତେନ୍ଦ୍ର କୁମାର ପଣ୍ଡା, ଉପସଭାପତି କରୁଣାକର ଦାସ, ଆଇନ୍‌ଜୀବୀ ଦିବ୍ୟସିଂହ ନାୟକ, ପବନ ଶର୍ମା, ଗିରିଧାରି ନାଥ, ଅତିଶ ବେହେରା, ଅମର ବାରିକ, ପୂର୍ବତନ ସଭାପତି ବିଷ୍ଣୁ ମୋହନ ମହାପାତ୍ର, ଅରୁଣ ଚାନ୍ଦ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, କୋଷାଧ୍ୟକ୍ଷ ସୁରେନ୍ଦ୍ର କର, କିଶୋର ବଳ, ପ୍ରତାପ ସେଠୀ, ଗଣେଷ ଦାସ, ବିଜନ ଜେନା, କାହ୍ନୁ ବାରିକ, ତୁଷାର ଦାସ, ନିଶିକାନ୍ତ ନାୟକ, ଧିରେନ୍ଦ୍ର ରାୟ, ଗୋପବନ୍ଧୁ ଦୀକ୍ଷିତ୍‌, ରାଜିବ୍ ବାରିକ, ସଂଗ୍ରାମ କେଶରୀ ଜେନା, ସଞ୍ଜୟ ନାୟକ, ସେକ୍ ସାହାଜାନ୍‌, ଅଞ୍ଜୁବାଳା ରାଉତ, ଅଶୋକ କୁମାର ନାୟକ, ଅଭୟ ସେଠୀ, ଦାମୋଦର ପଣ୍ଡାଙ୍କ ସମେତ ବହୁ ବରିଷ୍ଠ ଓ କନିଷ୍ଠ ଆଇନ୍‌ଜୀବୀମାନେ ଯୋଗଦେଇ ମଧୁବାବୁଙ୍କର ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସଂଘର ସଂପାଦକ ଶ୍ରୀ ପଣ୍ଡା ନିଜ ପକ୍ଷରୁ ଆଇନ୍‌ଜୀବୀଙ୍କୁ ମାକ୍ସ ବଣ୍ଟନ କରିଥିବା ବେଳେ ଯୁଗ୍ମ ସଂପାଦକ(ସାଧାରଣ) ନିକୁଞ୍ଜ କୃଷ୍ଣ ପୁହାଣ ଧନ୍ୟବାଦ ଅର୍ପଣ କରିଥିଲେ । ସଂଘ କାର୍ଯ୍ୟାଳୟ ପକ୍ଷରୁ ସଞ୍ଜୟ କୁମାର ନାୟକ ଓ କେଦାର ଜେନା କାର୍ଯ୍ୟକ୍ରମକଚ ସହଯୋଗିତା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.