Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ ମେଡିକାଲ ଓ ମଞ୍ଜୁରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ‘କାୟାକଳ୍ପ’ ଆୱାର୍ଡ

ଭଣ୍ଡାରିପୋଖରୀ ମେଡିକାଲ ଓ ମଞ୍ଜୁରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ‘କାୟାକଳ୍ପ’ ଆୱାର୍ଡ

46

ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ମଙ୍ଗଳବାର ‘କାୟାକଳ୍ପ’ ଆୱାର୍ଡ ମିଳିଥିବା ଜଣାଯାଇଛି । ଏଥିସହ ମଞ୍ଜୁରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂତନ)କୁ ମଧ୍ୟ ‘କାୟାକଳ୍ପ’ ଆୱାର୍ଡ ଚଳିତ ବର୍ଷ ମିଳିଛି । ମେଡିକାଲରେ ରୋଗୀ ଚିକିତ୍ସା ମାନ ଓ ସୁବିଧା, ସ୍ୱଚ୍ଛ ଓ ପରିମଳ ବ୍ୟବସ୍ଥା, ବର୍ଜ୍ୟବସ୍ତୁ ପରିଚାଳନା, ଅସ୍ତ୍ରୋପଚାର ସୁବିଧା, ନଥିପତ୍ର ପ୍ରସ୍ତୁତି, କାର୍ଯ୍ୟକ୍ରମ ପରିଚାଳନା, ବହିରାଗତ ଓ ଅନ୍ତୋବାସୀର ରୋଗୀଙ୍କ ପାଇଁ ଥିବା ସୁବିଧା, କାର୍ଯ୍ୟାଳୟ ପରିଚାଳନା, ଯାନବାହନ ପାର୍କିଂ ସୁବିଧା, କର୍ମଚାରୀଙ୍କ ପାଇଁ ବାସଗୃହ ସୁବିଧା, ସବୁଜ ବଳୟ ସୃଷ୍ଟି, ଔଷଧିୟ ବଗିଚା ଆଦି ବ୍ୟବସ୍ଥା ସୃଷ୍ଟି ସହ ଉପଯୁକ୍ତ ରକ୍ଷଣାବେକ୍ଷଣକୁ ଭିତ୍ତିକରି ଏହି ଆୱାର୍ଡ ଦିଆଯାଇଛି । ଏଥିସହ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରମାନଙ୍କ ଚିକିତ୍ସା ଓ ସେବା ଆଭିମୁଖ୍ୟକୁ ମଧ୍ୟ ଅନୁଧ୍ୟାନ ସମୟରେ ସ୍ୱତନ୍ତ୍ର ଭାବେ ପ୍ରାଧାନ୍ୟ ଦିଆଯାଇଥିଲା । ରୋଗ ନିୟନ୍ତ୍ରଣ ଡାକ୍ତର ବିଜୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ପରିବାର ନିୟୋଜନ କାର୍ଯ୍ୟକ୍ରମ ଅଧିକାରୀ ଡାକ୍ତର ଦୀପକ ଶତପଥି, କ୍ରିଟିକାଲ ନର୍ସିଂ କନସଲଟାଣ୍ଟ ଡାକ୍ତର ବି.ଏସ. ବାଲଚନ୍ଦ୍ରନ ପ୍ରମୁଖଙ୍କୁ ନେଇ ଗଠିତ ରାଜ୍ୟସ୍ତରୀୟ କମିଟି ଗତ ଜାନୁୟାରୀ ୧୩ ତାରିଖରେ ବ୍ୟାପକ ଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ମଞ୍ଜୁରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅନୁଧ୍ୟାନ କରିଥିଲେ । ମେଡିକାଲ ସୁପରିନଟେଣ୍ଡେଣ୍ଟ ତଥା ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର କମଳାକାନ୍ତ ସ୍ୱାଇଁ, ମଞ୍ଜୁରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଅରୁଣ କୁମାର ବେହେରା, ଡାକ୍ତର ତୁଲିକା ରଥ, ଡାକ୍ତର ଆଦିତ୍ୟ ସାହୁ, ଡାକ୍ତର ସୁଧାଂଶୁ ବେହେରା, ଡାକ୍ତର ରଶ୍ମିରଞ୍ଜନ ସାହୁ, ଗାଁ କଲ୍ୟାଣ ସମିତି ସହକାରୀ ପରିଚାଳକ ଅଭିଳାଶ ବେହୁରିଆ, ଜନସ୍ୱାସ୍ଥ୍ୟ ଅଧିକାରିଣୀ ଅନିତାରାଣୀ ରାଉତ, ବିପିଏମ ରଶ୍ମିରେଖା ପୃଷ୍ଟି, ସ୍ୱାସ୍ଥ୍ୟପରିଦର୍ଶକ ମନୋରଞ୍ଜନ ରାଉତ, ଫାର୍ମଶିଷ୍ଟ ପଙ୍କଜ କୁମାର ବେହେରା, ସୁଶ୍ରୀ ସଙ୍ଗୀତା ସେନାପତି, ବାୟୋମେଡିକାଲ ୱେଷ୍ଟ ମ୍ୟାନେଜର ଭରତ ଚନ୍ଦ୍ର ପାତ୍ର, ବି.ଏ.ଏମ. ରଞ୍ଜିତ ବରାଳ, କର୍ମଚାରୀ ପ୍ରଦୀପ୍ତ ପଣ୍ଡା, ଷ୍ଟାଫନର୍ସ ଅନୁପମା ଦାସ, କାର୍ଯ୍ୟାଳୟ ସହାୟକ ଲଲାଟ କିଶୋର ପାଢୀ ପ୍ରମୁଖ ଏଥିପାଇଁ ସନ୍ତୋଷ ବ୍ୟକ୍ତି କରିଛନ୍ତି । ବ୍ରିଟିଶ ଅମଳର ଆଉଟଡୋର ଭଳି ଦୁର୍ବଳ ଭିତ୍ତିଭୂମିରେ ଆଶାନୁରୂପ ସ୍ୱାସ୍ଥ୍ୟସେବା ସତ୍ତ୍ୱେ ଏଭଳି ସୋପାନରେ ପହଞ୍ôଚôବା ସୁଖପ୍ରଦ ବୋଲି ଡାକ୍ତର ସ୍ୱାଇଁ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.