Home ଅପରାଧ ଭଣ୍ଡାରିପୋଖରୀ – ମଦ ଜବତ, ୫ ଗିରଫ

ଭଣ୍ଡାରିପୋଖରୀ – ମଦ ଜବତ, ୫ ଗିରଫ

31

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ପୁରିପଡା, ଡାହାଲା, ଆଖୁଆପଦା, ଜଗନ୍ନାଥପ୍ରସାଦ, ମଣିନାଥପୁର, ନଗୁଆଁ, ବାରିକପୁର ନିକଟ ଅନନ୍ତପୁର ଗ୍ରାମରୁ ୧୩୫ ଲିଟର ଦେଶୀ ମଦ ଓ ୮ ଲିଟର ଆସ୍କାଫାର୍ଟି ମତ ଅବକାରୀ ବିଭାଗ ଜବତ କରିବା ସହ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜବତ ମଦରୁ ମୂଲ୍ୟ ଆନୁମାନିକ ୫୦ ହଜାର ଟଙ୍କା ହେବ ବୋଲି ଜଣାଯାଇଛି। ଧାମନଗର ଅବକାରୀ ଥାନାଧିକାରୀ ପ୍ରହଲ୍ଲାଦ ସାମଲଙ୍କ ନେତୃତ୍ୱରେ ଏଏସଆଇ ପୁରୁଷୋତ୍ତମଲ୍ଲିକ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ରମେଶ ନାକ, ଅଜିତ କୁମାର ସିଙ୍କୁ, ଅନବାଦିତ୍ୟ ବାରିକ, ଶିବପ୍ରସାଦ ସାହୁ, ସନ୍ଧ୍ୟାରାଣୀ ସେନାପତି, ଜେମାମଣି ଜାମୁଡା ପ୍ରମୁଖ ଚଢାଉ କରି ଅଭିଯୁକ୍ତ ପୁରିପଡା ଗ୍ରାମର ନରେନ୍ଦ୍ର ମଳିକ, ଆଖୁଆପଦା ଗ୍ରାମର ବାଦଲ ମଳିକ, ଜଗନ୍ନାଥପ୍ରସାଦ ଗ୍ରାମର ଧନଞ୍ଜୟ ଦଳେଇ, ମଣିନାଥପୁର ଗ୍ରାମର ବାସନ୍ତି ଜେନା, ଅନନ୍ତପୁର ଗ୍ରାମର ରାଜେଶ ମୁଣ୍ଡାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଛନ୍ତି। ଏଥିନେଇ ପୃଥକ ପୃଥକ ୫ଟି ମାମଲା ଋଜୁ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.