Home ଅପରାଧ ଭଣ୍ଡାରିପୋଖରୀ – ମଦ ଜବତ, ୨ ଗିରଫ

ଭଣ୍ଡାରିପୋଖରୀ – ମଦ ଜବତ, ୨ ଗିରଫ

23

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଞ୍ଚଳର ଝୁଟୁଣା, ନେରଡା, ଆଖୁଆପଦା, ଡାହାଲା, ମଞ୍ଜୁରୀ ଓ ସରସଦା ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୭୫ ଲିଟର ଦେଶୀ ମଦ ଜବତ କରାଯାଇଛି। ଏଥିନେଇ ୨ଟି ପୃଥକ ପୃଥକ ମାମଲା ଋଜୁ କରାଯାଇ ଅଭିଯୁକ୍ତ ଝୁଟୁଣା ଗ୍ରାମର ଅଭିରାମ ଜେନା ଓ ନେରଡା ଗ୍ରାମର ହରେକୃଷ୍ଣ ମଳିକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲଙ୍କ ନେତୃତ୍ୱରେ ଏଏସଆଇ ପୁରୁଷୋତ୍ତମ ମଲ୍ଲିକ, କନେଷ୍ଟବଳ ଅଜିତ କୁମାର ସିଙ୍କୁ, ରମେଶ ନାୟକ, ଅନବାଦିତ୍ୟ ବାରିକ, ଶିବପ୍ରସାଦ ସାହୁ, ଜେମାମଣୀ ଜାମୁଡା, ସନ୍ଧ୍ୟରାଣୀ ସେନାପତି ପ୍ରମୁଖ ଚଢାଉ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.