Home ଓଡ଼ିଶା ଆଜି କେନ୍ଦ୍ରମନ୍ତ୍ରୀଙ୍କ ଭଣ୍ଡାରିପୋଖରୀ ଗସ୍ତ, କଣ୍ଟିଘାଇ, ଆଖୁଆପଦା ଆନିକଟ ପରିଦର୍ଶନ

ଆଜି କେନ୍ଦ୍ରମନ୍ତ୍ରୀଙ୍କ ଭଣ୍ଡାରିପୋଖରୀ ଗସ୍ତ, କଣ୍ଟିଘାଇ, ଆଖୁଆପଦା ଆନିକଟ ପରିଦର୍ଶନ

23

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ପରିବହନ ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶାନ୍ତ୍ୱନୁ ଠାକୁର ଆସନ୍ତାକାଲି ଭଣ୍ଡାରିପୋଖରୀ ବ୍ଲକ ଗସ୍ତରେ ଆସିବା କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ୧୦.୩୦ ମିନିଟରେ ବାରିକପୁର ଠାରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବ। ୧୧ଟା ସମୟରେ ଧାମନଗର ଛକ ଟେକ୍ସଟାଇଲ ପାର୍କ ପରିଦର୍ଶନ କରିବେ। କହରାପୋଖରୀ କ୍ରାନ୍ତୀ ମଇଦାନରେ ବାପୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ରାମଚନ୍ଦ୍ରପୁର ପଞ୍ଚାୟତ ଗନ୍ଧର୍ବବିନ୍ଧା ଆଦିବାସୀ ସାହିବାସୀଙ୍କ ସହ ମତବିନିମୟ କରିବେ। ଏଥିସହ ବଳଦେବଜୀଉ ମନ୍ଦିର ପରିଦର୍ଶନ ସାରି ‘କଣ୍ଟିଘାଇ’ ଅନୁଧ୍ୟାନ କରିବେ ଓ ଆଖୁଆପଦା ଆନିକଟରେ ବ୍ୟାରେଜ ନିର୍ମାଣ ସମ୍ପର୍କରେ ଅନୁଧ୍ୟାନ କରିବେ ବୋଲି ଦଳୀୟ ନେତା ବଦ୍ରୀନାରାୟଣ ଧଳ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.