Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ ବ୍ଲକ ବିଜେପି ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୪୨ ୟୁନିଟ ରକ୍ତ ସଂଗ୍ରହ

ଭଣ୍ଡାରିପୋଖରୀ ବ୍ଲକ ବିଜେପି ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୪୨ ୟୁନିଟ ରକ୍ତ ସଂଗ୍ରହ

75

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ବିଜେପି ପକ୍ଷରୁ ରବିବାର ବାରିକପୁର ହାଇସ୍କୁଲ ପରିସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୪୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଦଳୀୟ ସଙ୍ଗଠକ ରବିନାରାୟଣ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ଦଳର ନିର୍ବାଚନମଣ୍ଡଳୀ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ ଉଦଘାଟନ କରିଥିଲେ । ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହକୁ ସେବା ସପ୍ତାହ ଭାବେ ପାଳନ କରିବା ଅବସରରେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଶିବିରରେ ଭଦ୍ରକ ରେଡକ୍ରସ ରକ୍ତଭଣ୍ଡାର ଡାକ୍ତର ଖୁଣ୍ଟିଆ ଓ ସହଯୋଗୀମାନେ କୋଭିଡ ନିୟମ ପାଳନ ସହ ରକ୍ତ ସଂଗ୍ରହ କରିଥିଲେ । ଶିବାନନ୍ଦ ସାହୁ, ଅନ୍ତର୍ଯ୍ୟାମୀ ସାହୁ, ପ୍ରକାଶ ପାତ୍ର, ପ୍ରହ୍ଲାଦ ସାହୁ, ଜୟକୃଷ୍ଣ ନାୟକ, ରୁକ୍ମଣୀ ଦାସ, ମୃତ୍ୟୁଞ୍ଜୟ ଗୋଚ୍ଛାୟତ, ଶିବଦାସ ରାୟ, ପ୍ରବୀଣ ରାଉତ, ତପନ ପାତ୍ର, ସନ୍ତୋଷ ସାହୁ, ଟୁଟୁ ଦ୍ୱିବେଦୀ ପ୍ରମୁଖ ରକ୍ତଦାନ କରିଥିଲେ । ଜିଲ୍ଲା ସମ୍ପାଦିକା ଜୟସ୍ମୀତା ଗୋଚ୍ଛାୟତ, ମଣ୍ଡଳ ସାଭପତି ଗିରିଶ ସାମଲ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୁରେଶ ସାମଲ, ମହିଳା ମୋର୍ଚ୍ଚା ସଭାନେତ୍ରୀ ତପସ୍ୱିନୀ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ଖିଲାର, ଅଜୟ ପାତ୍ର, ପ୍ରତୀକ ସେନାପତି, ଶଙ୍କର୍ଷଣ ଜେନା, ସୌମ୍ୟପ୍ରକାଶ ନାୟକ, ପ୍ରଦ୍ୟୁମ୍ନ ସେନାପତି, ଦେବେନ୍ଦ୍ର ଜେନା, ସରପଞ୍ଚ କମଳକୁମାର ନନ୍ଦ, ଚିନ୍ମୟ କୁମାର ଦାସ ପ୍ରମୁଖ ଦଳୀୟ ନେତା ଓ କର୍ମୀମାନେ ଶିବିର ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.