Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳର ୪ ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କଲା ପ୍ରଶାସନ

ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳର ୪ ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କଲା ପ୍ରଶାସନ

46

ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ କରୋନା ସଂକ୍ରମଣର ହାରକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ପକ୍ଷରୁ ତିନି ପଞ୍ଚାୟତର ଚାରୋଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି । ସେଥିମଧ୍ୟରୁ ଗୋଟିଏ ମିନି କଣ୍ଟେନମେଣ୍ଟ ଜୋନ ହୋଇଥିବା ବେଳେ ଅନ୍ୟ ତିନୋଟି ମିନି କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ବୟାବନାପୁର ପଞ୍ଚାୟତର ଚନ୍ଦ୍ରଭାନୁପୁର ଗ୍ରାମର ନିହାରୀସାହିକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଗତ ଗୁରୁବାର ଘୋଷଣା କରାଯାଇଛି । ଏହି ଜୋନ୍‌ରୁ ତିନି ସଂକ୍ରମିତ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ସେହି ପଞ୍ଚାୟତର ବୟାବନାପୁର ହଳଦୀଗଡିଆ ସାହିକୁ ମିନି କଣ୍ଟେନମେଣ୍ଟ ଜୋନ, ରାଜେନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଥଇଳା ମହାତିନିସାହି ଓ କୋଟସିରା ଲେଙ୍କାସାହିକୁ ମିନି କଣ୍ଟେନମେଣ୍ଟ ଜୋନ କରାଯାଇଛି । ଶୁକ୍ରବାର ନଗୁଆଁ ପଞ୍ଚାୟତର ଡଗରପଡା ଦ୍ୱିବେଦୀସାହିକୁ ମିନି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ପ୍ରତ୍ୟେକ ମିନି କଣ୍ଟେନମେଣ୍ଟ ଜୋନରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଣ୍ଟେନମେଣ୍ଟ ଜୋନର ଅବଧି ଚଉଦ ଦିନ ରଖାଯାଇଛି । ସଂପୃକ୍ତ ପଞ୍ଚାୟତର ସରପଞ୍ଚ କଣ୍ଟେନମେଣ୍ଟ ଜୋନ ପାଳନ ତଦାରଖ କରୁଛନ୍ତି । ସମସ୍ତ ସଂକ୍ରମିତ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି । ସଂପୃକ୍ତ ଅଞ୍ଚଳର ଆଶାକର୍ମୀ ଓ ଅଙ୍ଗନୱାଡି କର୍ମୀ ସଂକ୍ରମିକଙ୍କ ଦୈନନ୍ଦିନ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ମେଡିକାଲକୁ ସୂଚୀତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମେଡିକାଲ ପକ୍ଷରୁ ଗୃହ ଚିକିତ୍ସା ପରାମର୍ଶ ଦିଆଯାଉଛି । ପ୍ରତ୍ୟେକ ପଞ୍ଚାୟତରେ ନୋଡାଲ ଅଫିସର ଦାଇତ୍ୱରେ ଜଣେ ଶିକ୍ଷକଙ୍କୁ ରଖାଯାଇଛି । ମାର୍କେଟିଂ ଇନିସପେକ୍ଟରଙ୍କୁ କଣ୍ଟେନମେଣ୍ଟ ଜୋନ ଅଧନ ପରିବାରକୁ ରାସନ ଯୋଗାଣ ଦାଇତ୍ୱ ବ୍ଲକ ପ୍ରଶାସନ ପକ୍ଷରୁ ଦିଆଯାଇଛି ବୋଲି ବିଡିଓ ବିଜୟ କୁମାର ସାହୁ ସୂଚନା ଦିଆଯାଉଛି । କରୋନା ନିୟମ ପାଳନ କରିବାକୁ ପୁଲିସ ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଚଢାଉ ଜାରି ରହିଛି । ଗତ ମାର୍ଚ୍ଚ ୨୨ ତାରିଖରେ ପ୍ରଥମ ସଂକ୍ରମିତ ଚିହ୍ନଟ ହେବା ପରେ ଅପ୍ରେଲ ୩୦ ତାରିଖ ସୁଦ୍ଧା ବ୍ଲକ ଅଞ୍ଚଳରେ ୧୯୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫୦ ଜଣ ସକ୍ରିୟ ରୋଗୀ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.