Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀରେ ବନ୍ୟା ମନୁଷ୍ୟକୃତ-ସୁବ୍ରତ

ଭଣ୍ଡାରିପୋଖରୀରେ ବନ୍ୟା ମନୁଷ୍ୟକୃତ-ସୁବ୍ରତ

26

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକରେ ବୈତରଣୀ ନଦୀ ଦ୍ୱାରା ହୋଇଥିବା ବନ୍ୟା ମନୁଷ୍ୟକୃତ ବୋଲି କଂଗ୍ରେସ ନେତା ସୁବ୍ରତ ଦାସ ଅଭିଯୋଗ କରିଛନ୍ତି । ଦଳୀୟ ବରିଷ୍ଠ ନେତା ରଜନୀକାନ୍ତ ଚନ୍ଦ, ଗୋଲକ ବେହେରା, ଅଜୟ କୁମାର ସାହୁ ପ୍ରମୁଖଙ୍କ ସହ ଗୁରୁବାର ମାଳଦା ଆଦି ବନ୍ୟାଂଚଳ ଗସ୍ତ କରି କେବଳ ‘କଣ୍ଟିଘାଇ’ ବନ୍ଦ ହେଲେ ଭଣ୍ଡାରିପୋଖରୀରେ ବନ୍ୟା ନିୟନ୍ତ୍ରଣ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ । ବୈତରଣୀ ନଦୀରୁ କଣ୍ଟିଘାଇ ଦେଇ ମାଡି ଆସୁଥିବା କେଉଁଠିକି ଯାଉଛି ତାହାର ଉତ୍ତର ପ୍ରଶାସନ ପାଖରେ ଅଛିକି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଥିଲେ । କଣ୍ଟିଘାଇ ମଧ୍ୟଦେଇ ପ୍ରବେଶ କରୁଥିବା ବନ୍ୟାଜଳ ଦ୍ୱାରା ଷୋଳମପୁର, ମାଳଦା, ରହଣିଆ, ନପଙ୍ଗ, କୋରିଗାଁ ଆଦି ପଞ୍ଚାୟତର ଜଳ ପ୍ଳାବିତ ହେବା ସହ ଘରଦ୍ୱାର, ଚାଷବାସ ଉଜୁଡି ଯାଉଛି । ବୈତରଣୀ ନଦୀର ଡାହାଣ ପାଶ୍ୱର୍କୁ ସୁରକ୍ଷିତ କରିବା ବପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବାମପାଶ୍ୱର୍କୁ କାହିଁକି ଅଣଦେଖା କରାଯାଇ ଅଯଥା ବନ୍ୟା ସୃଷ୍ଟି କରାଯାଉଛି ତାହାର ଉତ୍ତର ପ୍ର।।ସନ ଦେଉ ବୋଲି ଶ୍ରୀ ଦାସ ଆହ୍ୱାନ ଦେଇଥିଲେ । ଅବିଳମ୍ବେ କଂଗ୍ରେସ କଣ୍ଟିଘାଇ ସମସ୍ୟାକୁ ନେଇ ଲଢେଇ କରିବ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.