Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧନା

ଭଣ୍ଡାରିପୋଖରୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧନା

24

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ଶାଖା ପକ୍ଷରୁ ଶୁକ୍ରବାର ଆଜି ପ୍ରଦାନ କରାଯାଇଛି। ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ମଣ୍ଡଳ ସଭାପତି ଗିରିଶ ସାମଲ, ଶ୍ରୀଧର ସ୍ୱାଇଁ, ପ୍ରଫୁଲ୍ଲ ସାହୁ, ଖଗେଶ୍ୱର ବେହେରା, ନବକିଶୋର ବଳ, ପ୍ରଦ୍ୟୁମ୍ନ ଜେନା, ପ୍ରକାଶ ମହାପାତ୍ର, ସୁରେଶ ସାମଲ, ପ୍ରତାପ ଦ୍ୱିବେଦୀ, ସରପଞ୍ଚ କାଞ୍ଚଳବାଳା ପାତ୍ର, ତରଣୀସେନ ଜେନା, ପ୍ରଦ୍ୟୁମ୍ନ ସେନାପତି, ତରଣୀ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ଖିଲାର, ରାମଚନ୍ଦ୍ର ସେନାପତି, ତପସ୍ୱିନୀ ମହାପାତ୍ର, ଜୟସ୍ମୀତା ଗୋଚ୍ଛାୟତ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ବ୍ଲକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶାରଦା ବିଦ୍ୟାମନ୍ଦିର ପକ୍ଷରୁ ପ୍ରଧାନଶିକ୍ଷକ ଶରତ ମହାପାତ୍ର, ଗୁରୁମା ସୁଶ୍ମିତା ସ୍ୱାଇଁ, କେଶବ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ସ୍ୱାଗତ କରିବା ସହ ସ୍ମାରକପତ୍ର ପ୍ରଦାନ କରିଥିଲେ। ସେହିପରି ରାଜପଥର ଧାମନଗରଛକ, ଚିଙ୍ଗୁଡିପୁର ଛକ ଠାରେ ମଧ୍ୟ ସ୍ୱାଗତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.