Home ଜିଲ୍ଲା ପରିକ୍ରମା ଜିଲ୍ଲା ପୁଲିସ ପକ୍ଷରୁ ୬୩ତମ ସହିଦ ଦିବସ ପାଳିତ

ଜିଲ୍ଲା ପୁଲିସ ପକ୍ଷରୁ ୬୩ତମ ସହିଦ ଦିବସ ପାଳିତ

18

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପୁଲିସ ସମାଜର ରକ୍ଷକ। ସେମାନେ ନିଜକୁ ସମାଜ ପାଇଁ ଉତ୍ସର୍ଗୀକୃତ। ସେବା ସେମାନଙ୍କର ମୂଳ ଲକ୍ଷ୍ୟ ହେବା ଉଚିତ। କର୍ତ୍ତବ୍ୟ ପରାୟଣତା ସହିତ ସମୟାନୁବର୍ତ୍ତିତା ହେଲେ ପୁଲିସ ଜନ ସାଧାରଣଙ୍କ ଆସ୍ଥା ଭାଜନ ହୋଇ ପାରିବ। ସର୍ବୋପରି ପୁଲିସ ଏବଂ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କର ଦୂରତାକୁ କମ୍ କରି ପୁଲିସ ଜନସାଧାରଣଙ୍କ ନିକଟବର୍ତ୍ତୀ ହୋଇ ପାରିଲେ, ସମାଜରେ ଶାନ୍ତି ପ୍ରତିଷ୍ଠା ସମ୍ଭବ ହେବ ଏବଂ ଲୋକଙ୍କ ମନରେ ପୁଲିସ ପ୍ରତି ରହିଥିବା ଘୃଣା ଭାବ ଦୂର ହୋଇ ପାରିବ ବୋଲି ଆଜି ଭଦ୍ରକ ଚରମ୍ପା ସ୍ଥିତ ପୁଲିସ ରିଜର୍ଭ ପଡିଆରେ ୬୩ତମ ପୁଲିସ ସହିଦ ଦିବସ ପାଳନ ଅବସରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା କହିଛନ୍ତି। ଶ୍ରୀ ମୀନା ପୁଲିସ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ପରେ ଗତବର୍ଷ ସମଗ୍ର ଦେଶରେ ସହିଦ ହୋଇଥିବା ପୁଲିସ୍ ଅଧିକାରୀ ଓ କର୍ମଚାରୀଙ୍କ ନାମ ପଢିଥିଲେ। ୧୯୫୯ ମସିହା ଅକ୍ଟୋବର ୨୧ ତାରିଖରେ ୧୦ ଜଣ ସିଅ।ରପିଏଫ ଜବାନ ଚୀନ ସୈନ୍ୟଙ୍କ ହାତରେ ପ୍ରାଣବଳୀ ଦେଇଥିଲେ ଏବଂ ସେହି ଦିନକୁ ପୁଲିସ ବିଭାଗ ସହିଦ ଦିବସ ଭାବେ ପାଳନ କରି ଆସୁଛି ବୋଲି ଶ୍ରୀ ମୀନା ପ୍ରକାଶ କରିଥିଲେ। ଏହି ଅବସରରେ ଭଦ୍ରକ ଜିଲ୍ଳା ପୁଲିସ କ୍ଷେତ୍ରରେ ଗ୍ରହଣ କରାଯାଇଥିବା କେତେକ ଉଲ୍ଲେଖନୀୟ ପଦକ୍ଷେପ ଗୁଡିକ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଉତ୍ସବରେ ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ଯତିନ ପଣ୍ଡା, ଅତିରିକ୍ତ ଏସ୍‌ପି ବି.ଆର. କେରକେଟା, ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ, ଡିଆଇବି ଡିଏସ୍‌ପି କମଳ ଲୋଚନ ଭୂୟାଁ, ସହରାଞ୍ଚଳ ଥାନାଧିକାରୀ ଉମାକାନ୍ତ ନାୟକ, ପୁରୁଣାବଜାର ଥାନାଧିକାରୀ ଆଲୋକ ଜେନା ପ୍ରମୁଖ ଉପସ୍ଥିତ ଥିବାବେଳେ ଏହି ପ୍ୟାରେଡ୍‌କୁ ରିଜର୍ଭ ଇନ୍ସିପେକ୍ଟର ମନୋରଂଜନ ତରେଇ ପରିଚାଳନା କରିଥିଲେ। ଏହି ଉତ୍ସବରେ ବହୁ ସେବାନିବୃତ୍ତ ପୁଲିସ ଅଧିକାରୀ, କର୍ମଚାରୀ ମଧ୍ୟ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.