Home ଜିଲ୍ଲା ପରିକ୍ରମା ଭଞ୍ଜପୀଠକୁ ଲୋକସଂସ୍କୃତି ଗବେଷକଙ୍କ ପରିଦର୍ଶନ

ଭଞ୍ଜପୀଠକୁ ଲୋକସଂସ୍କୃତି ଗବେଷକଙ୍କ ପରିଦର୍ଶନ

71

ନୟାଗଡ଼, ୧୪ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର କ୍ଷେତ୍ର ମାଳିସାହିର ଗତୀଶ୍ୱର ଓ ଢେଙ୍କେଣାର ରଘୁନାଥ ପୀଠକୁ ପୂର୍ବତନ ଦୂରଦର୍ଶନ କେନ୍ଦ୍ର ଓ ଆକାଶବାଣୀ କଟକ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ତଥା ଲୋକ ସଂସ୍କୃତି ଗବେଷକ ଶାନ୍ତନୁ କୁମାର ରଥ, ବିଶିଷ୍ଟ ନାଟ୍ୟକାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଉପସଭାପତି ତଥା ସଂସ୍କୃତି ଗବେଷକ ମନ୍ମଥ ନାଥ ଶତପଥୀ ଓ ବିଶିଷ୍ଟ ପାଲାଗାୟକ ଖଗେଶ୍ୱର ମାର୍ଥା ଗସ୍ତ କରିଛନ୍ତି। ସେମାନେ ଭଞ୍ଜଙ୍କ ସ୍ମୃତିପୀଠ, ଗତୀଶ୍ୱର ମହାଦେବଙ୍କ ବିଭିନ୍ନ ପାଶ୍ୱର୍ର ଅବସ୍ଥା ଓ ସ୍ଥିତିକୁ ବୁଲି ଦେଖିବା ସହିତ ଉପେନ୍ଦ୍ର ଭଞ୍ଜଙ୍କ ସାଧନାର ବିଭିନ୍ନ ଦିଗ ଉପରେ ପଚାରି ବୁଝିଥିଲେ। ଏହାପରେ ସେମାନେ ଜିଲ୍ଲାର ପ୍ରଥମ ମଠ ତଥା ରାମାନନ୍ଦୀ ମଠ ଭାବେ ପରିଚିତ ଢେଙ୍କେଣାର ରଘୁନାଥଙ୍କ ପୀଠକୁ ଯାଇଥିଲେ। ଭଞ୍ଜ ଗତୀଶ୍ୱରଙ୍କ ପୀଠରେ ସାଧନା କରୁଥିବାବେଳେ ପଡ଼ୋଶୀ ଗ୍ରାମ ଢେଙ୍କେଣା ରଘୁନାଥ ପୀଠରେ ରାମତାରକା ମନ୍ତ୍ର ଜପ କରି ପାଣ୍ଡିତ୍ୟ ଅର୍ଜନ କରିଥିବାର ବିଭିନ୍ନ ଭଞ୍ଜ ଗବେଷକଙ୍କ ତଥ୍ୟରେ ଉଲ୍ଲେଖ ଥିବାବେଳେ ଶ୍ରୀ ରଥ, ଶ୍ରୀ ଶତପଥୀ ଓ ଶ୍ରୀ ମାର୍ଥା ରଘୁନାଥ ପୀଠକୁ ବୁଲି ଦେଖିବା ସହିତ ମଠ ପୂଜକ ଓ ସ୍ଥାନୀୟ ଲୋକଙ୍କ ଠାରୁ ଭଞ୍ଜଙ୍କ ସାଧନାର ତାତ୍ପର୍ଯ୍ୟ ଉପରେ ବୁଝି ଖୁସି ପ୍ରକଟ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.