Home ଜିଲ୍ଲା ପରିକ୍ରମା ପଣ୍ଡିତ ବିନାୟକ ମିଶ୍ର ଥିଲେ ଜଣେ କ୍ରାନ୍ତିକାରୀ ସାଧକ

ପଣ୍ଡିତ ବିନାୟକ ମିଶ୍ର ଥିଲେ ଜଣେ କ୍ରାନ୍ତିକାରୀ ସାଧକ

131

ନୟାଗଡ଼, ୧୪ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ସାରସ୍ୱତ ସାଧକ, ଗବେଷକ ଓ ସାହିତ୍ୟପ୍ରାଣ ବ୍ୟକ୍ତିତ୍ୱ ପଣ୍ଡିତ ବିନାୟକ ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ନୟାଗଡ଼ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ତଥାସ୍ତୁ ଓ ଓଡ଼ିଶା ସାହିତ୍ୟ ଏଳାଡେମୀର ମଳିତ ସହଯୋଗରେ ପାଳିତ ହୋଇଯାଇଛି। ତଥାସ୍ତୁର ସଭାପତି ବସିରନ୍ ବିବିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଜୟନ୍ତୀ ସମାରୋହରେ ମୁଖ୍ୟଅତିଥିଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ନୟାଗଡ଼ ସଦସ୍ୟ ଅଶୋକ କୁମାର ନାୟକ, ସମ୍ମାନୀତ ଅତିଥି ଅଧ୍ୟାପକ ଓମାର ମଲ୍ଲିକ, ବରିଷ୍ଠ କବି ଏମ୍‌. ଦୀନବନ୍ଧୁ ଯୋଗଦେଇଥିବାବେଳେ ସମାରୋହରେ ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସଂଯୋଜନା ଓ ନିକୁଲର ନିର୍ଦ୍ଦେଶକ ଦିଲ୍ଲିପ କୁମାର ସାହୁ ପରିଚାଳନା କରିଥିଲେ। ପ୍ରଭୁ ବିନାୟକଙ୍କ ଚତୁର୍ଥୀରେ ପଣ୍ଡିତ ବିନାୟକ ମିଶ୍ରଙ୍କ ପୁଣ୍ୟ ଜନ୍ମ ଲଗ୍ନତିଥିକୁ ଅତିଥିମାନେ ଅବତାରଣା କରିବା ସହିତ ଓଡ଼ିଶାର ବରେଣ୍ୟ ସାଧକ, ଗବେଷକ ଓ ବିଦ୍ୱାନ ମଣ୍ଡଳୀ ମଧ୍ୟରେ ପଣ୍ଣିତ ମିଶ୍ର ଅନ୍ୟତମ ଯଶସ୍ୱୀ ପ୍ରତିଭା ବୋଲି କହିଥିଲେ। ତାଙ୍କର ଜୀବନଚର୍ଯ୍ୟା ଓ ଜୀବନାଦର୍ଶକୁ ଅନୁଶୀଳନ କଲେ ଜଣାଯାଏ ସେ ଥିଲେ ଜଣେ ଅସାଧାରଣ, ଅନନ୍ୟ ଓ ବିରଳ ବ୍ୟକ୍ତିତ୍ୱ। ସର୍ବୋପରି ଭାରତବର୍ଷର ଜଣେ କ୍ରାନ୍ତିକାରୀ ସାଧକ ଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷିରେ ବିଶିଷ୍ଟ ବ୍ୟଙ୍ଗକବି କିଶୋର ରଥ(କଟାକ୍ଷ)ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଖ୍ୟାତାନାମା ଗୀତିକାର ହୃଷକେଶ ଦାସଙ୍କ ସଭାପତିତ୍ୱରେ କବିତା ଆସର ଓ ସମୀକ୍ଷାପର୍ବ ଆୟୋଜିତ ହୋଇ ଏଥିରେ ଅତିଥି ସମୀକ୍ଷକ ଭାବେ ବରିଷ୍ଠ କବି ଗୋଦାବରୀଶ ମିଶ୍ର ଯୋଗଦେଇଥିଲେ। କବି ଶରତ ଚନ୍ଦ୍ର ଷଡ଼ଙ୍ଗୀ, ସୁସାହିତ୍ୟିକା ସବିତା ଶୁକ୍ଳା ପ୍ରମୁଖ ଉପସ୍ଥିତ ଥିଲେ। ବରିଷ୍ଠ ସାମ୍ବାଦିକ ଗୋକୁଳ କୁମାର ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲାବେଳେ ସୌଦାମିନୀ ସ୍ୱାଇଁ ଓ ଯଶୋବନ୍ତ ପଟ୍ଟନାୟକ କବିତା ଆସରରେ ସଂଯୋଜନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.