Home ଓଡ଼ିଶା ଭକ୍ତ ଶୂନ୍ୟରେ ମନ୍ଦିର ବେଢାରେ ପଟିଦିଅଁ ଙ୍କ ପ୍ରତୀକ ରଥ,ଶ୍ରୀଜିଉ ଙ୍କ ପହଣ୍ଡି ବିଜେ

ଭକ୍ତ ଶୂନ୍ୟରେ ମନ୍ଦିର ବେଢାରେ ପଟିଦିଅଁ ଙ୍କ ପ୍ରତୀକ ରଥ,ଶ୍ରୀଜିଉ ଙ୍କ ପହଣ୍ଡି ବିଜେ

94

ମାଲକାନଗିରି,୧୨ା୭ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମାରି ବ୍ୟାପି ଜନଜୀବନକୁ ଅତ୍ୟବ୍ୟସ୍ତ କରିପକାଇଥିବା ବେଳେ କରୋନା ସଂକ୍ରମଣ ଠାରୁ ରକ୍ଷାପାଇବା ପାଇଁ ସର୍ବସାଧାରଣ ରେ ରଥ ଯାତ୍ରା ନ ହୋଇ ମାଲକାନଗିରି ଜଗନ୍ନାଥ ମନ୍ଦିର ବେଢାରେ ପଟିଦିଅଁ ଙ୍କୁ କୁନିରଥରେ ବିଜେ କରାଯାଇ କୋଭିଡ ନିୟମ ପାଳନ କରି ଅଳ୍ପସଂଖ୍ୟକ ସେବାୟତ,ଦେବତୋର ବିଭାଗ କମିଟି ସଭ୍ୟ,ମନ୍ଦିର ପୂଜକ ମାନେ ମୁହଁରେ ମାସ୍କପିନ୍ଧି ,ସାମାଜିକ ଦୂରତା ରକ୍ଷାକରି କୁନିରଥ ଟାଣିଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ରେ ସକାଳେ ଠାକୁରଙ୍କ ନିତିକାନ୍ତି ଓ ଅଣ୍ଣ ର୍ ଭୋଗ ସରିବା ପରେ ଶ୍ରୀଜିଉ ଙ୍କୁ ଅପରାହ୍ନରେ ଘଟଂ,ଶଙ୍ଖ,କାହାଳି,ମୃଦଙ୍ଗ ବାଜାର ତାଳେ ତାଳେ ସେବାୟତ ମାନେ ଚତୁର୍ଧାମୂର୍ତିଙ୍କୁ ପହଣ୍ଡି ବିଜେ କରି ପଟିଅଦିଅଁ ରଥ ନିକଟରେ ସ୍ଥାପନ କରିଥିଲେ । ତହସିଲଦାର ଡ. ଗୁଣନିଧି ନାୟକ ରାଜପଗଡି ପିନ୍ଧି ହାତରେ ସୁନାଝାଡୁ ଧରି ଛେରାପହଁରା କରିଥିଲେ । ଛେରାପହଁରା ପରେ ଶ୍ରୀଜିଉ ଙ୍କୁ ରାଜପୌରହିତ ବିନାୟକ ସତପଥି ଓ ମୁଖ୍ୟପୁଜକ ସନ୍ତୋଷ ନନ୍ଦ ଓ ସେବାୟତ ମାନେ ଠାକୁରଙ୍କ ନିକଟରେ ରାଜଭୋଗ ଲଗାଇବା ପରେ ତହସିଲଦାର ଙ୍କ ଦ୍ୱାରା ଆଳତୀ କରାଯାଇଥିଲା । ଶ୍ରୀ ଜିଉ ଙ୍କ ପୁଜା ରିତି ନିତି ସରିବା ପରେ ଗାଁ ପୁଜାରୀ ଡାହୁକ ତ୍ରୀନାଥପୁଜାରୀ ଡାକ ପକାଇ ଥିବା ବେଳେ କୈବଲ୍ୟ ଜୁର ସେନାପତି ଓ ରବି ପାଣିଗ୍ରାହୀ କାହାଳି ବଜାଇ ରଥ ଟାଣିବା ପାଇଁ ନିର୍ଦ୍ଦେଶ ଦେବା ପରେ ସେବାୟତ ମାନେ ଅସ୍ଥାୟୀ ମାଉସି ମା ମନ୍ଦିର ନିକଟକୁ ଛୋଟ ରଥ ଟାଣି ନେଇଥିଲେ । ଭକ୍ତ ଶୂନ୍ୟରେ କୁନି ରଥଟଣା ଯାଇଥିଲା । ଏହି ରଥ ଯାତ୍ରାରେ ସେବାୟତ ବାଲାପଣ୍ଡା,ପ୍ରଫୁଲପଣ୍ଡା,ବ୍ରଜକିଶୋରପାଳ,ସନ୍ତୋଷନନ୍ଦ, ରୁନା ପାଢୀ,ମଧୁପାଣିଗ୍ରାହି, ବାବୁପାଳ, ଦିବାକରପାଳ,ନିରଜଂନପଣ୍ଡା, ସନ୍ତୋଷ ଦାଶ,ଜଗବନ୍ଧୁପତ୍ରୀ,ଲ କ୍ଷମ୍‌ିନାରାୟଣ ପାତ୍ର, ଲମ୍ବୋଧରପାତ୍ର, ହୃଷିକେଶପଣ୍ଡା,ସରୋଜ ପାତ୍ର ଓ ଅନ୍ୟାନ ପୁଜକ,ସେବାୟତ,ଦଇତା ପତି ମାନେ ଶ୍ରୀବଳଭଦ୍ର,ଶ୍ରୀଜଗନ୍ନାଥ,ଭଉଣୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ଚତୁଦ୍ଧ ର୍ାମୂର୍ତି ଙ୍କୁ ପହଣ୍ଡି ବିଜେକରି ପଟିଦିଅଁ ମହାପ୍ରଭୁଙ୍କ କୁନିୁରଥ ନିକଟରେ ସ୍ଥାପନ କରିଥିଲେ । ଠାକୁରଙ୍କ ରିତିନିତି ଅନୁସାରେ ଶ୍ରୀବିଗ୍ରହ ଙ୍କୁ ସୁବାଷିତ ଧୁପ,ଦୀପ, ଆଳତୀ ପରେ ରଥ ମଣ୍ଡପରେ ମିଷ୍ଟାନ ଓ ବାଲ୍ୟଭୋଗ ଲଗା ଯାଇଥିଲା,ମନ୍ଦିର ପରିଷରରେ ଜୟବଜରଙ୍ଗ କିର୍ତନଦଳ ଙ୍କ ପକ୍ଷରୁ ସଂଙ୍କିର୍ତନ ର ଆୟୋଜନ କରାଯାଇଥିଲା । ଶାନ୍ତି ଶୁଙ୍ଖଳା ରକ୍ଷାପାଇଁ ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ ଙ୍କ ନେତୃତ୍ୱରେ ପୁଲିସ ପକ୍ଷରୁ କଡା ସୁରକ୍ଷାବ୍ୟବସ୍ଥା କରାଇଥିଲା । ଅନୁରୁପ ଜିଲ୍ଲା ବନବିଭାଗ ପକ୍ଷରୁ ମଧ୍ୟ କୋଭିଡନିୟମ ପାଳନ କରାଯାଇ ରଥ ଯାତ୍ରାର ବିଧିପାଳନ କରାଯାଇଥିଲା । ଠିକ ସେହିପରି ବାଲିମେଳା,ମୋଟୁ, ପଡିଆ,ଗୋବିନ୍ଦପାଲି ଜିଲ୍ଲାର ବିଭିନ୍ନସ୍ଥାନରେ ଥିବା ଜଗନ୍ନାଥ ମନ୍ଦିର ବେଢାରେ ଶ୍ରୀଜିଉଙ୍କ କେବଳ ପହଣ୍ଡି ବିଜେ କରାଯାଇ ଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.