Home କେନ୍ଦୁଝର ଭଉଣୀକୁ ଉଦ୍ଧାର କରିବାକୁ କୁଅରେ ବୁଡି ଭାଇ ମୃତ

ଭଉଣୀକୁ ଉଦ୍ଧାର କରିବାକୁ କୁଅରେ ବୁଡି ଭାଇ ମୃତ

61

ହାଟଡିହି, ୨୪ । ୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ଢ଼େଙ୍କା ପଞ୍ଚାୟତରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଭଉଣୀକୁ ଉଦ୍ଧାର କରିବାକୁ ଯାଇ ଭାଇ କୁଅରେ ବୁଡି ପ୍ରାଣ ହରାଇଛି । ଖବରରୁ ଜଣାଯାଇଛି ଯେ ରାଇନଟା ଗ୍ରାମର ଇଶ୍ୱର ଚନ୍ଦ୍ର ନାଇକଙ୍କ ଭଉଣୀ କନକ ଜଣେ ମାନସିକ ଅନଗ୍ରସର ଯୁବତୀ । ସେ ଆଜି ଗାଧୋଇବାକୁ ଯାଇ ନିକଟସ୍ଥ କୁଅରେ ବୁଡି ଯାଇଥିଲା । ଏହାଦେଖି ଭାଇ ଇଶ୍ୱର ଦୌଡିଆସି କୁଅରେ ପସି ଭଉଣୀକୁ ଉଦ୍ଧାର କରିଥିଲା । କିନ୍ତୁ ପର ମୁହୁର୍ତ୍ତରେ ସେ ଆଉ କୁଅ ଭିତରୁ ବାହାରକୁ ବାହାରି ପାରି ନଥିଲା । ଗାଁ ଲୋକେ ଇଶ୍ୱରକୁ ଉଦ୍ଧାରକରି ତୁରନ୍ତ ଆନନ୍ଦପୁର ଡାକ୍ତରଖାନାକୁ ନେଇଥିବାବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସୋସୋ ପୁଲିସ ଏକ ଅପମୃତ୍ୟୁ ମାମଲାରୁଜୁକରି ଶବ ବ୍ୟବଛେଦର ବ୍ୟବସ୍ଥା କରାଇଛି । ମୃତଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.