Home କେନ୍ଦୁଝର ବରାଙ୍ଗ ଛକରୁ ବୃଦ୍ଧ ନିଖୋଜ

ବରାଙ୍ଗ ଛକରୁ ବୃଦ୍ଧ ନିଖୋଜ

36

ହାଟଡିହି, ୨୪ । ୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବରାଙ୍ଗ ଛକ ନିକଟରୁ ଜଣେ ବୃଦ୍ଧ ନିଖୋଜ ହୋଇଯାଇଥିବା ନେଇ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ସମଣା ଗ୍ରାମର କରୁଣାକର କାଣ୍ଡି(୬୯) ଗତ ୨୫/୮/୨୦୨୧ରେ ହଠାତ ଘରୁ ବରାଙ୍ଗ ଛକକୁ ପଳାଇ ଆସି ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁସ୍ଥାନରେ ଖୋଜାଖେଜି କରିବାପରେ କୌଣସି ସନ୍ଧାନ ପାଇପାରି ନଥିଲେ । କିଛିଦିନ ପରେ ସେହି ରାସ୍ତାଦେଇ ଭୁବନେଶ୍ୱର ଯାଉଥିବା ଏକ ବସର କଣ୍ଡକ୍ଟର ସେହି ବସରେ କରୁଣାକର ଭୁବନେଶ୍ୱର ଯାଇଥିବା ସୁଚନା ପାଇବାପରେ ପରିବାର ଲୋକେ ଭୁବନେଶ୍ୱର ଓ କଟକ ଯାଇ ସେଠାରେ ଅନେକ ଖୋଜାଖେଜି କରି ତାଙ୍କ ସନ୍ଧାନ ପାଇପାରି ନାହାନ୍ତି । ସେ ଜଣେ ମାନସିକ ଅନଗ୍ରସର ବ୍ୟକ୍ତି ଓ ୨୦୧୩ରେ ଚିକିତ୍ସିତ ହୋଇଥିଲେ ମଧ୍ୟ ସମ୍ପୁର୍ଣ୍ଣ ସୁସ୍ଥ ହୋଇପାରି ନଥିଲେ । ସେ ଭୁବନେଶ୍ୱର କିମ୍ବା ପୁରୀରେ ରହିଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି । ତାଙ୍କ ସମ୍ପର୍କରେ କେହି ଯଦି ସନ୍ଧାନ ପାଆନ୍ତି ତେବେ ନିକଟସ୍ଥ ଥାନା କିମ୍ବା ୮୧୭୯୧୨୯୬୬୨ରେ ଜଣାଇବାକୁ ପୁଅ ସୁଧିର କାଣ୍ଡି ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.