Home କେନ୍ଦ୍ରାପଡ଼ା ବୟସ ଜାଲିଆତି କରି ଶିକ୍ଷୟିତ୍ରୀ ଚାକିରୀ କରିଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

ବୟସ ଜାଲିଆତି କରି ଶିକ୍ଷୟିତ୍ରୀ ଚାକିରୀ କରିଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

68

କେନ୍ଦ୍ରାପଡ଼ା, ୨୯ା୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଜନୈକ ଶିକ୍ଷୟିତ୍ରୀ ନିଜ ବୟସକୁ ଜାଲିଆତି କରି ମାର୍ଶଘାଇ ବ୍ଲକ ଅନ୍ତର୍ଗତ ବନ୍ଧକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାକିରି କରିଥିବା ନେଇ ସୋମବାର କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିକଟରେ ସୁଧାଂଶୁ ନାୟକ ଅଭିଯୋଗ କରିଛନ୍ତି। ସେହି ଶିକ୍ଷୟିତ୍ରୀ ଜଣକ ହେଉଛନ୍ତି ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବଛରାଇ ଗ୍ରାମର ଲତିକା କୁମାରୀ ନାୟକ। ସେ ଗତ୧୯୯୩ ମସିହା ଠାରୁ ସରକାରୀ ଚାକିରୀରେ ଥିବା ବେଳେ ତାଙ୍କ ଜନ୍ମ ପ୍ରମାଣପତ୍ରରେ ୧୯୫୨ ମସିହା ବୋଲି ଉଲ୍ଲେଖ ରହିଥିବା ଅଭିଯୋଗକାରୀ କହିଛନ୍ତି। ବର୍ତ୍ତମାନ ତାଙ୍କର ପ୍ରକୃତ ବୟସ ହେଉଛି ୭୦ବର୍ଷ। ମାର୍ଶଘାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ସେ ଗତ ୧୯୬୮ ମସିହା ପର୍ଯ୍ୟନ୍ତ ପଢୁଥିବାର ପ୍ରମାଣପତ୍ର ରହିଛି। କିନ୍ତୁ ତାଙ୍କ ନାମ ଲତିକା କୁମାରୀ ଦେଇ ବୋଲି ସ୍କୁଲ ରେକର୍ଡରେ ଉଲ୍ଲେଖ ରହିଛି। ହେଲେ ଏବେ ସେ ଜାଲିଆତି କରି ନିଜ ନାମ ଲତିକା କୁମାରୀ ନାୟକ କରି ଦେଇଥିବା ଅଭିଯୋଗ ହୋଇଛି। ୧୯୮୨ ମସିହାରେ ବଛରାଇ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସେ ଦଶମ ଶ୍ରେଣୀ ପରୀକ୍ଷା ଦେବାର ପ୍ରମାଣ ରହିଛି। ୧୯୮୨ ମସିହା ବେଳକୁ ତାଙ୍କ ସାନ ପୁଅର ବୟସ ୭ ବର୍ଷ ଓ ବଡ଼ ପୁଅର ବୟସ ୭ବର୍ଷରୁ ଅଧିକ ରହିଛି। ତେଣୁ ତାଙ୍କ ନିଜ ବୟସ ବର୍ତ୍ତମାନ କିପରି ୬୯ବର୍ଷ ରହିଛି ତାହା ସନ୍ଦେହ ସୃଷ୍ଟି କରିଛି। ସରକାରୀ ଆଇନ ଅନୁଯାଇ ଜଣେ ସରକାରୀ ଚାକିରୀ କରୁଥିବା ବେଳେ ବିବାହ ପରେ ତାଙ୍କ ସ୍ୱାମୀଙ୍କ ନାମ ଓ ବିବାହ ପ୍ରମାଣପତ୍ର ଦାଖଲ କରିବାର ନିୟମ ରହିଛି। କିନ୍ତୁ ବର୍ତମାନ ସେ ଅବସର ନେବାର ସମୟ ହୋଇଥିବା ବେଳେ ମାର୍ଶାଘାଇ ବ୍ଲକ ଶିକ୍ଷା ଅଧିକାରୀ ଓ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖରେ ସେ ସମ୍ପର୍କିତ କୌଣସି ପ୍ରମାଣପତ୍ର ନଥିବା ଅତ୍ୟନ୍ତ ଘଟଣାକୁ ରହସ୍ୟମୟ କରିଦେଇଛି। ଗତ ୫ ବର୍ଷ ହେବ ତାଙ୍କ ସମ୍ପର୍କରେ ମାର୍ଶାଘାଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ମାଗିଲେ ମଧ୍ୟ କୈାଣସି ତଥ୍ୟ ମିଳୁନଥିବା ଅଭିଯୋଗ ହୋଇଛି। ତେଣୁ ଜାଲିଆତି ହୋଇଥିବା ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ବୋଲି ଅଭିଯୋଗକାରୀ କହିଛନ୍ତି। ଏହାଦ୍ୱାରା ଗତ ୧୦ ବର୍ଷ ଧରି ଲତିକା କୁମାରୀ ସରକାରଙ୍କୁ ଭୁଲ ତଥ୍ୟ ଦେଇ ସରକାରୀ ଅର୍ଥ ଦରମା ଆକାରରେ ନେଇ ଚାଲିଛନ୍ତି ବୋଲି ଅଭିଯୋଗକାରୀ କହିଛନ୍ତି। ଯେତେବେଳେ କି ସେ କେବଳ ପେନସନ ପାଇବା କଥା ସେତେବେଳେ ସେ କିଭଳି ଦରମା ପାଉଛନ୍ତି ବୋଲି ଅଭିଯୋଗକାରୀ ପ୍ରଶ୍ନ କରିଛନ୍ତି। ଏହି ସମୟ ମଧ୍ୟରେ ସେ କୋଟିଏରୁ ଅଧିକ ଅର୍ଥ ଦରମା ଆକାରରେ ନେଇ ସାରିଲେଣି। ତେଣୁ ଏଭଳି ଜଘନ୍ୟ ଭାବେ ସରକାରଙ୍କୁ ଠକିଥିବା ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେ ନେଇଥିବା ଅର୍ଥ ତାଙ୍କ ପେନସନ ଓ ଗ୍ରାଚ୍ୟୁଇଟି ଅର୍ଥରୁ କଟାଯାଉ ବୋଲି ଅଭିଯୋଗକାରୀ ସୁଧାଂଶୁ ନାୟକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.